ETV Bharat / state

ଦକ୍ଷତା ବିକାଶକୁ ଗୁରୁତ୍ଵ, ଛାତ୍ରଛାତ୍ରୀଙ୍କୁ ବିଦେଶରେ ମିଳିଛି ଗବେଷଣା ସୁଯୋଗ

author img

By ETV Bharat Odisha Team

Published : Oct 20, 2023, 10:37 AM IST

Updated : Oct 20, 2023, 11:32 AM IST

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଗୁରୁତ୍ଵ ଦେଇ କୃଷି ସମେତ ଆନୁଷଙ୍ଗିକ ବୈଷୟିକ ଶିକ୍ଷାର ମାନବୃଦ୍ଧି ପାଇଁ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

OUAT
Odisha University of Agriculture & Technology

ଭୁବନେଶ୍ବର: କୃଷି ସମେତ ଆନୁଷଙ୍ଗିକ ବୈଷୟିକ ଶିକ୍ଷାର ମାନବୃଦ୍ଧି ପାଇଁ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ କେବଳ ପାଠ ପଢ଼ିଲେ ଚାକିରି ମିଳିଯିବ ତାହା ନୁହେଁ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ବୃଦ୍ଧିର ଆବଶ୍ୟକତା ରହିଛି। ତେଣୁ ଓୟୁଏଟି ଅନୁବନ୍ଧିତ ଥିବା ରାଜ୍ୟର 7 କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ପଠାଯାଉଛି ।

ସେହି 7ଟି କଲେଜଗୁଡ଼ିକ ହେଲା, ଭୁବନେଶ୍ଵର ଏଗ୍ରିକଲଚର କଲେଜ, ଭେଟେନାରି କଲେଜ, କୃଷି ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ମତ୍ସ୍ୟ ବିଜ୍ଞାନ କଲେଜ, ଚିପିଲିମା ଠାରେ ଥିବା କୃଷି କଲେଜ ଏବଂ ଭବାନୀପାଟଣାଠାରେ ଥିବା ଉଦ୍ୟାନ କୃଷି କଲେଜ ରହିଛି । ଏହି ସମସ୍ତ କଲେଜର ଛାତ୍ରଛାତ୍ରୀମାନେ ଦେଶ ବାହାରେ ଥିବା ଅନେକଗୁଡ଼ିଏ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ସହିତ ଗବେଷଣା କରୁଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର କିଭଳି ଭାବରେ ବୈଷୟିକ ଦକ୍ଷତା ବିକାଶ କରାଯିବ । ଏହି ପ୍ରକଳ୍ପକୁ ଭାରତ ସରକାର 25 କୋଟି ଦେଇଥିବା ବେଳେ ଓଡ଼ିଶା ସରକାର 5 କୋଟି ଟଙ୍କା ଦେଇଛନ୍ତି ।

କୋଭିଡ ପରେ ଛାତ୍ରଛାତ୍ରୀଙ୍କ ବିଦେଶରେ ପାଠ ପଢ଼ା
2019ରେ 24 ଜଣ ପିଲା ବିଦେଶ ଗସ୍ତ କରିଛନ୍ତି । 10 ଜଣ ମତ୍ସ୍ୟ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ଥାଇଲାଣ୍ଡର ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଟେକ୍ନୋଲୋଜି ଯାଇଛନ୍ତି । ସେହିପରି 5 ଜଣ କୃଷି ଇଞ୍ଜିନୟରିଂ ବିଭାଗର ଛାତ୍ରଛାତ୍ରୀ ଫିଲିପାଇନ୍ସର ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଛନ୍ତି । ସେହିପରି ଭାବରେ 5 ଜଣ ଏଗ୍ରିକଳଚର୍ ବିଭାଗର ଛାତ୍ରଛାତ୍ରୀ ଆମେରିକାର ନେବ୍ରାସ୍କା ବିଶ୍ଵବିଦ୍ୟାଳୟ ଏବଂ 4 ଜଣ ଭେଟନାରି ବିଭାଗର ଛାତ୍ରଛାତ୍ରୀ ଆମେରିକାର ନେବ୍ରାସ୍କା ବିଶ୍ଵବିଦ୍ୟାଳୟକୁ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି । ସେହିପରି ଭାବରେ 2022 ମସିହାରେ 18 ଜଣ ଛାତ୍ରଛାତ୍ରୀଙ୍କୁ ଆମେରିକା ପଠା ଯାଇଥିଲା । ଚଳିତ ବର୍ଷ 30-35 ଜଣ ପିଲା ବିଦେଶ ଯିବେ । ସେମାନଙ୍କ ମଧ୍ୟରୁ 10 ଜଣ ଏଗ୍ରିକଲଚର ବିଭାଗର ଛାତ୍ରଛାତ୍ରୀ ମାଲେସିଆ ଯାଉଥିବା ବେଳେ 7 ଜଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଓ 6 ଜଣ ଭେଟନାରି ବିଭାଗର ଛାତ୍ରଛାତ୍ରୀ ଯିବେ ପାନ୍ଥୋ ଭିଏତନାମ ଯିବେ ।

