ETV Bharat / state

OSSC ପ୍ରଶ୍ନପତ୍ର ଲିକ୍‌ ମାମଲା: 5T ଅଛି ହେଲେ ଟ୍ରାନ୍ସପରେନ୍ସି ନାହିଁ କହିଲେ ଶରତ, SIT ତଦନ୍ତ ଦାବି କଲା ବିଜେପି

author img

By

Published : Jul 24, 2023, 6:43 PM IST

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ । 5T ଅଛି ହେଲେ ଟ୍ରାନ୍ସପରେନ୍ସି ନାହିଁ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ଏହି ଘଟଣାର SIT ତଦନ୍ତ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାOSSC ପ୍ରଶ୍ନପତ୍ର ଲିକ୍‌ ମାମଲା

OSSC ପ୍ରଶ୍ନପତ୍ର ଲିକ୍‌ ମାମଲା

ଭୁବନେଶ୍ବର: ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ପରୀକ୍ଷା ରଦ୍ଦ କରିଛି OSSC । ଏହାକୁ ନେଇ ପରୀକ୍ଷାର୍ଥୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏନେଇ ରାଜନୀତି ଜୋର ଧରିଛି । OSSC ଅଫିସ ଆଗରେ ଶତାଧିକ ଆଶାୟୀ ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି । ତେବେ ଏନେଇ ରାଜ୍ୟ ସରକାରଙ୍କ 5Tର ଟ୍ରାନ୍ସପରେନ୍ସି ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ଏଭଳି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳକୁ ନେଇ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି । ଘଟଣାର SIT ତଦନ୍ତ ଦାବି କରିଛି ବିଜେପି ।

'5T ଅଛି, ହେଲେ ଟ୍ରାନ୍ସପରେନ୍ସି ନାହିଁ': ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ 5T ଅଛି, ହେଲେ ଟ୍ରାନ୍ସପରେନ୍ସି ନାହିଁ, ସ୍ବଚ୍ଛତା ନାହିଁ । କାହିଁକି ପ୍ରଶ୍ନପତ୍ର ଲିକ ହେବ ? ଆଶାୟୀ ପରୀକ୍ଷାର୍ଥୀ କେତେଥର ପ୍ରସ୍ତୁତି କରିବେ ? କେତେଥର ପରୀକ୍ଷା ଦେବେ ? ସ୍ବଚ୍ଛତା କେତେ ଜାଣି ହେଉନି । ଏମିତି କେତେଥର ପ୍ରଶ୍ନପତ୍ର ଲିକ ହେଲାଣି । ଯିଏ ଦୋଷୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳ ଖେଳାନଯାଉ ।" ସେମାନଙ୍କ ଜୀବନ ସହିତ ଖେଳିବାର ଅଧିକାର କାହାର ନାହିଁ ବୋଲି ଶରତ କହିଛନ୍ତି ।

'ତାମିଲ ଲିଙ୍କ ଅଛି': ସେପଟେ ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ କହିଛନ୍ତି, "ଓଡ଼ିଶାରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ହେଉଛି । ଚାକିରି ବିକ୍ରି ହେଉଛି । ଗତକାଲି OSSC ପରୀକ୍ଷା ବାତିଲ କରିଛନ୍ତି ସରକାର । ବାଲେଶ୍ଵର ଏକ ହୋଟେଲରେ ୮ ଜଣ ଦଲାଲ ଗିରଫ ହୋଇଛନ୍ତି । ଜୁଲାଇ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ତଥାପି OSSCର ନିଦ ଭାଙ୍ଗିଲା ନାହିଁ । ଓଡ଼ିଶା ବାହାର ଲୋକ ଗିରଫ ହୋଇଛନ୍ତି । ସେମାନଙ୍କ ପାଖକୁ ପ୍ରଶ୍ନପତ୍ର ଗଲା କେମିତି ? ବିହାର ଓ ଆନ୍ଧ୍ରର ଦଲାଲମାନେ କେମିତି ପାଇଲେ ପ୍ରଶ୍ନପତ୍ର ? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କଣ କରୁଥିଲା ? ଏପର୍ଯ୍ୟନ୍ତ OSSCର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏ ପ୍ରଶ୍ନପତ୍ର କେଉଁଠି ଛପା ହେଉଛି ? ତାମିଲ ଲିଙ୍କ ଅଛି କି ନାହିଁ ? ଏ ପୁରା ରାକେଟରେ ସରକାରୀ କର୍ମଚାରୀ କେହି ସଂପୃକ୍ତ ନାହାନ୍ତି କି ? ପରୀକ୍ଷାର ଦିନେ ଆଗରୁ କେମିତି ଦଲାଲମାନଙ୍କ ପାଖକୁ ଯାଉଛି ପ୍ରଶ୍ନପତ୍ର ? ନିଯୁକ୍ତି ସ୍କାମରେ ସରକାରଙ୍କ ଭୂମିକା କଣ ?" ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁଠୁ ଅଧିକ ସ୍କାମ୍ ହେଉଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...OSSC Paper Leak: ଗର୍ଜିଲେ ପରୀକ୍ଷାର୍ଥୀ, ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

'SIT ତଦନ୍ତ ହେଉ': ଅନୀଲ ଆହୁରି କହିଛନ୍ତି, "ଅଣଓଡ଼ିଆ ଦଲାଲ, ପ୍ରାଇଭେଟ୍ କୋଚିଂ ସେଣ୍ଟର ଏବଂ ଅଣଓଡ଼ିଆ ଅଫିସରଙ୍କ ମଧ୍ୟରେ ନେକ୍ସସ୍‌ ରହୁଛି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ ଆଗକୁ ଯାଉନାହିଁ । ଦଲାଲମାନଙ୍କୁ ଗିରଫ ଓ ପରୀକ୍ଷା ରଦ୍ଦ କରି ସରକାର ଚୁପ୍ ବସି ଯାଉଛନ୍ତି । ଓଡ଼ିଶାରେ କଂସେଇ ଶାସନ ଚାଲୁଛି । ଗରିବ ପିଲାମାନଙ୍କୁ ବଳି ଦିଆଯାଉଛି । ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି । ବଡ଼ ବଡିଆଙ୍କ ପିଲାଙ୍କଠାରୁ ପଇସା ନେଇ ଚାକିରି ଦିଆଯାଉଛି । ଏହାକୁ ଏସ୍‌ଆଇଟି ତଦନ୍ତ ଦାବି କରୁଛି ବିଜେପି । କାହାକୁ ଦିଆଯାଇଥିଲା ପ୍ରଶ୍ନ ପତ୍ର ପ୍ରସ୍ତୁତର ଦାୟିତ୍ଵ ? ଦଲାଲଙ୍କୁ ଗିରଫ କରି ସରକାର ବାଃ ବାଃ ନିଅନ୍ତୁ ନାହିଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡିଶାରେ ପ୍ରଶ୍ନପତ୍ର ସେମାନେ ପାଇଲେ କେମିତି ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.