ETV Bharat / state

କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ ! କଂଗ୍ରେସ କହିଲା ନିର୍ବାଚନୀ ଧୂଆଁବାଣ - ପିସିସି ସଭାପତି ଶରତ ପଟ୍ଟନାୟକ

ନିର୍ବାଚନ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ଘୋଷଣା କରୁଛନ୍ତି । ତେବେ ଏହାକୁ ନିର୍ବାଚନୀ ଧୂଆଁବାଣ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ !
କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ !
author img

By

Published : Aug 16, 2023, 10:56 PM IST

କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ !

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ନୂଆ ନୂଆ ଯୋଜନା ଘୋଷଣା କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ଦୁଇ ପାଦ ଆଗେଇ ଯାଇ ଓବିସି କାର୍ଡ ଖେଳିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବାବେଳେ, ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଓବିସି ବର୍ଗଙ୍କ ପାଇଁ ବିଶ୍ବକର୍ମା ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଯୋଜନାକୁ ଧୂଆଁବାଣ କହିଛି କଂଗ୍ରେସ । ନିର୍ବାଚନ ଆସିଲେ ସରକାର ନୂଆ ନୂଆ ଯୋଜନାମାନ ଘୋଷଣା କରନ୍ତି, ହେଲେ ତାର ତୃଣମୂଳସ୍ତରରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ମଙ୍ଗଳବାର ସ୍ବାଧୀନତା ଦିବସରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଦେଶର ବିକାଶ ଦିଗରେ ଅନେକ କଥା କହିଥିଲେ । ପାରମ୍ପାରିକ ବୃତ୍ତିଗତ ବ୍ୟବସାୟୀ ବର୍ଗଙ୍କ ସାମୁହିକ ବିକାଶ ପାଇଁ ବିଶ୍ବକର୍ମା ଯୋଜନା ଦେଶରେ କାର୍ଯ୍ୟକାରୀ ହେବାନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାସରେ ବିଶ୍ବକର୍ମା ପୂଜା ଆନୁକୂଲ୍ୟରେ ବିଶ୍ବକର୍ମା ଯୋଜନା ଆରମ୍ଭ ହେବ । ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏଥିରେ ସୁନା କାରିଗର, କମାର, ବାରିକ, କୁମ୍ଭାର, ମୋଚି ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ୧୫ ହଜାର କୋଟିର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ମଧ୍ୟ ପଢ଼ନ୍ତୁ...ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର

ସେହିଭଳି କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣସଙ୍ଗଠିତ ଶ୍ରମିକମାନଙ୍କୁ ସଂଗଠିତ କରିବା ପାଇଁ ଏକ ଯୋଜନା ଘୋଷଣା କରିଥିଲେ । ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ଏଥିରେ ଡେଲିଭରି ବୟ, କୁମ୍ଭାର, କମାର, ପାଇପ ମିସ୍ତ୍ରୀ ଆଦି ୫୦ ବର୍ଗ ଉପକୃତ ହେବେ । ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ ଏବଂ ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ତେବେ ରାଜ୍ୟ ସରକାର ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ତେବେ କଂଗ୍ରେସ ଏଭଳି ଘୋଷଣାକୁ ନିର୍ବାଚନୀ ଧୂଆଁବାଣ ବୋଲି କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବହୁ ଯୋଜନା ଘୋଷଣା କରିଛନ୍ତି, ହେଲେ ତାହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି । ନିର୍ବାଚନ ସରିଲା ପରେ ସେ ଯୋଜନା ଆଉ ନଥିବ । ଲୋକଙ୍କୁ ଭୁଆଁ ବୁଲାଇ କେବଳ ଭୋଟ ପାଇଁ ଯୋଜନା ଘୋଷଣା କରୁଛନ୍ତି ସରକାର ।" ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓବିସି ଭୋଟରଙ୍କୁ ଫୋକସରେ ରଖି ବିଭିନ୍ନ ଯୋଜନାମାନ ଘୋଷଣା କରୁଛନ୍ତି । ହେଲେ ବାସ୍ତବରେ ଏହା କେତେ ଫଳପ୍ରଦ ହେଉଛି ଏବଂ ଏଭଳି ଯୋଜନା ଦ୍ବାରା ଭୋଟରଙ୍କ ପାଖରେ କେତେ ଆସ୍ଥାଭାଜନ ହେବେ ସରକାରୀ ଦଳ, ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.