ETV Bharat / state

Cabinet Reshuffle: ନୂତନତ୍ବ ନାହିଁ, ଭୋଟ ପାଇଁ ଅଦଳବଦଳ କହିଲା କଂଗ୍ରେସ

author img

By

Published : May 22, 2023, 5:41 PM IST

ମନ୍ତ୍ରୀମଣ୍ଡଳ ଅଦଳ ବଦଳକୁ ନେଇ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏଥିରେ କିଛି ନୂତନତ୍ବ ନାହିଁ । କେବଳ ଭୋଟ ପାଇଁ ଅଦଳ ବଦଳ ବୋଲି କହିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ମନ୍ତ୍ରୀ ମଣ୍ଡଳ ଭୋଟ ପାଇଁ ଅଦଳ ବଦଳ କହିଲା କଂଗ୍ରେସ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସାଦ ନାୟକ । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି କହିଛି ଏହା ନୂଆ ବୋତଲରେ ପୁରୁଣା ମଦ ସଦୃଶ । ସେପଟେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟକୁ ଲକ୍ଷ୍ୟରେ ରଖି ଏଭଳି କରାଯାଇଥିବା କହିଛନ୍ତି ପିସିସି ସଭାପତି । ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ କହିଛି ।

ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନ । ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେଉଛି ଓ ମୟୂରଭଞ୍ଜରେ ବିଜେପିର କଳେବର ବୃଦ୍ଧି ପାଉଛି ବୋଲି କୁହାଯାଉଥିଲା । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ବିଜେପିକୁ ଚେକ ଦେବା ପାଇଁ ଗୋଟିଏ ମନ୍ତ୍ରୀପଦ ଦିଆଯାଇଛି ବୋଲି କୁହାଯାଉଛି । ତେବେ ଝାରସୁଗୁଡା ଉପନିର୍ବାଚନରେ ସାରଦା ଦଳ ପାଇଁ ଖଟିଥିଲେ, ତାଙ୍କୁ ପୁରସ୍କାର ସ୍ବରୂପ ମନ୍ତ୍ରୀପଦ ଦିଆଗଲା । ମୟୂରଭଞ୍ଜରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରହିଛନ୍ତି । ସେହିପରି ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଜେଡିର ଦୁଇ ଜଣ ବିଧାୟକ ଥିବାବେଳେ ଅନ୍ୟ ୪ଟି ବିଧାନସଭା କ୍ଷେତ୍ର ବିଜେପିର ଦଖଲରେ ରହିଛି । ରାଜ୍ୟରେ ୨୨ ପ୍ରତିଶତ ଆଦିବାସୀ ଅଛନ୍ତି । ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ତେଣୁ ସେଠାରୁ ସୁଦାମ ମାରାଣ୍ଡିଙ୍କୁ ମନ୍ତ୍ରୀ କରି ବିଜେଡି ଆଦିବାସୀ କାର୍ଡ ଖେଳିଲା ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...Cabinet Reshuffle: ବିଜେପି କହିଲା ନୂଆ ବୋତଲରେ ପୁରୁଣା ମଦ, ଜବାବ ରଖିଲା BJD

ସେପଟେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ କହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କେବଳ ଭୋଟ ପାଇଁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ । କିଛି ନୂଆ ନାହିଁ ଏଥିରେ । ଯେଉଁ କାର୍ଡ ଖେଳିଲେ ବି ଆଉ କାମ ଦେବନାହିଁ । ଓଡିଶା ସବୁ କ୍ଷେତ୍ରରେ ଅବହେଳିତ । ମିଥ୍ୟା ପ୍ରତିଶୃତି ଦେଇ ଛଳନା କରୁଛନ୍ତି ସରକାର । କେବଳ ଭୋଟ ବ୍ୟାଙ୍କ ପାଇଁ ଏହା କରୁଛନ୍ତି । ହେଲେ ଲୋକଙ୍କ ବାସ୍ତବ ବିକାଶ ପାଇଁ କିଛି କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମନ୍ତ୍ରୀ । ହେଲେ ନାରୀ ଆଜି ଅସୁରକ୍ଷିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.