ETV Bharat / state

ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର, ଫୋକସରେ ୨୦୨୪ ନିର୍ବାଚନ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜିଠାରୁ ୩୯ ଦିନ ପର୍ଯ୍ୟନ୍ତ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ପର୍ବ ଚାଲିବ । ପ୍ରଥମ ଦିନରେ କଟକ ଚୌଦ୍ବାର, ଜଗତସିଂହପୁର, ହିଞ୍ଜିଳି, ଭଞ୍ଜନଗରରୁ ଆସିଥିବା କର୍ମୀଙ୍କୁ ତାଲିମ ଦିଆଯାଇଛି । ଦଳର ଶୀର୍ଷ ନେତୃତ୍ବ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ

ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର, ୨୦୨୪ ନିର୍ବାଚନ ଲକ୍ଷ୍ୟ

author img

By ETV Bharat Odisha Team

Published : Sep 11, 2023, 8:28 PM IST

ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର, ୨୦୨୪ ନିର୍ବାଚନ ଲକ୍ଷ୍ୟ

ଭୁବନେଶ୍ବର: ଆଗାମୀ ୨୦୩୬ ରେ ସ୍ବତନ୍ତ୍ର ରାଜ୍ୟ ଗଠନର ଶତାବ୍ଦୀ ପାଳନ କରିବ ଓଡିଶା । ତେଣୁ 2036 ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ପଡିବ । ସେହିପରି ୨୦୨୪ରେ ରହିଛି ସାଧାରଣ ନିର୍ବାଚନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେଡି ଆରମ୍ଭ କରିଛି ବିଧିବଦ୍ଧ ଅଭିଯାନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଶଙ୍ଖ ଭବନରେ ଆରମ୍ଭ ହୋଇଛି ମାଷ୍ଟର ଟ୍ରେନରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ବରେ ଗଠିତ ହୋଇଥିବା କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିବ ।

ଆଜିଠାରୁ ୩୯ ଦିନ ପର୍ଯ୍ୟନ୍ତ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ପର୍ବ ଚାଲିବ । ପ୍ରଥମ ଦିନରେ କଟକ ଚୌଦ୍ବାର, ଜଗତସିଂହପୁର, ହିଞ୍ଜିଲି, ଭଞ୍ଜନଗରରୁ ଆସିଥିବା କର୍ମୀଙ୍କୁ ତାଲିମ ଦିଆଯାଇଛି । ଦଳର ଶୀର୍ଷ ନେତୃତ୍ବ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ ଦେଉଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁଲୋତା ଦେଓ, ମୁଖପାତ୍ର ଲେନିନ ମହାନ୍ତି, ଡ଼. ପ୍ରିୟବ୍ରତ ମାଝୀ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପ୍ୟାନେଲିଷ୍ଟ ସ୍ବୟଂ ପ୍ରକାଶ ମହାପାତ୍ର ଆଜି ତାଲିମ ପ୍ରଦାନ କରିଛନ୍ତି ।

ଏହାବି ପଢନ୍ତୁ- କଂଗ୍ରେସକୁ ଶେଷ ଓ ବିଜେପିକୁ ମଜବୁତ କରିବାକୁ ଶରତ ଓ ସୌମ୍ୟ ତତ୍ପର: ବିଜେଡି

ଦୈନିକ ଚାରିଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅନ୍ୟୂନ ୩/୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିରେ ମୁଖ୍ୟତଃ ଓଡ଼ିଶାର ଗୌରବମୟ ଅତୀତ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନ, ମହାବାତ୍ୟା ପୂର୍ବ ଏବଂ ପରର ସ୍ଥିତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉପଲବ୍ଧି, ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମାଇଲଖୁଣ୍ଟ, ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ।

୨୦୩୬ ସୁଦ୍ଧା ଓଡିଶାକୁ ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଚୂଡ଼ାନ୍ତ ରଣନୀତି ସମ୍ପର୍କରେ ସେମାନେ ଅବଗତ ହେବେ । ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ନିଜ ବିଧାନସଭା କ୍ଷେତ୍ରରେ ଜିଲ୍ଲା ପରିଷଦ ଜୋନ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବେ । ସେହିପରି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡି ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ପଦଯାତ୍ରା ମଧ୍ୟ ଆରମ୍ଭ ହେବ । ଚଳିତଥର ୨୦ ତାରିଖ ପରଠାରୁ ପଦଯାତ୍ରାକୁ ଆହୁରି ବ୍ୟାପକ କରାଯିବା ସହ ପୂର୍ବାପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଏହାର ଅବଧି ସମ୍ପ୍ରସାରଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.