ETV Bharat / state

ଫୋକସରେ ଆଦିବାସୀ ଭୋଟ; ପିସିସି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ କାର୍ଯ୍ୟକାରିଣୀ

author img

By

Published : Aug 21, 2023, 10:34 PM IST

କଂଗ୍ରେସ ଫୋକସ୍‌ରେ ଆଦିବାସୀ ଓ ସଂଖ୍ୟାଲଘୁ ଭୋଟ । ଭୁବନେଶ୍ବର କଂଗ୍ରେସ ଭବନରେ ପିସିସି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଏଆଇସିସି ସଂଖ୍ୟାଲଘୁ ବିଭାଗ ସଂଯୋଜକ କେ ରାଜୁ । ଅଧିକ ପଢ଼ନ୍ତୁ...

କଂଗ୍ରେସ ଫୋକସରେ ଆଦିବାସୀ ଭୋଟ
କଂଗ୍ରେସ ଫୋକସରେ ଆଦିବାସୀ ଭୋଟ
କଂଗ୍ରେସ ଫୋକସରେ ଆଦିବାସୀ ଭୋଟ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଓଡ଼ିଶା କଂଗ୍ରେସ । ଦଳର ଫୋକସ୍‌ରେ ରହିଛି ଆଦିବାସୀ ଓ ସଂଖ୍ୟାଲଘୁ ଭୋଟ । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏଆଇସିସି ସଂଖ୍ୟାଲଘୁ ବିଭାଗ ସଂଯୋଜକ କେ ରାଜୁ ।

ଏହି କାର୍ଯ୍ୟକ୍ରମରେ କେ ରାଜୁ କହିଛନ୍ତି, "ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସଂରକ୍ଷିତ ଥିବା ୫୭ଟି ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ନେତୃତ୍ବ ବିକାଶ ମିଶନ ଗଠନ କରାଯିବ । ୩୩ଟି କଂଗ୍ରେସ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନେତୃତ୍ବ ବିକାଶ କମିଟି ଗଠନ କରାଯିବ ।" ଏହି କମିଟି ଗୁଡ଼ିକ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ନୂତନ ନେତୃତ୍ବ ସୃଷ୍ଟି ଏବଂ ଉକ୍ତ ବର୍ଗର କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳରେ ଯେପରି ଅଧିକ ପ୍ରାଧାନ୍ୟ ମିଳିବ ସେ ଦିଗରେ ରାଜୁ ଆଲୋକପାତ କରିଥିଲେ । କଂଗ୍ରେସ ସାଂଗଠନିକ ବ୍ୟବସ୍ଥାରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ନେତୃତ୍ବମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାସହ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଏହି ବର୍ଗର ଉଦ୍ଦେଶ୍ୟରେ ଶିକ୍ଷା, ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକୁ ସଂକଳିତ କରି ପ୍ରତ୍ୟେକ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଭୋଟରମାନଙ୍କ ପାଖକୁ ଯିବା ପାଇଁ ନେତୃତ୍ବ ବିକାଶ କମିଟି କାର୍ଯ୍ୟ କରିବ ବୋଲି ସେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି-ବିଜେପି ଭିତିରି ସମ୍ପର୍କର ପର୍ଦ୍ଦାଫାସ୍‌ ପାଇଁ ଘରକୁ ଘର ଯିବ କଂଗ୍ରେସ: ପିସିସି ସଭାପତି

ଏହି କାର୍ଯ୍ୟକ୍ରମ ନେଇ ପିସିସି ସଭାପତି କହିଛନ୍ତି, "ଦୀର୍ଘ ୨୩ ବର୍ଷର ଶାସନ ଭିତରେ ଉଭୟ ବିଜେଡି ଓ ବିଜେପି ସରକାର ଆଦିବାସୀ, ଦଳିତ ଓ ଅନୁସୂଚୀତ ଜାତିଙ୍କ ଉପରେ ଅତ୍ୟନ୍ତ ଅକଥନୀୟ ଓ ଅମାନବୀୟ ଅତ୍ୟାଚାର କରିଛନ୍ତି । ଆଜି ପର୍ଯ୍ୟନ୍ତ କଳିଙ୍ଗନଗର ମାଟିରୁ ଆଦିବାସୀଙ୍କ ରକ୍ତର ଦାଗ ଲିଭିନାହିଁ । ମାଇକାଞ୍ଚ ଓ ରାଇଘର ଘଟଣାମନରୁ ଲିଭିନାହିଁ । ଆଜି ମଧ୍ୟ ନିରୀହ ଆଦିବାସୀମାନେ ଫୁଲବାଣୀ, କୋରାପୁଟ, କଳାହାଣ୍ଡିଠାରୁ ଆରମ୍ଭ କରି ନବରଙ୍ଗପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ପର୍ଯ୍ୟନ୍ତ ଉତ୍କଟ ଦାରିଦ୍ର‌୍ୟ, ଅପପୁଷ୍ଟି, ରକ୍ତହୀନତା ଭଳି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଅଶିକ୍ଷିତତା ଭିତରେ ଷଢ଼ୁଛନ୍ତି । ଯାଜପୁର ଜିଲ୍ଲାର ନଗଡ଼ା ହେଉଛି ଏ ସରକାରର ଆଦିବାସୀ ପ୍ରତି ଥିବା ନିଷ୍ଠାର ଜ୍ବଳନ୍ତ ଉଦାହରଣ । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ବିକାଶ ଲକ୍ଷ୍ୟରେ କାର୍ଯ୍ୟକ୍ରମକୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ନିଆଯିବ । ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଭୋଟରମାନଙ୍କୁ କଂଗ୍ରେସର ତ୍ୟାଗ ଓ ବଳିଦାନ ସଂପର୍କରେ ଅବଗତ କରାଯାଇ କଂଗ୍ରେସ ପ୍ରତି ସେମାନଙ୍କର ମନୋଭାବରେ ପରିବର୍ତ୍ତନ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.