ETV Bharat / state

ଆରମ୍ଭ ହେଲା ପଥ ଉତ୍ସବ, ଦୁଲୁକିଲା ରାଜଧାନୀ ରାଜରାସ୍ତା - ଭୁବନେଶ୍ବର ପଥ ଉତ୍ସବ

Patha Utsav Utarted in Bhubaneswar: ଭୁବନେଶ୍ବରରେ ଆରମ୍ଭ ହେଲା ପଥ ଉତ୍ସବ । ନାଚିଲେ ଗାଇଲା ରାଜଧାନୀବାସୀ । ଅଧିକ ପଢ଼ନ୍ତୁ

ପଥ ଉତ୍ସବ
ପଥ ଉତ୍ସବ
author img

By ETV Bharat Odisha Team

Published : Dec 24, 2023, 4:42 PM IST

ପଥ ଉତ୍ସବ

ଭୁବନେଶ୍ବର: ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍‌ସି ପକ୍ଷରୁ ଆଜି ରାହାଗିରି ବା ପାଥୋତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ଦୋଇଛି । ପ୍ରଥମ ଦିନରେ ଶୀତ ସତ୍ୱେ ବି ପ୍ରବଳ ଜନ ସମାଗମ ହୋଇଥିଲା । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ଦୋଇଥିଲେ । ପ୍ରଥମ ଦିନରେ ଓଡ଼ିଶୀ ନୃତ୍ୟୁରୁ ପଥୋତ୍ସବ ଆରମ୍ଭ ହୋଇଥିବା ବେଳେ ବଲିଉଡ଼ କଣ୍ଠଶିଳ୍ପୀ ନିକିତା ଗାନ୍ଧୀଙ୍କ ଗୀତ ବେଶ ନାଚାଇଥିଲା ରାଜଧାନୀବାସୀଙ୍କୁ ।

ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ପଥୋତ୍ସବ । ଏହି ପଥୋତ୍ସବରେ ବିଭିନ୍ନ ପ୍ରତିଭାର ପଦର୍ଶନରେ ଦୁଲୁକିଛି ମଞ୍ଚ । ରାଜଧାନୀବାସୀ ଝୁମିବା ସହ ସୁସ୍ଥ ରହିବା ପାଇଁ କରିଥିଲେ ବ୍ୟାୟାମ । ବିଶେଷ ଭାବେ ପଥୋତ୍ସବରେ ରାଜଧାନୀର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ବେଳେ ଖୋଲା ମଞ୍ଚରେ ଲୁଚି ରହିଥିବା କଳା ଓ ନୈପୁଣତାର ପଦର୍ଶନ କରିଥିଲେ । ଏଭଳି ଭାବରେ ରାଜଧାନୀବାସୀ ରବିବାରର ଶୀତୁଆ ସକାଳର ଫୁର୍ତ୍ତି ଏଥର ରାହାଗିରିରେ ମନାଇ ବେଶ ଖୁସି ଅନୁଭବ କରିଥିଲେ । ଏହା ସକାଳ ୭ ଟାରୁ ଦିନ ୧୦ ତା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହୋଇଥିଲେ ରାଜଧାନୀବାସିନ୍ଦା ।

ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଞ୍ଚ ରହିଥିବା ବେଳ ରାମମନ୍ଦିର ନିକଟରେ ଦ୍ଵିତୀୟ ମଞ୍ଚ ନିର୍ମାଣ ହୋଇଥିଲା । ଏହି ପଥ ଉତ୍ସବରେ ରାଜଧାନୀର ପଥ ପ୍ରାନ୍ତରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍‌ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ଆସିଥିବା ସ୍କେଟିଂରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ମଲଖମ୍ଭ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସମସ୍ତେ ଜାଣିଛନ୍ତି ସ୍କେଟିଂ ଏକ ପାଶ୍ଚାତ୍ୟ ପରମ୍ପରା ଏଥିପାଇଁ ଅନେକ ଅଭ୍ୟାସ କରିବାକୁ ପଡିଥାଏ । ହେଲେ ଏହାରି ମାଧ୍ୟମରେ ଅତି ସୁନ୍ଦର ଭବେ ନିଜ କଳା ଓ ସଂସ୍କୃତି ଦିବ୍ୟ ଚେତନାର ନିଖୁଣତାକୁ ପ୍ରତିପାଦିତ କରିଛନ୍ତି ବ୍ରହ୍ମପୁରରୁ ଆସିଥିବା ସ୍କେଟିଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ । ସେହିପରି ମଲଖମ୍ଭ ନୃତ୍ୟ ଏବେ ଲୋପ ପାଇଯାଉଥିବା ବେଳେ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ପୁରୀର କିଛି ଯୁବକ ଏହି ନୃତ୍ୟ ପଦର୍ଶନ କରିଛନ୍ତି । ଏହାସହ ବିକେ ଶତପଥୀ ନାମକ ବ୍ୟକ୍ତି ହୁଳହୁଳି, ଶଙ୍ଖ, ବଇଁଶୀ ଭଳି ଅନେକ ବାଦ୍ୟ ଯନ୍ତ୍ର ଏକାକୀ ବଜାଉଥିବାର ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢ଼ନ୍ତୁ.......ଦୁଲୁକିବ ରାଜଧାନୀ, ୨୪ରୁ ଆରମ୍ଭ ହେବ ପଥୋତ୍ସବ

ସେପଟେ ରାହାଗିରିର କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍‌ଜି ମହିଳା ମିଶନ ଶକ୍ତି ମହିଳା ଯୋଗ ଦେଇଥିଲେ । ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତି ନେଇଛି । ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟ ବା ଭୁବନେଶ୍ୱର ପ୍ରତିଭା ପଦର୍ଶନ ଷ୍ଟେଜରେ ଲୋକଙ୍କ ଖୁସିରେ ସାମିଲ ହୋଇ କୁନି କୁନି ପ୍ରତିଭାଙ୍କ ସହ ନାଚିଥିଲେ ଭୁବନେଶ୍ୱର ମେୟର । ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରାର ସହ ଜଡିତ କାର୍ଯ୍ୟକ୍ରମକୁ ଧ୍ୟାନ ଦିଆଯାଇଥିବା ବେଳେ ବାଘ ନାଚ, ଘୋଡା ନାଚ ଓ ଧୁଡୁକି ନାଚ ଭଳି ଅନେକ ଲୋକ କଳା ଲୋକ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ସେହିପରି ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ତେବେ ଆଜିର ଏହି ପଥ ଉତ୍ସବ ଉଦଘାଟନୀରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ ବିଜେଡି ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କ ସମେତ କର୍ପୋରେଟରମାନେ ଯୋଗଦେଇ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.