ETV Bharat / state

ନବମରୁ ଦ୍ବାଦଶ ପାଠ ପଢ଼ା ଚାଲୁ ରଖିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଭିଭାବକ ମହାସଂଘ ଅଧ୍ୟକ୍ଷ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ ପାଠ ପଢ଼ାର ଗୁରୁତ୍ବ ଦୃଷ୍ଟିରୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢା କରାଯାଉ ବୋଲି ଅଭିଭାବକ ମହାସଂଘ ଦାବି କରିଛି । ଅଧିକ ପଢ଼ନ୍ତୁ

ନବମରୁ ଦ୍ବାଦଶ ପାଠ ପଢ଼ା ଚାଲୁ ରଖିବାକୁ ଦାବି
ନବମରୁ ଦ୍ବାଦଶ ପାଠ ପଢ଼ା ଚାଲୁ ରଖିବାକୁ ଦାବି
author img

By

Published : Apr 22, 2023, 9:02 PM IST

ନବମରୁ ଦ୍ବାଦଶ ପାଠ ପଢ଼ା ଚାଲୁ ରଖିବାକୁ ଦାବି

ଭୁବନେଶ୍ବର: ନବମରୁ ଦ୍ବାଦଶ ଶ୍ରେଣୀ ପାଠ ପଢ଼ା ଚାଲୁ ରଖିବାକୁ ଦାବି କଲା ଅଭିଭାବକ ମହାସଂଘ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି କରାଯାଉ, ହେଲେ ପାଠ ପଢ଼ାର ଗୁରୁତ୍ବ ଦୃଷ୍ଟିରୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢା କରାଯାଉ ବୋଲି ଅଭିଭାବକ ମହାସଂଘ ଦାବି କରିଛି । ଏନେଇ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚିଠି ଲେଖି ଦାବି ଜଣାଇଛନ୍ତି ।

ଏନେଇ ଅଭିଭାବକ ମହାସଂଘ ଅଧ୍ୟକ୍ଷ କହିଛନ୍ତି, "ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି କରାଯାଉ । କାରଣ ସେମାନେ ହେଉଛନ୍ତି ଛୋଟ ପିଲା । ସେମାନେ ଖରା ପାଇଁ ସ୍କୁଲ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବ । ହେଲେ ପାଠ ପଢ଼ାର ଗୁରୁତ୍ବ ଦୃଷ୍ଟିରୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଦିନ ୧୦ଟା ପର୍ଯ୍ୟନ୍ତ ପାଠ ପଢ଼ା କରାଯାଉ । ସେମାନଙ୍କ ପାଇଁ ପାଠ ପଢ଼ା ଜାରି ରଖିବା ନିହାତି ଆବଶ୍ୟକ । କରୋନା ପାଇଁ ପିଲାମାନଙ୍କ ପାଠ ପଢ଼ା ପୂର୍ବରୁ ବହୁତ ବ୍ୟାଘାତ ହୋଇଥିଲା । ଅନେକ ଅଞ୍ଚଳରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପିଲାଙ୍କ ପାଇଁ କେବଳ ସ୍କୁଲ ହିଁ ପାଠ ପଢ଼ିବାର ଏକ ମାତ୍ର ଉତ୍ସ । ସବୁ ପିଲା ଆର୍ଥିକ ଓ ବ୍ୟବସ୍ଥାଗତ ଦୃଷ୍ଟିରୁ ପ୍ରାଇଭେଟ କୋଚିଂ ଓ ଟ୍ୟୁସନ ପାଇପାରିବେ ନାହିଁ । ତେଣୁ ନବମରୁ ଦ୍ବାଦଶ ଶ୍ରେଣୀ ପିଲା ପାଠ ପଢିବା ପାଇଁ ସ୍କୁଲ ୧୦ଟା ପର୍ଯ୍ୟନ୍ତ ଖୋଲାଯାଇ ପାଠ ପଢ଼ାଇବା ଆବଶ୍ୟକ ।"

ତେବେ ଏହି ଛୁଟିର ସୁଯୋଗ ନେଇ ବର୍ତ୍ତମାନ ପ୍ରାଇଭେଟ କୋଚିଂ ସବୁ ମାତି ଉଠିବେ ବୋଲି ଆଶଙ୍କା କରିଛନ୍ତି ବାସୁଦେବ । ଘରୋଇ ସ୍କୁଲ ଗୁଡ଼ିକ ମଧ୍ୟ ଖରା ଦିନିଆ କ୍ଲାସ କରି ଅଭିଭାବକ ମାନଙ୍କୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଅର୍ଥାତ ରଜ ପର୍ଯ୍ୟନ୍ତ ଶୋଷଣ କରିବା ଜାରି ରଖିବେ ବୋଲି ସେ କହିଛନ୍ତି । ଆଜି ଏହି ସବୁ ଆଶଙ୍କା ଓ ଆବଶ୍ୟକତା ଦୃଷ୍ଟିରୁ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚିଠି ଲେଖି ଦାବି ଜଣାଇଛନ୍ତି । ବର୍ତ୍ତମାନର ଏହି ଛୁଟି ନବମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି କରିବ ଏବଂ ବିଶେଷ କରି ଗ୍ରାମାଞ୍ଚଳର ପିଲାଙ୍କ ପାଠ ପଢ଼ା ଘୋର କ୍ଷତିଗ୍ରସ୍ତ ହେବ ବୋଲି ସେ କହିଛନ୍ତି । ସେପଟେ ଘରୋଇ ସ୍କୁଲ ଓ କୋଚିଂ ସେଣ୍ଟର ଗୁଡ଼ିକର କଚେ ପୁଅ ବାର ସଦୃଶ ସମର କ୍ଲାସ ପାଠ ପଢ଼ା ନାଁରେ ଅଯଥା ଅଭିଭାବକ ମାନଙ୍କୁ ଶୋଷଣ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.