ETV Bharat / state

ଭୁବନେଶ୍ୱରକୁ ଫେରିଛି ପଥୋତ୍ସବ, ନାଚି ଗାଇ ମତୁଆଲା ହେଲେ ରାଜଧାନୀବାସୀ - ଜନପଥରେ ଆରମ୍ଭ ହୋଇଛି ପଥ ଉତ୍ସବ

ଆଜିଠାରୁ ଜନପଥରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୁବନେଶ୍ୱର ମେୟର ସୁଲୋଚନ ଦାସଙ୍କ ସମେତ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସାମାଜିକ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

Patha Utsav 2022
Patha Utsav 2022
author img

By

Published : Dec 25, 2022, 11:54 AM IST

Updated : Dec 25, 2022, 12:28 PM IST

Patha Utsav 2022

ଭୁବନେଶ୍ବର: ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଲା ପଥ ଉତ୍ସବ ବା ରାହାଗିରି । ଏହି ଆଜି ଠାରୁ ଜନପଥରେ ଆରମ୍ଭ ହୋଇଛି। ରାହାଗିରିର ଭରପୁର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସାମାଜିକ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଛନ୍ତି।

ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏହି ପଥ ଉତ୍ସବରେ ହକିର ମାସ୍କଟ ରାହାଗିରିକୁ ମଧ୍ୟ ଉଦଘାଟନ କରିଥିଲା । ଏହାସହ ସମସ୍ତଙ୍କୁ ହାତ ହଲାଇ ହକି ବିଶ୍ୱ କପର ଅଭିନନ୍ଦନ ଦେଇଥିଲା । ଉପସ୍ଥିତ ଅତିଥି ରଙ୍ଗୀନ ବେଲୁନ ଉଡାଇ ପୁରା ପଥୋତ୍ସବକୁ ଯେତିକି ରଙ୍ଗୀନ କରିଥିଲେ ସ୍ମାର୍ଟ ଜନପଥରେ ଲୋକମାନଙ୍କର ସେତିକି ଗହଳି ଲାଗିଥିଲା । ଦୀର୍ଘ ଦୁଇ ବର୍ଷ ପରେ ଏଭଳି ମାହୋଲ ଭୁବନେଶ୍ୱରକୁ ଫେରିଥିବା ବେଳେ ପଥୋତ୍ସବରେ ସକାଳୁ ସକାଳୁ ରାଜଧାନୀବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଛନ୍ତି ରାଜଧାନୀବାସୀ । ମିନି ମାରାଥନ ସହ ରାଜରାସ୍ତାରେ ଖେଳକୁଦ, ନାଚ, ଜିମ, ସାଇକେଲିଂ, ଚିତ୍ରାଙ୍କନ ଭଳି କାର୍ଯ୍ୟକ୍ରମ ହୋଇଥିବା ବେଳେ ରାଜଧାନୀବାସୀ ଏହାର ମଜା ଉଠାଇଛନ୍ତି ।

ଖାଲି ସେତିକି ନୁହେଁ ଆମ ସଂସ୍କୃତି ପରମ୍ପରା ଓ ପ୍ରତିଭାର ବିକାଶ ପାଇଁ ଓଡ଼ିଶୀରୁ ଆରମ୍ଭ କରି ରକ୍‌ ବ୍ୟାଣ୍ଡ ପର୍ଯ୍ୟନ୍ତ ଓ ଭଜନରୁ ଆରମ୍ଭ କରି ରିମିକ୍ସ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଭୁବନେଶ୍ୱର ସମେତ ବାହାର ପର୍ଯ୍ୟଟକଙ୍କୁ ବି ଏକ ନିଆରା ଅନୁଭୂତି ଦେଇଛି ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ହକିର ପ୍ରଚାର ପ୍ରସାର ପାଇଁ ହେଉ ପଛେ ପୁଣି ଥରେ ରାହାଗିରି ଆରମ୍ଭ ହୋଇଥିବା ବେଳେ ଏହା ବିଭିନ୍ନ ବର୍ଗଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା ସହ ଖୁସି ଆଣିଦେଇଥିଲା । ଏହାକୁ ନେଇ ଭୁବେଶ୍ୱରର ରାଜରାସ୍ତା ଆଜି ଜନଗହଳି ସହ ଏକ ନିଆରା ଦୃଶ୍ୟରେ ଝଲସିଥିଲା । ତେବେ ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ରାହାଗିରି ଲୋକଙ୍କ ମନରେ ନୂଆ ଉତ୍ସାହ ଭରିବ ସଦୃଶ ଭଳି ମନେ କରାଯାଉଥିଲା । ତେଣୁ ଆଗକୁ ୩ଟି ଜୋନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ତେବେ ଏହି ଉତ୍ସବରେ ଭୁବନେଶ୍ୱର କମିଶନର ବିଜୟ ଅମୃତ କୁଲାଙ୍ଗେ ସମେତ ସମସ୍ତ ବିଧାୟକ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 25, 2022, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.