ETV Bharat / state

ଏପରି ଚାଲିଛି ପଞ୍ଚାୟତସ୍ତରରେ କାମ, ସରପଞ୍ଚଙ୍କ ଠାରୁ ବିଡିଓ ଯାଏଁ ପିସି ମାୟାରେ ବାୟା - khordha latest news

ବିନା ପିସିରେ ହେଉନି ପଞ୍ଚାୟତସ୍ତରରେ ଉନ୍ନୟନ ମୂଳକ କାମ । ସରପଞ୍ଚଙ୍କ ଠାରୁ ବିଡିଓ ଯାଏ ସମସ୍ତେ ପିସି ମାୟାରେ ବାୟା । ଅଧିକ ପଢନ୍ତୁ...

ସରପଞ୍ଚଙ୍କ ଠାରୁ ବିଡିଓ ଯାଏ ପିସି ମାୟାରେ ବାୟା

author img

By

Published : Sep 12, 2020, 8:33 AM IST

ଖୋର୍ଦ୍ଧା:ଏବେବି ଚାଲିଛି ପିସି କାରବାର । ବ୍ଲକଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତେ ପିସି ନେବାରେ ବ୍ୟସ୍ତ । ବ୍ଲକରେ ବିଡିଓ, ଜେଇଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ଓ ଭିଏଲଡବ୍ଲ୍ୟୁଙ୍କ ଯାଏ କାମ ପାଇଁ ଆସିଥିବା ଟଙ୍କାର ପ୍ରତିଶତ କାଟି ନେଉଛନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସରପଞ୍ଚଙ୍କ ଠାରୁ ବିଡିଓ ଯାଏ ପିସି ମାୟାରେ ବାୟା

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଖୁଲମଖୁଲା ପିସି ମାଗିବା ସହ କିଏ କେତେ ପ୍ରତିଶତ ପିସି ନେଉଛନ୍ତି ତାର ମଧ୍ୟ ହିସାବ ଦେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ବିଡିଓ 2 ପ୍ରତିଶତ, ଜେଇ 4 ପ୍ରତିଶତ, ସେହିପରି ବ୍ଲକର ଅନ୍ୟ କର୍ମଚାରୀ ମିଶି ସମୁଦାୟ 11 ପ୍ରତିଶତ ପିସି ବ୍ଲକ ନେଉଥିବାବେଳେ ପଞ୍ଚାୟତରେ 5 ପ୍ରତିଶତ ପିସି ନିଆଯାଉଛି ବୋଲି ସେ କହିଛନ୍ତି ।

ସେହିପରି ପଞ୍ଚାୟତରେ ନିଆଯାଉଥିବା ପିସିରୁ ସରପଞ୍ଚ ଓ ସେ ଭାଗବାଣ୍ଟି ନିଅନ୍ତି ବୋଲି ମଧ୍ୟ କହିବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଏକ କାମ ଶେଷ ପରେ ବିଲ୍‌ ମାଗିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏପରି ପିସିର ହିସାବ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ତେବେ ଯେଉଁଠି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି । ଏପରିସ୍ଥଳେ ଏବେ ବି ଖୁଲମଖୁଲା ପିସି ନେବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.