ETV Bharat / state

ଗୃହ ବିଭାଗ ସମ୍ଭାଳିବାରେ ବିଫଳ ମୁଖ୍ୟମନ୍ତ୍ରୀ ! ଇସ୍ତଫା ଦାବି କଲା କଂଗ୍ରେସ - ଗୃହ ବିଭାଗ ସମ୍ଭାଳିବାରେ ବିଫଳ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ରହିଥିବା ବେଳେ ଏହି ବିଭାଗ ସମ୍ଭାଳିବାରେ ସରକାର ବିଫଳ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ସହ ଇସ୍ତଫା ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି

author img

By

Published : Feb 6, 2023, 9:10 PM IST

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ କଂଗ୍ରେସ ମଧ୍ୟ ସରକାରଙ୍କ ଚରମ ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ନବ ଦାସଙ୍କ ହତ୍ୟାକାଣ୍ଡରେ ଉପକୂଳ ଓଡ଼ିଶାର ବିଜେଡି ନେତା ସମ୍ପୃକ୍ତ ଅଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତେବେ ନବଙ୍କ ହତ୍ୟାକାଣ୍ଡ ପଛରେ କିଏ ରହିଛି, ତାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିରୋଧି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ସହ ଇସ୍ତଫା ଦାବି କରିଛି ।

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ସେନେଇ ଏବେ ବି ରାଜ୍ୟବାସୀ ଅନ୍ଧାର ଘେରରେ । ରାଜନୈତିକ, ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା କରାଯାଇଛି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ମୁହଁ ଖୋଲନ୍ତୁ ।" ତେବେ ପଶ୍ଚିମ ଓଡ଼ିଶାର ପାୱାରଫୁଲ ନେତା ନବ ଦାସଙ୍କୁ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ପରେ ପୋଲିସର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବିରୋଧୀ ଦଳ ନେତା ରାଜ୍ୟ ପୋଲିସ ଉପରେ ଆଉ ବିଶ୍ବାସ ନାହିଁ କହି ନିଜ PSOକୁ ପ୍ରତ୍ୟାହାର କରିଛନ୍ତି । କ୍ରାଇମବ୍ରାଞ୍ଚ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ରାଜନୈତିକ ବୟାନବାଜି ଜାରି ରହିଛି । ଏହାରି ଭିତରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିସ୍ପୋରକ ବୟାନ ଦେଇଛନ୍ତି । ବିଜ୍‌ନେସ୍‌ ପାଇଁ ନବଙ୍କୁ ପଲିଟିକାଲ ମର୍ଡର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସୁବାସ ପାଣିଗ୍ରାହୀ । ସେହିଭଳି କ୍ରାଇମବ୍ରାଞ୍ଚ ତଦନ୍ତରୁ କିଛି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ, କିନ୍ତୁ ପ୍ରକୃତ ହତ୍ୟାକାରୀଙ୍କୁ ସରକାର ଧରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.