ETV Bharat / state

Khordha Accident: ବାଲୁଗାଁ ବସ୍‌ ଦୁର୍ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - truck hits bus

ଖୋର୍ଦ୍ଧା ବାଲୁଗାଁ ଓଭର ବ୍ରିଜ ନିକଟରେ ବସକୁ ଧକ୍କା ଦେଲା ଅଜଣା ଟ୍ରକ (Truck Hits Bus ) । ଘଟଣାସ୍ଥଳରେ ୩ ମୃତ, ୧୧ ଗୁରୁତର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Khordha Accident: ବସକୁ ଧକ୍କା ଦେଲା ଅଜଣା ଟ୍ରକ , ୩ମୃତ-୧୧ ଗୁରୁତର

author img

By

Published : Nov 27, 2021, 9:09 AM IST

Updated : Nov 27, 2021, 2:03 PM IST

ଖୋର୍ଦ୍ଧା: ମା’ ତାରିଣୀଙ୍କୁ ଦର୍ଶନ କରିବା ହେଲା ଶେଷ ଯାତ୍ରା । ଦର୍ଶନ ସାରି ଫେରୁଥିବା ବେଳେ ବସକୁ ପଛପଟୁ ଧକ୍କା ଦେଲା ଅଜଣା ଟ୍ରକ । ଘଟଣାସ୍ଥଳରେ ୩ ମୃତ, ୧୧ ଗୁରୁତର । ଏଭଳି ଦୁଃଖଦନୀୟ ଘଟଣା ଘଟିଛି ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥର ବାଲୁଗାଁ ଓଭର ବ୍ରିଜ ନିକଟରେ । ଏକ ବସ ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ଏଥିରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୧ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ବ୍ରହ୍ମପୁର ଗୋପାଳପୁରର ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ରଙ୍ଗେଇଲୁଣ୍ଡାର ୩ଜଣ ଛାତ୍ର ରହିଛନ୍ତି ।

ରାସ୍ତାରେ ଅଟକିଥିଲା ବସ ପଛପଟୁ ପିଟିଲା ଟ୍ରକ, ୩ ମୃତ

ସୂଚନା ଅନୁଯାୟୀ ବସଟି ଯାତ୍ରୀଙ୍କୁ ଧରି କେନ୍ଦୁଝର ତାରିଣୀ ଦର୍ଶନ ସାରି ନିଜ ଗାଁ ବ୍ରହ୍ମପୁର ଗୋପାଳପୁରକୁ ଫେରୁଥିଲା । ଏହି ସମୟରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସଟି ଛିଆ ହୋଇଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ଏନେଇ ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାଲୁଗାଁ ମେଡିକାଲକୁ ପଠଇଛନ୍ତି । ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିବା ସହ ଆଶୁଆରୋଗ୍ୟ କାମ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଦେବାକୁ ଘୋଷଣା କରିଛନ୍ତି (CM Naveen Pattnaik Announces 3 lakh compensation for deceased person) । ଏଥି ସହ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

Last Updated : Nov 27, 2021, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.