ଖୋର୍ଦ୍ଧା: ବାହାଘର ଭୋଜି ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସୁନ୍ଦରପୁର ପଞ୍ଚାୟତର ବଡ ସାହିର ଆନନ୍ଦ ସାହୁଙ୍କ ବରଯାତ୍ରୀରେ ସାମିଲ ହୋଇଥିଲେ ଗ୍ରାମବାସୀଙ୍କ ସହ ବନ୍ଧୁବାନ୍ଧବ । ତିନିଘରିଆ ଗାଁର ବାବୁଲି ପରିଡାଙ୍କ ଝିଅ ବାହାଘରକୁ ବରଯାତ୍ରୀ ଭାବେ ଭୋଜି ଖାଇବାକୁ ଯାଇଥିଲେ । ତେବେ ସେଠାରେ ସେମାନେ ଖାଇ ପିଇ ସାରି ଘରକୁ ଫେରିବା ବେଳେ ସମସ୍ତଙ୍କର ପେଟରେ ଯନ୍ତ୍ରଣା ହେବା ସହ ଝାଡା ବାନ୍ତି ହୋଇଥିଲା ।
କେତେକ ଲୋକେ ସ୍ଥାନୀୟ କ୍ବାକଙ୍କ ଦ୍ବାର ଚିକିତ୍ସିତ ହୋଇଥିବା ବେଳେ ଆଉ କେତେକ ଆକ୍ରାନ୍ତ ଟାଙ୍ଗୀର ବିଭିନ୍ନ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି । ଏହାସହ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