ଖୋର୍ଦ୍ଧା: ଅକଳରେ ବୋଲଗଡ ପିଚୁକୁଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ‘ଫନି’ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ଅନିୟମିତତା ଅଭିଯୋଗରେ ଘେରିଲେ ପଞ୍ଚାୟତବାସୀ । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ତାଙ୍କୁ ଅଟକ ରଖିଲେ ଲୋକେ । ବୋଲଗଡ ବିଡିଓ ଓ ବେଗୁନିଆ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି ।
ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ନେବା ଏବଂ ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ଅନିୟମିତତା ଅଭିଯୋଗରେ ବୁଧବାର ପିଚୁକୁଳି ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତବାସୀ ଘେରିଛନ୍ତି । ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟ ହୋଇ ସେମାନେ ତାଲା ପକାଇଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