ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲେ ଆଉଟ୍ ସୋର୍ସିଂ କର୍ମଚାରୀ, ସ୍ଥାୟୀ ନିଯୁକ୍ତି ଦାବି

ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଆଉଟ୍ ସୋର୍ସିଂ କର୍ମଚାରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ବର୍ଗର ଆଉଟ୍ ସୋର୍ସିଂ କର୍ମଚାରୀ ଏହି ଆନ୍ଦୋଳନରେ ଯୋଗ ଦେଇ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ଅଧିକ ପଢ଼ନ୍ତୁ

author img

By

Published : Nov 26, 2022, 9:22 PM IST

ଆନ୍ଦୋଳନକୁ ଓହ୍ଲାଇଲେ ଆଉଟ୍ ସୋର୍ସିଂ କର୍ମଚାରୀ, ସ୍ଥାୟୀ ନିଯୁକ୍ତି ଦାବି
ଆନ୍ଦୋଳନକୁ ଓହ୍ଲାଇଲେ ଆଉଟ୍ ସୋର୍ସିଂ କର୍ମଚାରୀ, ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାର ଆଉଟ୍ ସୋର୍ସିଂ କର୍ମଚାରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିକ୍ଷା, ସ୍ବାସ୍ଥ୍ୟ, ସଫେଇ, ଇଞ୍ଜିନିୟରିଙ୍ଗ ଭଳି ବିଭିନ୍ନ ବର୍ଗର ଆଉଟ୍ ସୋର୍ସିଂ କର୍ମଚାରୀ ଏହି ଆନ୍ଦୋଳନରେ ଯୋଗ ଦେବା ସହିତ ଗାନ୍ଧୀମାର୍ଗରେ ପ୍ରତିବାଦ କରିଥିଲେ ।

ଆନ୍ଦୋଳନକୁ ଓହ୍ଲାଇଥିବା ଆଉଟ୍ ସୋର୍ସିଂ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଦାବି ନେଇ ଲୋୟର ପିଏମଜିରେ ଧାରଣା ଦେଇଥିଲେ । ଏହାସହ ନାରାବାଜି କରି ସରକାରଙ୍କୁ ନିଜର ଦାବି ଉପସ୍ଥାପନା କରିଛନ୍ତି । ରାଜ୍ୟ ସରକାର ରାଜ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରିଥିବାବେଳେ କାହିଁକି ଆଉଟ୍ ସୋର୍ସିଂ ପ୍ରଥା ଉଚ୍ଛେଦ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ଆନ୍ଦୋଳନରତ କର୍ମଚାରୀ । ସମାନ କାମ କରି ମଧ୍ୟ ୬୦ ହଜାରରୁ ଅଧିକା ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନଥିବା ଏମାନେ ଅଭିଯୋଗ କରିଛନ୍ତି ।

ଏନେଇ ଆନ୍ଦୋଳନରତ କର୍ମଚାରୀ କହିଛନ୍ତି, "ରାଜ୍ୟ ସରକାର ରାଜ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କଲେ । କିନ୍ତୁ ଆଉଟ୍ ସୋର୍ସିଂ ପ୍ରଥା ଉଚ୍ଛେଦ କରୁନାହାନ୍ତି । ଅନ୍ୟ କର୍ମଚାରୀଙ୍କ ଅପେକ୍ଷା ଆମେମାନେ ଅଧିକ କାର୍ଯ୍ୟ କରୁଛୁ । ତେଣୁ ସରକାର ଆମ ମାନଙ୍କ ପରିଶ୍ରମକୁ ମଧ୍ୟ ବିଚାରକୁ ନିଅନ୍ତୁ ।" ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.