ETV Bharat / state

ଟଙ୍କା ପଛରେ କିଏ ? ତଦନ୍ତକାରୀ ସଂସ୍ଥା ବାହାର କରୁ ପ୍ରକୃତ ତଥ୍ୟ - ବିଜେପି ବିଧାୟକ ବୁଧାନ ମୁର୍ମୁ

କ୍ରମାଗତ ଚତୁର୍ଥ ଦିନ କଂଗ୍ରେସ ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଉପରେ ଆୟକର ବିଭାଗ ଚଢାଉ ଜାରି ରହିଛି । ଓଡିଶା ଏବଂ ଝାଡଖଣ୍ଡର ଧୀରଜ ସାହୁଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଏହି ଚଢାଉରେ ଏପର୍ଯ୍ୟନ୍ତ ୩୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରାଯାଇଛି । ଏହି ଚଢାଉରେ ଅଧିକ ସମୟ ଲାଗିପାରେ ଓ ଆୟକର ବିଭାଗକୁ ଆହୁରି ନଗଦ ଟଙ୍କା ଓ ଅଳଙ୍କାର ପାଇପାରେ । ଅଧିକ ପଢନ୍ତୁ

ଟଙ୍କା ପଛରେ କିଏ ? ତଦନ୍ତକାରୀ ସଂସ୍ଥା ବାହାର କରୁ ପ୍ରକୃତ ତଥ୍ୟ

author img

By ETV Bharat Odisha Team

Published : Dec 9, 2023, 8:16 PM IST

ଟଙ୍କା ପଛରେ କିଏ ? ତଦନ୍ତକାରୀ ସଂସ୍ଥା ବାହାର କରୁ ପ୍ରକୃତ ତଥ୍ୟ

ଭୁବନେଶ୍ବର: କ୍ରମାଗତ ଚତୁର୍ଥ ଦିନ କଂଗ୍ରେସ ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଉପରେ ଆୟକର ବିଭାଗ ଚଢାଉ ଜାରି ରହିଛି । ଓଡିଶା ଏବଂ ଝାଡଖଣ୍ଡର ଧୀରଜ ସାହୁଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଏହି ଚଢାଉରେ ଏପର୍ଯ୍ୟନ୍ତ ୩୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରାଯାଇଛି । ଏହି ଚଢାଉରେ ଅଧିକ ସମୟ ଲାଗିପାରେ ଓ ଆୟକର ବିଭାଗକୁ ଆହୁରି ନଗଦ ଟଙ୍କା ଓ ଅଳଙ୍କାର ପାଇପାରେ । ଓଡିଶାରେ ଧୀରଜଙ୍କୁ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରିବାରେ ରାଜ୍ୟର ବିଭିନ୍ନ ରାଜନୈତିକ ସହଯୋଗ କରିଥିବା ଅଭିଯୋଗ ହୋଇଛି । ବିଜେଡି ଓ ବିଜେପି ନେତା ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ।

