ETV Bharat / state

ନୂଆପଡାରେ ପିଡିଏସ ଚାଉଳରୁ ବଞ୍ଚିତ ହିତାଧିକାରୀ

author img

By

Published : Oct 28, 2022, 4:44 PM IST

ଖଡ଼ିଆଳ ବ୍ଳକ ତୁକୁଳା ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ । ଏନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ । ଅଧିକ ପଢନ୍ତୁ

ପିଡିଏସ ଚାଉଳରୁ ବଞ୍ଚିତ ହିତାଧିକାରୀ
ପିଡିଏସ ଚାଉଳରୁ ବଞ୍ଚିତ ହିତାଧିକାରୀ

ନୂଆପଡା: ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ । ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଖାଉଟି କାର୍ଡ ହିତାଧିକାରୀ ପିଡିଏସ(PDS) ଚାଉଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ । ଏନେଇ ଖଡ଼ିଆଳ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ହିତାଧିକାରୀ । ଦେଶରେ କୌଣସି ଅସହାୟ ଗରିବ ଲୋକ ଖାଦ୍ୟ ଅଭାବରୁ ଭୋକିଲା ରହିବେ ନାହିଁ । ଏହି ଲକ୍ଷ୍ୟରେ ସରକାର ୨୦୧୩ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି ।

ପିଡିଏସ ଚାଉଳରୁ ବଞ୍ଚିତ ହିତାଧିକାରୀ

ଏନେଇ ବିଭିନ୍ନ ଗ୍ରାମପଞ୍ଚାୟତ, ପୌର ପରିଷଦ ଜରିଆରେ ଜଣେ ଲୋକ ପ୍ରତି ଅତିକମରେ ଜଣେ ଲୋକପ୍ରତି ଅତିକମରେ ମାସକୁ ୫ କିଲୋଗ୍ରାମ PDS ଚାଉଳ ପାଇବାର ନିୟମ ରହିଛି । ହେଲେ ଖଡ଼ିଆଳ ବ୍ଳକ ତୁକୁଳା ଗ୍ରାମପଞ୍ଚାୟତରେ ଏହି ନିୟମର ବ୍ୟତିକ୍ରମ ଦେଖାଦେଇଛି । ଏନେଇ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ହିତାଧିକାରୀ । ଅପରପକ୍ଷେ ବ୍ଲକ କାର୍ଯ୍ୟାଳୟରେ ବିଡିଓ କିମ୍ବା ବ୍ଲକ ଯୋଗାଣ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଅଭିଯୋଗକାରୀ ନିରାଶ ହୋଇ ଫେରିଯାଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.