ETV Bharat / state

Jharsuguda By Poll: ଭାରତ ଯୋଡ଼ୋର ପ୍ରଭାବ ଝାରସୁଗୁଡ଼ାରେ ପଡ଼ିବ କହିଲେ ଶରତ - ପିସିସି ସଭାପତି ଶରତ ପଟ୍ଟନାୟକ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଉପନିର୍ବାଚନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପନିର୍ବାଚନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

author img

By

Published : Apr 12, 2023, 8:36 PM IST

ଝାରସୁଗୁଡ଼ା ଉପନିର୍ବାଚନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଝାରସୁଗୁଡ଼ା ବ୍ୟାଟେଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶାସକ ଦଳ ପକ୍ଷରୁ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜିତିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏନେଇ ଜୋରଦାର ରଣନୀତି କରୁଛି ବିଜେଡି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ଭଳି ପ୍ରଥମେ ପ୍ରଚାର ମଧ୍ୟ ଆରମ୍ଭ କରିଛି ଶାସକ ଦଳ । ପ୍ରତିଟି ୱାର୍ଡରେ ବିଜେଡି ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଝାରସୁଗୁଡ଼ାରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିବାକୁ ନେଇ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି ବୋଲି ବିଜେଡି କହିଛି । ତେବେ କଂଗ୍ରେସ ମଧ୍ୟ ବିଶେଷ ପଛରେ ପଡ଼ିନାହିଁ । ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଉପନିର୍ବାଚନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ରେସରେ ଆଗରେ ରହିଛି ଶାସକ ବିଜେଡି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଥମେ ପ୍ରଚାର ମଧ୍ୟ ଆରମ୍ଭ କରିଛି ଶାସକ ଦଳ । ସେପଟେ ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛି । କାରଣ ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ୍ବରେ ରହିଛି ଦଳ । ଯୁବନେତା ଟଙ୍କଧର ତ୍ରିପାଠୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଯେହେତୁ ସେ ଝାରସୁଗୁଡ଼ା ମୂଳ ବାସିନ୍ଦା ନୁହନ୍ତି, ତାଙ୍କୁ ନେଇ ଦଳ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା କୁହାଯାଉଛି । ସେପଟେ କଂଗ୍ରେସ ମଧ୍ୟ ଏଥର ଆଗୁଆ ଅଣ୍ଟା ଭିଡ଼ିଛି ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ପାର ହେବାପାଇଁ । ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଆମ ପ୍ରାର୍ଥୀ ସ୍ଥାନୀୟ ଝାରସୁଗୁଡ଼ାର । ପୁଣି ଏକ ରାଜନୈତିକ ପରିବାରର । ଝାରସୁଗୁଡ଼ା ରାଜନୈତିକ ଦୃଶ୍ୟପଟରେ ତାଙ୍କର ଦୀର୍ଘବର୍ଷର ସମ୍ପର୍କ ରହିଛି । ତରୁଣ ପାଣ୍ଡେ ଜଣେ ଉଦୀୟମାନ ଯୁବନେତା । ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିଜ ଆୟତରେ ରଖିବାରେ ବିଫଳ ହୋଇଛନ୍ତି । ଯାହା ଟପ୍‌ ଲିଡର ନବ ଦାସଙ୍କ ହତ୍ୟାକାଣ୍ଡରୁ ସ୍ପଷ୍ଟ ହେଲା । ୩ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ । ଝାରସୁଗୁଡ଼ାରେ ବେକାରୀ ସଂଖ୍ୟା ମାତ୍ରାଧିକ । ଦରଦାମ କଥା ନକହିଲେ ଭଲ । ଖାଲି ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାରଙ୍କ କଥା ସମସ୍ତେ ଜାଣିଲେଣି । ଗଣତନ୍ତ୍ର ଏବେ ବିପଦରେ । ଏହିସବୁ ଦିଗକୁ ଦେଖିଲେ ଜଣାପଡୁଛି, ଲୋକେ ଏଥର କଂଗ୍ରେସକୁ ଜିତାଇବେ । କଂଗ୍ରେସ କ୍ଷମତାକୁ ଆସିବ ।" ୨୦୨୪ ସାଧାରଣ ନିର୍ବାଚନରେ କେବଳ କଂଗ୍ରେସ ସାରା ଦେଶରେ ବିକଳ୍ପ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ତେବେ ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିଜର ନାମାଙ୍କନ ଭରିବେ । ଏଥିପାଇଁ କଂଗ୍ରେସ କର୍ମୀ ଓ ନେତା ଝାରସୁଗୁଡ଼ାରେ ଡେରା ପକାଇବା ଆରମ୍ଭ କରିଛନ୍ତି । ବିଧାୟକ, ସାଂସଦ, ନେତା ଓ କର୍ମୀ ସମସ୍ତେ ଝାରସୁଗୁଡ଼ାରେ ରହିବେ ନିର୍ବାଚନ ସରିବା ପର୍ଯ୍ୟନ୍ତ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ହେଉଛନ୍ତି ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ । ବୀରେନ୍ଦ୍ର ପାଣ୍ଡେ ୩ଥର ଝାରସୁଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫ ଏବଂ ୧୯୯୫ରେ ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡା ବିଧାୟକ ଥିଲେ । ତେବେ ତରୁଣଙ୍କୁ ଜିତାଇବାକୁ ସମସ୍ତେ ଆପ୍ରାଣ ଚେଷ୍ଟା କରିବେ ବୋଲି ପିସିସି ସଭାପତି କହିଛନ୍ତି । ସେ କହିଛନ୍ତି, "କଂଗ୍ରେସ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପରିବର୍ତ୍ତନ ପଦଯାତ୍ରା କଂଗ୍ରେସକୁ ଲୋକଙ୍କ ନିକଟତର କରିଛି । ଦେଶରେ କଂଗ୍ରେସକୁ ସଫଳତା ମିଳିଛି । ତାର ପ୍ରଭାବ ନିଶ୍ଚିତ ଭାବେ ଝାରସୁଗୁଡା ଉପରେ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.