ବ୍ୟବସାୟୀ ଧୀରଜ ସାହୁଙ୍କ ଘର ଉପରେ ଆୟକର ବିଭାଗ ଚଢାଉ ଜାରୀ ରହିଛି । ଆୟକର ବିଭାଗ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ, ବୌଦ୍ଧ, ସୁନ୍ଦରଗଡ, ରାଉରକେଲା ଏବଂ ଭୁବନେଶ୍ବରରେ ଚଢାଉ କରିଛି । ଆୟକର ଚଢାଉ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିବୃତ୍ତି ଦେଇଛନ୍ତି । ବିରୋଧୀ ଦଳକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଜନସାଧାରଣଙ୍କଠାରୁ ଲୁଟ ହୋଇଥିବା ଟଙ୍କା ଫେରସ୍ତ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ପରେ ଜୋର ଧରିଛି ରାଜନୀତି । ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ସହ ମଦ ବ୍ୟବସାୟଙ୍କ ସମ୍ପର୍କ ଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ଅଧିକ ପଢନ୍ତୁ- ଆଇଟି ରେଡ: ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି ଯେ, 250 କୋଟିରୁ ଅଧିକ ଟଙ୍କା ଗଣା ହୋଇସାରିଲାଣି । ଟଙ୍କା ଗଣତି ସରୁନାହିଁ । ରିପୋର୍ଟ ଆସୁଛି ଟଙ୍କା ଗଣିବାକୁ ଆହୁରି ଦୁଇ ଦିନ ଲାଗି ଯିବ । ଟଙ୍କା ଗଣା ମେସିନ କମ ପଡୁଛି । ଟଙ୍କା ଗଣିବାରେ ନିୟୋଜିତ କର୍ମଚାରୀ ଥକି ଗଲେଣି । ଟଙ୍କା ଟ୍ରକରେ ଲଦି ନିଆଯାଉଛି । ଟଙ୍କା ଗଣତି ପରେ ସୁନା ଅଳଙ୍କାର, ବିସ୍କୁଟ ମାପ ହେବ । ଏତେ ମାତ୍ରାରେ ନଗଦ ଟଙ୍କା ଜଣଙ୍କ ପାଖରେ ମିଳିବା ସନ୍ଦେହ ସୃଷ୍ଟି କରୁଛି । ଆସ୍ତେ ଆସ୍ତେ ସଠିକ ତଥ୍ୟ ମିଳିଯିବ । ବହୁ ରାଜନୈତିକ ବ୍ୟକ୍ତିଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ମାମଲା ଇଡିକୁ ଗଲେ ସବୁ ତଥ୍ୟ ସାମ୍ନାକୁ ଆସିଯିବ । ଜଣଙ୍କ ପାଖରୁ ଏତେ ନଗଦ ଟଙ୍କା ବାହାରିଲେ, ଇଡ଼ି ତଦନ୍ତ ହେଉ ବୋଲି ଆମେ ଚାହିଁବୁ । ଇଡ଼ି ତଦନ୍ତ ହେଲେ ସଠିକ ତଥ୍ୟ ବାହାରିବ ।

ସେହିପରି ଦଳର ନେତାଙ୍କ ଉପରେ ଆସୁଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ଯେ, ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଛ କଥା । ବିଜୁ ଜନତା ଦଳର ନେତା, ମନ୍ତ୍ରୀ ସାମିଲ ନାହାନ୍ତି । ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯିଏ ଘଟଣାରେ ସମ୍ପୃକ୍ତ ଥିବ ସେ ଆଇନତଃ ଦଣ୍ଡ ପାଇବ । ଏଥିରେ କୌଣସି ସନ୍ଦେହ ନାହିଁ । ବିଜେଡି ଏକ ଶୃଙ୍ଖଳିତ ଦଳ । ଏଥିରେ ଆମ ଦଳର କେହି ସାମିଲ ନାହାନ୍ତି । ଯଦି କେହି ଯେକୌଣସି ଦଳର ଏହି ଘଟଣା ସମ୍ପୃକ୍ତ ଥିବେ ସେ ଦଣ୍ଡ ପାଇବେ । ଏଥିରେ କିଛି କହିବାର ନାହିଁ । ଓଡିଶା ଭଳି ରାଜ୍ୟରୁ ଏତେ ନଗଦ ଟଙ୍କା ମିଳିବା ନିଶ୍ଚୟ ଆଶ୍ଚର୍ଯ୍ୟ କରୁଛି । ସଠିକ ଅନୁସନ୍ଧାନ ହେଉଛି । ସଠିକ ଅନୁସନ୍ଧାନ ପାଇଁ ଆଇଟି ବିଭାଗ ଜୋରସୋରରେ ଲାଗିଛି । ପ୍ରକୃତ ତଥ୍ୟ ବାହାର କରିବେ । ପଶ୍ଚିମ ଓଡିଶାର ବିଜେଡି ନେତା ସାମିଲ ଥିବା କଥା ବିରୋଧୀ ଅଭିଯୋଗ କରୁଛନ୍ତି । ବିରୋଧୀ ତ ଅଭିଯୋଗ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.