ETV Bharat / state

ନିଯୁକ୍ତି ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି: ଲେନିନ ମହାନ୍ତି - ଲେନିନ ମହାନ୍ତିଙ୍କ ଅଭିଯୋଗ

ଲେନିନ କହିଛନ୍ତି ଯେ, ରାଜ୍ୟ ବିଜେପି ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି । ଯେଉଁପରି ଭାବେ ବିଜେପି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ତାହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଉଛି । ନିଯୁକ୍ତି କିମ୍ବା ତତସମ୍ପର୍କିତ ଅନ୍ୟ ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି । ବିଜେପି ଶାସିତ ରାଜ୍ୟରେ ଯାହା ହୋଇଛି ସେ କଣ ଆଜି ଯାଏ ତାର ଉତ୍ତର ଦେଇ ପାରିଛନ୍ତି । ଅଧିକ ପଢନ୍ତୁ

ନିଯୁକ୍ତି ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି:ଲେନିନ ମହାନ୍ତି

author img

By

Published : Jul 24, 2023, 10:48 PM IST

ନିଯୁକ୍ତି ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି:ଲେନିନ ମହାନ୍ତି

ଭୁବନେଶ୍ବର: ‘ନବୀନ ଓଡିଶା’ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଉଛି । ଓଡିଶାରେ ସରକାରୀ ନିଯୁକ୍ତିରେ ମନି ଫର ଜବ୍ ରାକେଟ କାମ କରୁଛି । ଓଡିଶାରେ କଂସେଇ ଶାସନ ଚାଲିଛି । ଯେଉଁଥିରେ ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ପରିବାରର ପିଲାମାନଙ୍କର ଭାଗ୍ୟ ଭବିଷ୍ୟତ ବଳି ପଡୁଛି । ଓଡିଶା ଷ୍ଟାଫ ସିଲେକସନର କୌଣସି ଅଧୀକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଓଡିଶା ଷ୍ଟାଫ ସିଲେକସନ ଦ୍ବାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ନେଇ ଏମିତି କିଛି ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ନିଯୁକ୍ତି ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ସଦୃଶ୍ୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଏହାବି ପଢନ୍ତୁ- ତେଜିଲା ଟ୍ବିଟର ୱାର, ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି

ଲେନିନ କହିଛନ୍ତି, "ରାଜ୍ୟ ବିଜେପି ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି । ଯେଉଁପରି ଭାବେ ବିଜେପି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ତାହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଉଛି । ନିଯୁକ୍ତି କିମ୍ବା ତତସମ୍ପର୍କିତ ଅନ୍ୟ ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି । ବିଜେପି ଶାସିତ ରାଜ୍ୟରେ ଯାହା ହୋଇଛି ସେ କଣ ଆଜି ଯାଏ ତାର ଉତ୍ତର ଦେଇ ପାରିଛନ୍ତି । ରାଜ୍ୟର ଏକ ନିଯୁକ୍ତି ଠକେଇ ଉପରେ ଆଜି ଏଠି ବସି କହୁଛନ୍ତି । ଯାହାର ତଦନ୍ତ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା କରିଛି । ତଦନ୍ତ କରୁଛନ୍ତି ଜଣେ ଏସପି । ଯିଏ ଦୋଷୀ ସେମାନଙ୍କ ମଧ୍ୟରୁ 9 ଜଣଙ୍କୁ ଧରାଯାଇଛି ।"

ଗଣମାଧ୍ୟମ ଆଗରେ ବାଲେଶ୍ୱର ଏସପି କହିଛନ୍ତି ଯେ, ଦୋଷୀ ଧରା ପଡିଛନ୍ତି । ଆଉ ଯିଏ ବାହରେ ଅଛନ୍ତି ସେମାନଙ୍କ ଖୋଜା ଚାଲିଛି । ରାଜ୍ୟ ବିଜେପି ଭୟଭୀତ ହୋଇ, ଅତି ବ୍ୟଗ୍ରତା ସହ ଆଜି ରାଜନୀତି କରିବାକୁ ପଛାଇ ନାହିଁ । ତେବେ ଏତେ ଦିନ ଚୁପ କାହିଁକି ଥିଲେ ? ସେମାନେ ପାଞ୍ଚ ଦିନ ଆଗରୁ ତତ୍ପର ହେବାର ଥିଲା । ରାଜ୍ୟ ସରକାର ତତ୍ପର ଅଛନ୍ତି କିପରି ସେମାନେ ନିଯୁକ୍ତି ପାଇବେ । ସ୍ବଛତା ସହ ନିଯୁକ୍ତି ପାଆନ୍ତୁ । ଖସଡ଼ା କହୁଛି ଯେ ଓଡିଶାରେ ନିଯୁକ୍ତି ସୁଯୋଗ ଜାତୀୟ ହାରଠାରୁ ଭଲ । ଆମେ ଆଶ୍ଚର୍ଯ୍ୟ ଯେ, ରାଜ୍ୟ ବିଜେପି ସକାଳୁ ଉଠି ରାଜନୀତି କରିବାକୁ ପଛାଉ ନାହିଁ ।

ରାଜ୍ୟ ବିଜେପି କଣ ଚାହୁଁଛି ଏହି ତଦନ୍ତ ବ୍ୟାପମ ତଦନ୍ତ ପରି ବନ୍ଦ ହୋଇଯାଉ । ରାଜ୍ୟ ବିଜେପି ଏପରି ଏକ ଦଳ ଯିଏ ଏମିତି ଆଭିମୁଖ୍ୟ ନେଉଛି । କାହିଁକି କର୍ଣ୍ଣାଟକରେ ସମାନ ଆଭିମୁଖ୍ୟ ବିଜେପି ଦେଖାଇଲାନାହିଁ । ଯେଉଁଠାରେ ଅଭିଯୋଗ ଆସିଲା ଚାକିରୀ ପାଇଁ ମହିଳାଙ୍କୁ ଖରାପ କାର୍ଯ୍ୟ କରିବାକୁ ପଡିବ । ବ୍ୟାପମ, ପଟୱାରୀ କି ଉତ୍ତରାଖଣ୍ଡ ଉପରେ ତ ରାଜ୍ୟ ବିଜେପି କିଛି କହୁନାହିଁ । ହେଲେ ଯେଉଁ ରାଜ୍ୟରେ ସ୍ବଛତା ସହ ତଦନ୍ତକାରୀ ସଂସ୍ଥା ଦୋଷୀକୁ ବାହାର କରି ଦଣ୍ଡ ଦେବେ । ପରୀକ୍ଷା ପୁଣିଥରେ କରିବେ । ବିଜେପି ଜାଣିଶୁଣି ରାଜନୀତି କରୁଛି । ଆମର ବିଶ୍ବାସ ରାଜ୍ୟ ବିଜେପିର ଗୋଟେ ସଂଯୋଗ ପ୍ରଶ୍ନପତ୍ର ପ୍ରଘଟରେ ଥିବ । ତେଣୁ ସେମାନେ ଭୟଭୀତ । ତାକୁ ଲୁଚାଇବାକୁ ରାଜ୍ୟ ବିଜେପି ଏହି ହୀନ ଉଦ୍ୟମ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.