ETV Bharat / state

18 ଦିନ ହେଲା ଖୋଲନି ପଠାଣି ସାମନ୍ତ ପ୍ଲାନେଟାରିଅମ, ଏହା ହେଉଛି କାରଣ

author img

By

Published : Jul 11, 2023, 2:19 PM IST

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୮ ଦିନ ଧରି ବନ୍ଦ ପଡ଼ି ରହିଛି ପଠାଣି ସାମନ୍ତ ପ୍ଲାନେଟୋରିୟମ । ଅଧିକ ପଢନ୍ତୁ

pathani samanta planetarium
pathani samanta planetarium
ଖୋଲନି ପଠାଣି ସାମନ୍ତ ପ୍ଲାନେଟାରିଅମ

ଭୁବନେଶ୍ବର: ବନ୍ଦ ପଡି ରହିଛି ଭୁବନେଶ୍ୱରର ପ୍ଲାନେଟାରିଅମ । ଏହା ରାଜ୍ୟର ଏକମାତ୍ର ପ୍ଲାନେଟୋରିଅମ ହୋଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୮ ଦିନ ଧରି ବନ୍ଦ ପଡ଼ି ଥିବାରୁ ଫେରୁଛନ୍ତି ଦର୍ଶକ । ମିଞ୍ଜିମିଞ୍ଜି ତାରା ନକ୍ଷତ୍ରର ଦୃଶ୍ୟ ଦେଖିବାକୁ ଖୁସିରେ ଆସୁଥିବା ଦର୍ଶକ ବନ୍ଦ ଦେଖି ନିରାଶ ହୋଇ ଫେରୁଛନ୍ତି । ତେବେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ଟେଲିସ୍କୋପ ସାହାଯ୍ୟରେ ମହାକାଶର ଦୃଶ୍ୟ ବି ଦେଖାଯାଇଥାଏ । ଏଥିରେ ତାରା ଓ ନକ୍ଷତ୍ରର ଦୃଶ୍ୟ ଦେଖି ମହାକାଶର ଜଣାଅଜଣା କଥା ଜାଣିଥାଆନ୍ତି । ବିଶେଷ ଭାବେ ସ୍କୁଲ ଓ କଲେଜ ପିଲାଙ୍କର ଏହା ଦେଖିବାର ଇଚ୍ଛା ଅଧିକ ଥାଏ ।

ହେଲେ ଏହି ଜ୍ଞାନ ଆହରଣର ପ୍ଲାନେଟୋରିଅମ ଏବେ ନିଜେ ଅନ୍ଧାରରେ । କାରଣ ୧୮ ଦିନ ଧରି ଏଠାରେ ପଡିଛି ତାଲା । ଆଉ ଫାଟକରେ ଏକ ନୋଟିସ ଲେଖାଯାଇଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ଲାନେଟୋରିୟମ ବନ୍ଦ ରହିଛି । ତେବେ ଜୁନ ୨୩ରୁ ପ୍ଲାନେଟୋରିଅମ ବନ୍ଦ ପଡ଼ିଥିବା ବେଳେ କେବେ ଏହା ଖୋଲାଯିବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି ।

ଅନ୍ୟପଟେ କର୍ତ୍ତୃପକ୍ଷ କହିଛନ୍ତି, "ମୁଖ୍ୟ ସର୍ଭରର ହାର୍ଡ ଡିସ୍କ ଖରାପ ହୋଇଯାଇଛି । ଏହା ଦ୍ୱାରା ପରିଚାଳିତ ୮ଟି ସିଷ୍ଟମ କାର୍ଯ୍ୟ କରୁ ନାହିଁ । କାରଣ ମୁଖ୍ୟ ସର୍ଭରର ହାର୍ଡ ଡିସ୍କ ପୋଡ଼ିଯାଇଛି । ଯେଉଁଥି ପାଇଁ ସବୁକିଛି ବନ୍ଦ ପଡିଛି । ସିଷ୍ଟମ ସଜଡାଯିବା ପରେ ହିଁ ଖୋଲିବ ପ୍ଲାନେଟୋରିଅମ । ହେଲେ ଏଥି ପାଇଁ ଭାରତରେ ହାର୍ଡ ଡିସ୍କ ମିଳୁ ନଥିବା ବେଳେ ଆମେରିକାରୁ ଆସିବା ପରେ ହିଁ ଏହା ଠିକ ହୋଇପାରିବ ।" ମୁମ୍ବାଇର କମ୍ପ୍ୟୁଟର ଯୋଗାଣକାରୀ ସଂସ୍ଥା ଆସି ସଜାଡ଼ିବା ପରେ ବି ଏହା ଖରାପ ହୋଇଯାଇଥିଲା । ତେଣୁ ଏବେ ନୂଆ ସିଷ୍ଟମ ପାଇଁ ଅପେକ୍ଷା । ତେଣୁ ସୋ' ଆରମ୍ଭ ହେବାକୁ ଆହୁରି ୧୫ ଦିନ ଲାଗିଯାଇପାରେ ବୋଲି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ଲାନେଟୋରିୟମର ରେକର୍ଡ, ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଦର୍ଶକ ଆସିଛନ୍ତି

ପ୍ରକାଶା ଥାଉକି, ୧୯୯୦ ଜାନୁଆରୀ ୯ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଭୁବନେଶ୍ବରରେ ଖୋଲା ଯାଇଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ସାଧାରଣ ଲୋକଙ୍କ ପାଖରେ ବେଶ ଆଦୃତ ହୋଇ ପାରିଛି । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଆସନ୍ତି । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୭୫ ହଜାର ୮୩୬ ଜଣ ଦର୍ଶକ ଏହି ପ୍ଲାନେଟୋରିୟମକୁ ଆସିଛନ୍ତି । ସେମାନଙ୍କଠାରୁ ସମୁଦାୟ ୪୩ ଲକ୍ଷ ୪୬ ହଜାର ୨୦୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଯାହାକି ବିଗତ ୩୩ ବର୍ଷ ଇତିହାସରେ କୌଣସି ଆର୍ଥିକ ବର୍ଷ ପାଇଁ ସର୍ବାଧିକ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.