ETV Bharat / state

ଭୁଲିଗଲେ କୋଭିଡ କଟକଣା, 3 ଦିନ ପର୍ଯ୍ୟନ୍ତ ବଜାର ବନ୍ଦ କଲା ପ୍ରଶାସନ - khurdha district news

ଲୋକ ମାନୁନାହାନ୍ତି କୋଭିଡ ଗାଇଡଲାଇନ । ଏପରି ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲାରେ । ପୌର ପ୍ରଶାସନ 3 ଦିନ ପର୍ଯ୍ୟନ୍ତ ସିଲ କଲା ଦୋକାନ । ଅଧିକ ପଢନ୍ତୁ...

ଭୁଲିଗଲେ କୋଭିଡ କଟକଣା, 3 ଦିନ ପର୍ଯ୍ୟନ୍ତ ବଜାର ବନ୍ଦକଲା ପ୍ରଶାସନ

author img

By

Published : Jun 29, 2021, 5:54 PM IST

ଖୋର୍ଦ୍ଧା: ଆତଙ୍କ ଖେଳାଇଛି କୋରୋନା ମହାମାରୀର ଦ୍ବିତୀୟ ଲହର । ରାଜ୍ୟର ଅନେକ ସ୍ଥାନରେ ଏହି ମହାମାରୀର ପ୍ରକୋପ ହ୍ରାସ ପାଇଥିବାବେଳେ ଖୋର୍ଦ୍ଧାରେ ସ୍ଥିତିର ସୁଧାର ଆସିବା ନାଁ ଧରୁନି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା 3 ଅଙ୍କ ଛୁଉଁଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି, କିନ୍ତୁ କିଛି ଅମାନିଆ ବ୍ୟବସାୟୀମାନେ ଏହାକୁ ଅଣଦେଖା କରି ଲୋକଙ୍କ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ତେବେ ଅମାନିଆଙ୍କୁ ସାବାଡ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଖୋର୍ଦ୍ଧା ପୌର ପ୍ରଶାସନ ।

ଭୁଲିଗଲେ କୋଭିଡ କଟକଣା, 3 ଦିନ ପର୍ଯ୍ୟନ୍ତ ବଜାର ବନ୍ଦକଲା ପ୍ରଶାସନ

ଆଜି ପୌର ଅଧିକାରୀ ଶ୍ଵେତପଦ୍ମା ଶତପଥୀ ଏବଂ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ବଜାରରେ ପହଞ୍ଚି ଗହଳି ହେଉଥିବା ସ୍ଥାନରେ ଚଢ଼ାଉ କରିଛନ୍ତି । କିଛି ଦୋକାନରେ ତାଲା ପକାଇବା ସହ ଟ୍ରାଫିକ ଛକ ଠାରୁ ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନ ବନ୍ଦ କରିଛନ୍ତି । 3 ଦିନ ପର୍ଯ୍ୟନ୍ତ ଏହି ସବୁ ଦୋକାନ ବନ୍ଦ ରହିବ ବୋଲି ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.