ETV Bharat / state

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆନ୍ଦୋଳନ ସ୍ଥଗିତ, ମାସେ ସମୟ ନେଲେ ସରକାର

୧୦ ଦଫା ଦାବି ନେଇ 3ଦିନ ହେବ ଆନ୍ଦୋଳନକୁ ଓହ୍ଲାଇଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆନ୍ଦୋଳନ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ

author img

By

Published : Mar 28, 2023, 11:11 AM IST

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆନ୍ଦୋଳନ ସ୍ଥଗିତ
Outsource employees federation strike update
ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ୧୦ ଦଫା ଦାବି ନେଇ 3ଦିନ ହେବ ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ବା ବାହ୍ୟ ଠିକା କର୍ମଚାରୀ ମହାସଂଘ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ । 3 ଦିନ ପରେ ଧାରଣାରୁ ଓହରିଛନ୍ତି ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ । ଏକ ମାସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।

ସଂଘ ପକ୍ଷରୁ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ସନ୍ଧ୍ୟାରେ ଉନ୍ନୟନ ଆୟୁକ୍ତଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ଉନ୍ନୟନ ଆୟୁକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ଆସନ୍ତା‌ ଏକ ମାସ ଭିତରେ ଦାବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଏହାପରେ ସଂଘ ଆନ୍ଦୋଳନରୁ ଓହରିବାକୁ ପରାମର୍ଶ ଦେଇଥିଲା । ଏହାକୁ ନେଇ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରହିଥିବା ବେଳେ ଘରକୁ ଫେରି ପୁଣି ନିଜ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ କର୍ମଚାରୀ । ଉନ୍ନୟନ ଆୟୁକ୍ତ କଥାଙ୍କୁ ସମ୍ମାନ ଜଣାଇ ସଂଘ ଆନ୍ଦୋଳନରୁ ଓହରିବା ସହିତ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ କହିଛନ୍ତି, ''ଦୀର୍ଘ ଦିନ ହେଲା ବିଭିନ୍ନ ଦାବି ନେଇ ସରକାରଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଉଥିଲେ ହେଁ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ । ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ଏହାର ପ୍ରତିବାଦ କରି 3ଦିନ ହେଲା ମହାସଂଘର ହଜାର ହଜାର କର୍ମଚାରୀ ଧାରଣା ଦେଇଥିଲେ । କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ ସନ୍ଧ୍ୟାରେ ସରକାର ଆଲୋଚନାକୁ ଡାକି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ଏହାପରେ ସଂଘ ଆନ୍ଦୋଳନରୁ ଓହରିଥିଲା ।

ଦାବି ଅନୁସାରେ ସ୍ଥାୟୀ ନିଯୁକ୍ତି ସହିତ ବର୍ଗ ଅନୁସାରେ ୪୦ରୁ ୨୧ ହଜାର ଟଙ୍କା ଦରମା, ପୁନଃନିଯୁକ୍ତି, ବାର୍ଷିକ ଦରମା ବୃଦ୍ଧି, ମହିଳା କର୍ମଚାରୀଙ୍କୁ ପ୍ରସୂତିକାଳୀନ ଛୁଟି ଆଦି ୧୦ ଦଫା ଦାବି ରଖିଥିଲା ସଂଘ । ରାଜ୍ୟର ପ୍ରାୟ ୮୦ ହଜାର କର୍ମଚାରୀ ବାହ୍ୟ ଠିକା କର୍ମଚାରୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପରିଶ୍ରମକୁ ନେଇ ସ୍ଥାୟୀ ନିଯୁକ୍ତି ଦାବି କରୁଛନ୍ତି । 3 ଦିନ ହେବ ଖରା ବର୍ଷା ସହି ଗାନ୍ଧୀମାର୍ଗରେ ଆନ୍ଦୋଳନ କରିଥିଲେ । ମାସେ ଭିତରେ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଯଦି ସରକାର ଶୁଣିବେନି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ସହ ସରକାରଙ୍କୁ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.