ETV Bharat / state

ରାଜ୍ୟ କଂଗ୍ରେସରେ ଅଲ ଇଜ୍‌ ୱେଲ: ପିସିସି ସଭାପତି - ପିସିସି ସଭାପତି

କିଛି ଦିନ ପୂର୍ବରୁ ଭୁବନେଶ୍ବରରେ ଜାନକୀ ବସନ୍ତ କଂଗ୍ରେସରେ ଏକ ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ ଦଳ ବିରୋଧରେ ବିଶୋଦଗାର କରିଥିଲେ । କହିଥିଲେ ଆମର 9 ଜଣ ବିଧାୟକ କିନ୍ତୁ 20 ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । 147ଟି ଆସନରେ ପ୍ରାର୍ଥୀ ଦେଇପାରିବୁ କି ନାହିଁ ତାହା ସନ୍ଦେହ । ଅଧିକ ପଢନ୍ତୁ

ରାଜ୍ୟ କଂଗ୍ରେସରେ ଅଲ ଇଚ ୱେଲ: ପିସିସି ସଭାପତି

author img

By

Published : May 11, 2023, 10:57 PM IST

Updated : May 12, 2023, 7:21 AM IST

ଭୁବନେଶ୍ବର: ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ବାଳ ଶରତ ବିରୋଧୀ ମନ୍ତବ୍ୟକୁ ନେଇ କଂଗ୍ରେସ ଶିବିର ଏବେ ପଡୁଛି ଉଠୁଛି । ଝାରସୁଗୁଡା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ଚିରଞ୍ଜୀବି । ଦଳର ଦୁର୍ବଳତା ନେଇ ପ୍ରଶ୍ନ ଉଠାଇଲେ । ଦଳର ଶୃଙ୍ଖଳାକୁ ନେଇ ଉଠୁଛି ବଡ ପ୍ରଶ୍ନ ହେଲେ ପିସିସି ସଭାପତି କହୁଛନ୍ତି କିଛି ଅସୁବିଧା ନାହିଁ ଅଲ ଇଜ ୱେଲ ।

ଘଟଣାକୁ ନେଇ ପିସିସି ସଭାପତି କହିଛନ୍ତି ‘‘ ଆଭ୍ୟନ୍ତରୀଣ ବ୍ୟାପାର କଥା । ଦଳ ଭିତରେ ଆଲୋଚନା କରି ସମାଧାନ କରିବୁ । ଦଳର ଉନ୍ନତି ପାଇଁ ଯଦି କେହି କିଛି ସଭା ସମିତିରେ କହିଛି କୌଣସି ଅସୁବିଧା ନାହିଁ।’’ ଶରତଙ୍କ ଏଭଳି ପ୍ରତିକ୍ରିୟା ସାଧାରଣରେ ଗ୍ରହଣୀୟ ହୋଇପାରିନି। ପ୍ରଶ୍ନ ଉଠୁଛି ଦଳୀୟ ଅନୁଶାସନ ବୋଲି କିଛି ନାହିଁ। ଦଳର ଶୃଙ୍ଖଳା ଯଦି ଭଙ୍ଗ ହୁଏ ତାହେଲେ କିଏ ହେବ ଉତ୍ତରଦାୟୀ। ପୂର୍ବରୁ ବିଧାୟକ ସୁର ରାଉତରାୟଙ୍କ ଟିପ୍ପଣୀକୁ ନେଇ ଗଭୀର ଅସନ୍ତୋଷ ତେଜିଥିଲା । ଦଳକୁ ଡ୍ୟାମେଜ କରୁଥିବା କଥା କହି ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ପିସିସି ସଭାପତି । ତେବେ ଏବେ ଶରତ କଣ ପାଇଁ ଏଭଳି ନରମ ଆଭିମୁଖ୍ୟ ଗ୍ରହଣ କଲେ ତାକୁ ନେଇ ଉଠୁଛି ପ୍ରଶ୍ନ । ଡରିଗଲେ କି ଶରତ । ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି।

କିଛି ଦିନ ପୂର୍ବରୁ ଭୁବନେଶ୍ବରରେ ଜାନକୀ ବସନ୍ତ କଂଗ୍ରେସରେ ଏକ ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମ ରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ ଦଳ ବିରୋଧରେ ବିଶୋଦଗାର କରିଥିଲେ । କହିଥିଲେ ଆମର 9 ଜଣ ବିଧାୟକ କିନ୍ତୁ 20 ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । 147 ଟି ଆସନରେ ପ୍ରାର୍ଥୀ ଦେଇପାରିବୁ କି ନାହିଁ ତାହା ସନ୍ଦେହ । ପିସିସି ସଭାପତି ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଆଜି ବିଧାୟକ ତାରା ବାହିନୀପତି ମଧ୍ୟ ସମାନ କଥା ଦୋହରାଇଛନ୍ତି । ଜଣଙ୍କ ପରେ ଜଣେ ହେଭିୱେଟ ନେତାଙ୍କ ଟାର୍ଗେଟ ପରେ ଶରତ ପଟ୍ଟନାୟକ ଏବେ ଡରିଗଲେ କି ? ତାହାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଶରତ ପଟ୍ଟନାୟକ କହିଛନ୍ତି ଏଭଳି ଆଲୋଚନା କଂଗ୍ରେସର ପରିବାରର କଥା । ସେମାନେ କାହାକୁ ସମାଲୋଚନା କରିନାହାନ୍ତି । କଂଗ୍ରେସ ଦଳର ଭଲ ପାଇଁ କହିଛନ୍ତି । କଂଗ୍ରେସ ଦଳକୁ ମଜବୁତ କରିବାକୁ ଏହି ଆଲୋଚନା ଚକ୍ରର ପରିକଳ୍ପନା ହୋଇଥିଲା । କଂଗ୍ରେସ ଜିତିବ ବୋଲି କଂଗ୍ରେସ ନେତା ଜାଣିସାରିଲେଣି ସେଥିପାଇଁ 9 ଜଣ ବିଧାୟକ କଂଗ୍ରେସରେ ଥିବା ବେଳେ ସମସ୍ତେ କହୁଛନ୍ତି ସମସ୍ତେ ମୁଖ୍ୟମନ୍ତ୍ରୀ ହେବେ । ଏହାର ଅର୍ଥ କଂଗ୍ରେସ ସରକାର ଗଠନ କରିବ । ମୁଁ ସମସ୍ତଙ୍କୁ ନେଇ ଚାଲିବାରେ ବିଶ୍ବାସ କରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 12, 2023, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.