ଏହା ବି ପଢନ୍ତୁ...୬୨ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ

ଅଧ୍ୟାପକଙ୍କୁ ଏହି ପ୍ରକଳ୍ପରେ ସାମିଲ
ସେହିପରି ଭାବରେ ଅଧ୍ୟାପକମାନେ ମଧ୍ୟ ଏହି ଯୋଜନାରେ ସାମିଲ ରହିଛନ୍ତି । ଚଳିତ ବର୍ଷ 15 ଜଣ ଅଧ୍ୟାପକ ବିଦେଶ ଯାଉଛନ୍ତି । ଆମେରିକା ବିଶ୍ଵବିଦ୍ୟାଳୟକୁ ଜଣେ, ମେଲବର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ଵବିଦ୍ୟାଳୟକୁ 3 ଜଣ, ଥାଇଲ୍ୟାଣ୍ଡ୍‌ ବିଶ୍ଵବିଦ୍ୟାଳୟକୁ 2 ଜଣ ଏବଂ ଏମ୍‌ଆଇଟି ଆମେରିକା ବିଶ୍ବବିଦ୍ୟାଳୟକୁ ଜଣେ ଯାଉଥିବା ବେଳେ ଓକ୍ଲାମା ୟୁଏସ୍‌, ମେରିମା ବିଶ୍ଵବିଦ୍ୟାଳୟ, ଚିଲି ବିଶ୍ଵବିଦ୍ୟାଳୟ, ଜର୍ମାନୀ ଓ ଇଟାଲୀ ବିଶ୍ଵବିଦ୍ୟାଳୟ ସାମିଲ ହୋଇଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ
କୃଷି ସମେତ ଆନୁଷଙ୍ଗିକ ବୈଷୟିକ ଶିକ୍ଷାର ମାନ ବୃଦ୍ଧି କରାଯିବ । ଛାତ୍ରଛାତ୍ରୀଙ୍କ ଖାଲି ପାଠ ପଢିଲେ ଚାକିରି ମିଳିଯିବ ତାହା ନୁହେଁ । ଯେତେବେଳେ ଛାତ୍ରଛାତ୍ରୀ କଲେଜରୁ ଉଚ୍ଚ ଶିକ୍ଷା ନେଇ ବାହାରିବେ ସେହି ସମୟରେ ସେମାନଙ୍କ ଦକ୍ଷତା ବିକାଶ ବୃଦ୍ଧି କରିବା ଆବଶ୍ୟକ । ଯାହା ଫଳରେ ପାଠ ପଢ଼ିବା ପରେ ପରେ ସେମାନେ ଯେଭଳି ଭାବରେ ନିଜେ କୁଶଳୀ ବା ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ କମ୍ୟୁନିକେସନ ବୃଦ୍ଧି କରିବା ସହ ଷ୍ଟ୍ରେଶ ମ୍ୟାନେଜେଣ୍ଟ, ସଫ୍ଟ ସ୍କିଲ ଭୌତିକ ତାଲିମ ଆଦି ଛାତ୍ର ଛାତ୍ରୀଙ୍କୁ ଦକ୍ଷତା କରାଯାଉଛି। ଯାହା ଫଳରେ ଓୟୁଏଟି ରେ 16 ଟି କ୍ଲାସ ରୁମ୍ ବିକଶିତ କରାଯାଇଛି। ଯାହା ସ୍ମାର୍ଟ କ୍ଲାସ ଭାବରେ ରହିଛି। 25 ଟି ଲାବରୋଟାରି କୁ ରିନୋଭେଶନ କରାଯାଇଛି। ଇ ଲାଇବ୍ରେରୀ ରହିଛି, ଗ୍ରୀନ କ୍ୟାମ୍ପସ 78 ଶୋଲାର ଲାଇଟସ, କ୍ୟାରିଅର କାଉନସିଲ ସେଲ୍‌ ବିକଶିତ କରାଯାଇଛି । ଏହା ସହ ଲାଙ୍ଗୁଏଜ୍ ଲାବରୋଟାରୀ କରାଯାଇଛି । ଏଥିରେ ବିଶ୍ଵର ଯେକୌଣସି ଦେଶର ଭାଷା ଶିଖି ପାରିବେ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କୁ ଚୟନ ପ୍ରକ୍ରିୟା
ଚୟନ ପକ୍ରିୟାକୁ ନେଇ ଭାରତ ସରକାରଙ୍କ ଏକ ଗାଇଡଲାଇନ୍‌ ରହିଛି । ବିଶ୍ଵବିଦ୍ୟାଳୟରୁ ବିଦେଶ ଯିବା ପାଇଁ ଏକ ପରୀକ୍ଷା କରାଯାଉଛି । ଏଥିରେ ରହିଛି 50% କ୍ୟାରିଅର ମାର୍କ, 20% ଲକ୍ଷିତ ପରୀକ୍ଷା ରହିଛି । 10% ସ୍ପୋର୍ଟସ କୋଟା, 10 % କ୍ଲାସ ଉପସ୍ଥାନ ଓ 10% ସାକ୍ଷାତକାର ମାର୍କ ରହିଛି । ମେରିଟ ତାଲିକା ପ୍ରକାଶ ପାଇବା ପରେ ଛାତ୍ରାଛାତ୍ରୀଙ୍କୁ ଚୟନ କରାଯାଉଛି ବୋଲି କହିଛନ୍ତି ଓୟୁଏଟିର ଜାତୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପ ମୁଖ୍ୟ ରାମଚନ୍ଦ୍ର ଦାଶ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 11:32 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.