ETV Bharat / state

ସବୁ ଗାଡିରେ ଲାଗିବ VLTD, ମହିଳାଙ୍କ ଯିବା ଆସିବାରେ ନୋ ଟେନସନ - ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ

VLTD and panic button in every commercial vehicle: ମହିଳାମାନଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏଣିକି ସମସ୍ତ କର୍ମସିଆଲ ଗାଡିରେ ଲାଗିବ ଲାଗିବ VLTD ଓ ପାନିକ ବଟନ । ଏହାର ମୁଖ୍ୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଉଦଘାଟିତ ହୋଇଯାଇଛି । ଖୁବଶୀଘ୍ର ହେବ କାର୍ଯ୍ୟକାରୀ । ଅଧିକ ପଢନ୍ତୁ

ଗାଡିରେ ଲାଗିବ VLTD
ଗାଡିରେ ଲାଗିବ VLTD
author img

By ETV Bharat Odisha Team

Published : Dec 16, 2023, 12:40 PM IST

Updated : Dec 16, 2023, 2:33 PM IST

ସବୁ ଗାଡିରେ ଲାଗିବ VLTD

ଭୁବନେଶ୍ବର: ମହିଳାମାନଙ୍କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ସମସ୍ତ ଯାନବାହନରେ ଲାଗିବ ପାନିକ ବଟନ । କିଛି ଅପ୍ରୀତିକର ପରିସ୍ଥିତି ବା ଅସୁବିଧା ସ୍ଥିତି ଉପୁଜିଲେ ଏହି ସୁଇଚ ମାରିଲେ କିଛି ସମୟ ମଧ୍ୟରେ ପହଞ୍ଚିଯିବ ପୋଲିସ । ଏନେଇ ଭୁବନେଶ୍ୱର ଅଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଭାବେ ଉଦଘାଟିତ ହୋଇଛି ଏହି ପାନିକ ବଟନ୍ ସେବାର ମୁଖ୍ୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ।

ତେବେ ସମସ୍ତ ଯାତ୍ରୀବାହି ବସ୍, ଟ୍ୟାକ୍ସି, କାର ବା ସ୍କୁଲ ବସ ଭଳି କମର୍ସିଆଲ ଗାଡି ଗୁଡିକରେ ରହିବ ପାନିକ ବଟନ୍ । ଅର୍ଥାତ ସୁଇଚ ଟିପିଲେ କିଛି କ୍ଷଣ ମଧ୍ୟରେ ପହଞ୍ଚିଯିବ ପୋଲିସ । କେବଳ ପୋଲିସ ନୁହେଁ ଆବଶ୍ୟକ ପଡିଲେ ଆମ୍ବୁଲାନ୍ସ ବା ଅଗ୍ନିଶମ ଭଳି ଗାଡି ମଧ୍ୟ ସିଧା ଘଟଣାସ୍ଥଳରେ ପହଞ୍ଚିଯିବ । କୌଣସି ସମସ୍ୟାରେ ବା ଦୁର୍ଘଟଣାରେ ପଡିଲେ ତୁରନ୍ତ ସହାୟତା ମିଳିବ ।

ତେବେ ଦିଲ୍ଲୀର ନିର୍ଭୟା ଘଟଣା ପରଠୁ ମହିଳାଙ୍କ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କମର୍ସିଆଲ ଗାଡ଼ିରେ ଏଭଳି ପାନିକ ବଟନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଖୁବଶୀଘ୍ର ଭୁବନେଶ୍ୱରରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭୁବନେଶ୍ୱର ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ-2ରେ ନୂତନ ଭାବେ ଉଦଘାଟିତ ହୋଇଛି ଏହି ପାନିକ ବଟନ୍ ସେବାର ମୁଖ୍ୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । ମହିଳାମାନେ ଯଦି କେଉଁଠି ଅସୁବିଧାର ସାମ୍ନା ହେବେ ତେବେ ଗାଡିରେ ଲାଗିଥିବା ପାନିକ ବଟନ ମାରିଲେ ସେଠାରୁ ତୁରନ୍ତ ସେହି ଜାଗାର ପୁରା ଲୋକେସନ ସହ ସୂଚନା ଏହି କମାଣ୍ଡ ସେଣ୍ଟରରେ ପହଞ୍ଚିଯିବ । ଏହାପରେ ପୋଲିସ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ତୁରନ୍ତ ସେଠାରେ ପହଞ୍ଚିଯିବ ।

ଏହାମଧ୍ୟ ପଢନ୍ତୁ: ଉଚ୍ଚ ଶିକ୍ଷାନୁଷ୍ଠାନଙ୍କୁ ୟୁଜିସିର ନିର୍ଦ୍ଦେଶ, ଆଣ୍ଟି ରାଗିଂ ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ

ତେବେ ମହିଳାଟିଏ ଏକୁଟିଆ ଯିବା ବେଳେ କେହି କମେଣ୍ଟ ମାରିବା, ଏକୁଟିଆ ଦେଖି ମହିଳା ସହ କିଛି ଖରାପ ବ୍ୟବହାର‌ କରିବା ବା ଅସଦାଚରଣ କରିବା ବା କୌଣସି ବିପଦ ଆପଦର ସାମ୍ନା କରୁଥିଲେ ଏହି ପାନିକ ବଟନ୍ ସମସ୍ତ ସହାୟତା ନେଇପାରିବେ । ଏଥିପାଇଁ ସବୁ ଯାତ୍ରୀବାହି ଗାଡିର ସିଟ୍ ପାଖରେ ବା କମର୍ସିଆଲ ଟ୍ୟାକ୍ସିର ସିଟ୍ ପାଖରେ ବା ଟ୍ରକ ରେ ବା ଆମ୍ବୁଲାନସରେ ଏହି ପାନିକ ବଟନ୍ ରହିବ । କେବଳ ସେତିକି ନୁହେଁ ସମସ୍ତ କମର୍ସିଆଲ ଗାଡିରେ ଏହି ପାନିକ ବଟନ୍ ସହ VLTD (vehicle tracking device )ମେସିନ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ରାଜ୍ୟ ପରିବହନ ଏହି ପାନିକ ବଟନ୍ ଓ ଭିଏଲଟିଡି ମେସିନ ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତାବର୍ଷ ଜୁନ୍ 30 ସୁଧା ସମସ୍ତ ଗାଡିରେ ଏହି ମେସିନ‌ ଲଗାଇବାକୁ କୁହାଯାଇଛି । କେବଳ ମହିଳାଟିଏ ନୁହେଁ ବରଂ ଯେକୌଣସି ବ୍ୟକ୍ତି ବି ଏହି ପାନିକ ବଟନ୍ ସହାୟତାରେ ସାହାଯ୍ୟ ପାଇପାରିବେ । କୌଣସି ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣାର ସାମ୍ନା କଲେ‌ ବା କୌଣସି ଅପରାଧିକ କାର୍ଯ୍ୟର ଶିକାର ହେଲେ‌ ନିଜେ ଗାଡ଼ିର ଚାଳକ ବି ବିନା ଫୋନ ଯୋଗେ ଏହି ଏମର୍ଜେନ୍ସି ବା ପାନିକ ବଟନ୍ ଜରିଆରେ ପୋଲିସ ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିର ସହାୟତା ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 16, 2023, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.