ETV Bharat / state

ଆଜି ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶ - parivartan samabesh in khurdha

ଖୋର୍ଦ୍ଧାର ବୀର ମାଟିରେ ଏକ ବିଶାଳ ସମାବେଶରେ ପରିବର୍ତ୍ତନ ପାଇଁ ଗର୍ଜିବ କଂଗ୍ରେସ । ଖୋର୍ଦ୍ଧା ଏବଂ ଜଟଣୀବାସୀଙ୍କ ସମସ୍ୟା ଏବଂ ସ୍ୱାର୍ଥକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ହେଉଛି ଦଳ । ଅଧିକ ପଢନ୍ତୁ

parivartan samabesh in khurdha
ଖୋର୍ଦ୍ଧାରେ ବଳ ଗୋଟାଇବ କଂଗ୍ରେସ
author img

By ETV Bharat Odisha Team

Published : Oct 27, 2023, 7:12 AM IST

ଖୋର୍ଦ୍ଧାରେ ବଳ ଗୋଟାଇବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପରିବର୍ତ୍ତନର ନାରା ଦେଉଛି ପ୍ରଦେଶ କଂଗ୍ରେସ । ଏଣୁ ଆଜି(ଶୁକ୍ରବାର) ଖୋର୍ଦ୍ଧାରେ କଂଗ୍ରେସ ଆୟୋଜନ କରିବ ପରିବର୍ତ୍ତନ ସମାବେଶ । ଖୋର୍ଦ୍ଧାର ବୀର ମାଟିରେ ଏକ ବିଶାଳ ସମାବେଶରେ ଲୋକଙ୍କ ହକ୍‌ ପାଇଁ ଗର୍ଜିବ କଂଗ୍ରେସ । ଅକ୍ଟୋବର ୨୭ତାରିଖରେ କଂଗ୍ରେସ ଦେଇଛି 'ଖୋର୍ଦ୍ଧା ଚାଲ' ଡାକରା । କଂଗ୍ରେସ ପକ୍ଷରୁ ପରିବର୍ତ୍ତନର ଆହ୍ୱାନ ଦିଆଯାଇଥିବାବେଳେ 10 ହଜାରରୁ ଅଧିକ ଜନସାଧାରଣ ଏକାଠି ହେବା ନେଇ ଆଶା ରଖିଛି ଦଳ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି।

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସର ପରିବର୍ତ୍ତନ ସମାବେଶ ସାରା ରାଜ୍ୟ ପାଇଁ ଏକ ବଡ଼ ଆହ୍ୱାନ, ଏହା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ହେବ । ଓଡିଶାବାସୀଙ୍କ ଏକ ବଡ଼ ଧରଣର ପରିବର୍ତ୍ତନ ସହ ରାଜନୈତିକ ଦୃଶ୍ୟପଟରେ ମଧ୍ୟ ପରିବର୍ତ୍ତନ ହେବ । କଂଗ୍ରେସ ଉପରେ ଲୋକେ ଭରଷା କରିବେ। ପ୍ରାୟ 10 ହଜାରରୁ ଅଧିକ ଲୋକେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚାରିଆଡୁ ପ୍ରାୟ 15 ହଜାରରୁ ଅଧିକ ଲୋକେ ପରିବର୍ତ୍ତନର ଆହ୍ଵାନରେ ସାମିଲ ହେବେ। କେନ୍ଦ୍ରୀୟ ନେତା ଚେଲା କୁମାରଙ୍କ ସମେତ ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ସମସ୍ତ ବିଧାୟକ ଓ ଛାମୁଆ ସଂଗଠନ ସାମିଲ ହେବେ। ଦରଦାମ ବୃଦ୍ଧି, ବେରୋଜଗାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କୃଷି କ୍ଷେତ୍ରରେ ଅବହେଳାକୁ ଆଧାର କରି ପରିବର୍ତ୍ତନ ସ୍ଲୋଗାନ୍‌ ଦିଆଯାଇଛି । ଏହି ପରିବର୍ତ୍ତନ ସମାବେଶ ନିଶ୍ଚୟ ସଫଳ ହେବ ।"

ଏହା ବି ପଢନ୍ତୁ...Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ଖୋର୍ଦ୍ଧାରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ହେବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏବେ ଓଡ଼ିଶା ଚାହେଁ ପରିବର୍ତ୍ତନ, ସରକାରର ପରିବର୍ତ୍ତନ । ସାରା ଓଡ଼ିଶାରେ ଏବେ ଚାଲିଛି କଂଗ୍ରେସର ସମାବେଶ । ଆଉ କେତେବର୍ଷ ଓଡିଶାବାସୀ ନବୀନ ବାବୁଙ୍କୁ ଦେଲେ ସେ ଓଡ଼ିଶାର ପରିବର୍ତ୍ତନ କରିବେ ? ଯୁବକ ଆଜି ଚାକିରି ନପାଇ ଦାଦନ ଖଟିବାକୁ ବାହାରକୁ ଯାଉଛି। ଚାଷୀ ଆଜି ହତାଶ ହୋଇ ଜୀବନ ହାରୁଛି। ଛାତ୍ର ସମାଜ ନିଜର ହକ ପାଉନି, ନିର୍ବାଚନ ଲଢ଼ିପାରୁନି । ରାଜରାସ୍ତାରେ ଶିକ୍ଷକ, ଆଶା ଦିଦି, ଡାକ୍ତର ଓ ସରପଞ୍ଚ । ସେଥିପାଇଁ ପରିବର୍ତ୍ତନ ଆବଶ୍ୟକ । ଏବେ ଲୋକମାନେ କଂଗ୍ରେସ ସହ ସାମିଲ ହେଉଛନ୍ତି । ଯେଉଁଠି ସମାବେଶ ହେଉଛି ସେଠି ଜନସାଧାରଣ ଆସି ସମର୍ଥନ ଦେଉଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ସରକାର ଖାଲି ଯୋଜନା ଆରମ୍ଭ କରୁଛନ୍ତି । ଓଡ଼ିଶା ଦେଶରେ ପଛୁଆ ରାଜ୍ୟ ଭାବେ ପରିଗଣିତ ହେଉଛି । ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ଚାରିଆଡେ କଂଗ୍ରେସ କର୍ମୀ ଏକଜୁଟ ହେଲେଣି । ଏଥର ପରିବର୍ତ୍ତନ ନିଶ୍ଚିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.