ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କଳାହାଣ୍ଡିର ଭବାନୀପାଟଣା ଠାରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ବିଜେଡିକୁ ଟାର୍ଗେଟ କଲେ। ମୋଦି ସରକାର ଙ୍କ 9 ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଜନ ସମ୍ପର୍କ ସମାବେଶ ରେ ବିଜେଡି ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ନଡ୍ଡା। ଓଡ଼ିଶାରେ କିଏ ଚଳାଉଛି ଉଠାଇଲେ ପ୍ରଶ୍ନ?
ଜେପି ନଡ୍ଡା କହିଛନ୍ତି ଓଡିଶାରେ ନବୀନ ବାବୁ ସରକାର ଚଳାଉ ନାହାଁନ୍ତି। ନବୀନ ବାବୁ ସରକାର ଭଡା ଦେଇଛନ୍ତି। ଭୋଟ ଜଣଙ୍କୁ ଦେବେ ଆଉ କିଏ ଶାସନ କରୁଛି। ଏଠି ନେତା କିଏ, ସରକାର କିଏ ଚଳାଉଛି ଜଣାନାହିଁ। ବିଜେଡି ନେତା ମନ୍ତ୍ରୀଙ୍କ କଥା କେହି ଶୁଣୁନାହାଁନ୍ତି। ଓଡ଼ିଶାରେ ଆୟ ସବୁଠୁ ତଳେ। ନାରୀ ନିର୍ଯ୍ୟାତନା ଏଠି ବହୁ ଉର୍ଦ୍ଧ୍ବରେ। ନବୀନ ବାବୁ ଏଠି ଶୀତଳ ଭଣ୍ଡାର ଦେବାକୁ କହିଥିଲେ ହେଲେ ଦେଲେନାହିଁ। ଏଠି 50 ପ୍ରତିଶତ ପିସି କାରବାର ଚାଲିଛି। କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁ ରେ କରି ବାହାସ୍ଫୋଟ ମାରୁଛନ୍ତି ବୋଲି କହିଥିଲେ। ଏଭଳି କହି ଗର୍ଜିଥିଲେ ନଡ୍ଡା ।
ବିଜେପି ସଭାପତିଙ୍କ ଏହି ଆକ୍ରମଣକୁ ନେଇ ଜବାବ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି ବିଜେପି ପାଦ ତଳେ ମାଟି ନାହିଁ। କର୍ଣ୍ଣାଟକ ହାତରୁ ଗଲା, ଆଗାମୀ ଦିନରେ ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ ନିର୍ବାଚନ ରେ କଂଗ୍ରେସ ଆସିବ। ଦେଶରେ ଯାହା ଉନ୍ନତି ହୋଇଛି ତାହା କଂଗ୍ରେସ କରିଛି। ଗାନ୍ଧି ଓ ନେହେରୁ ପରିବାର କଣ କରିଛନ୍ତି ଦେଶବାସୀ ଜାଣିଛନ୍ତି। ଯିଏ ପଣ୍ଡିତ ଅନ୍ୟକୁ ମୁର୍ଖ କୁହେ ନାହିଁ । ନଡ୍ଡା ତାଙ୍କ ନିଜର ରାଜ୍ୟ ହିମାଚଳ ପ୍ରଦେଶରେ ହାରିଛନ୍ତି। କଂଗ୍ରେସ ସେଠି ସରକାର କରିଛି। କର୍ଣ୍ଣାଟକରେ ମଧ୍ୟ ସମାନ ଆବସ୍ଥା। ଆଗକୁ ଯେଉଁଠି ନିର୍ବାଚନ ହେବ ସେଠାରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିବ ବୋଲି ଆକଳନ ହେଲାଣି। ଦେଶରେ କଂଗ୍ରେସ ହାୱା ବହୁଛି। ସେ ପ୍ରଥମେ ଶାଳିନତା ଭିତରେ ମନ୍ତବ୍ୟ ଦେବା ଉଚିତ। ବିଜେପି ଓଡ଼ିଶାରେ ସରକାର ଗଠନ କରି ପାରିବେ ନାହିଁ। ଏହା କେବଳ ବାହାସ୍ଫୋଟ ।
ଇଟିଭି ଭାରତ, ଭୁବନେଶ୍ବର