ETV Bharat / state

ଆମ ଯୁଦ୍ଧ କୋରୋନା ସହ କୌଣସି ରାଜନୈତିକ ଦଳ ସହ ନୁହେଁ: ଅପରାଜିତା - aparajita sarangi statement

ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ଟିକାକରଣ ଚାଲିଥିବା ବୁଲି ଦେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ଆମର ଲଢେଇ ଭୂତାଣୁ ସହ କୌଣସି ରାଜନୈତିକ ଦଳ ସହ ନୁହେଁ । ଅଧିକ ପଢନ୍ତୁ...

ଆମର ଯୁଦ୍ଧ କୋରୋନା ସହ, କୌଣସି ରାଜନୈତିକ ଦଳ ସହ ନୁହେଁ : ଅପରାଜିତା

author img

By

Published : Jun 8, 2021, 12:57 PM IST

Updated : Jun 8, 2021, 1:41 PM IST

ଖୋର୍ଦ୍ଧା: ସାରା ଦେଶରେ ଟୀକାକାରଣ ପାଇଁ ଜୋରଦାର ପ୍ରକ୍ରିୟା ଜାରି ରହିଛି । କୋରୋନା ରୂପୀ ଅଦୃଶ୍ୟ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଟିକା ଏକମାତ୍ର ବିକଳ୍ପ ପାଲଟିଛି । ସେହିଭଳି ଦେଶ ତଥା ରାଜ୍ୟର ସମସ୍ତ ଅଞ୍ଚଳରେ ଟୀକାକରଣକୁ ବ୍ୟାପକ କରାଯାଉଥିବା ବେଳେ କିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ଟିକା ଗ୍ରହଣ କରୁଛନ୍ତି ତାହା ଆଜି ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ।

ଆମର ଯୁଦ୍ଧ କୋରୋନା ସହ, କୌଣସି ରାଜନୈତିକ ଦଳ ସହ ନୁହେଁ : ଅପରାଜିତା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପିଚୁକୁଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଟିକା କେନ୍ଦ୍ର ପରିଦର୍ଶନ କରି ଡାକ୍ତର, ନର୍ସ ଏବଂ ଲୋକଙ୍କ ସହ ଟୀକାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ସାଂସଦ ଗଣମାଧ୍ୟମକୁ କହିଛନ୍ତି ଆମ ଯୁଦ୍ଧ କୋରୋନା ସହିତ, କୌଣସି ରାଜନୈତିକ ଦଳ ସହ ନୁହେଁ । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନେଇ ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ଅପରାଜିତା କହିଛନ୍ତି । ସେହିପରି ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନ କିପରି ରକ୍ଷା କରାଯାଇପାରିବ ଏବଂ କେନ୍ଦ୍ର ଯୋଗାଉଥିବା ଟିକା କିପରି ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ ତା ଉପରେ ରାଜ୍ୟ ସରକାର ଦାୟିତ୍ୱ ନେଇ ତୁଲାଇବା ପାଇଁ ସାଂସଦ ଆଶା ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 8, 2021, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.