ଭୁବନେଶ୍ବର: ପ୍ରଶ୍ନପତ୍ରରେ ତ୍ରୁଟି ପରେ OSSC ପରୀକ୍ଷା ବାତିଲ । ଓଡ଼ିଆକୁ ନେଇ କଦର୍ଯ୍ୟ ଭାବରେ ପ୍ରିଣ୍ଟିଂ ହୋଇ ଥିଲା ପ୍ରଶ୍ନ ପତ୍ର। ଓଡ଼ିଆ ପ୍ରଶ୍ନ ପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ବାତିଲ ହେଲା ପରୀକ୍ଷା । ଏନେଇ OSSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ସେପଟେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ସାଜିଛନ୍ତି ନିଦା ବିଷ୍ଣୁ। ଅଧ୍ୟକ୍ଷଙ୍କୁ ଏଭଳି ଭୁଲ ପ୍ରଶ୍ନ ପତ୍ର ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିବା ବେଳେ ଏହି ସମୟରେ ନିଦାବିଷ୍ଣୁ ସାଜିଥିଲେ ଅଧ୍ୟକ୍ଷ ଅଭୟ ।
ସୂଚନା ଅନୁଯାୟୀ, OSSC ପକ୍ଷରୁ ଗୃହ ଉନ୍ନୟନ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହୋଇଥିଲା ପରୀକ୍ଷା। ଗତକାଲି ହୋଇଥିବା ପ୍ରିଲିମିନାରି ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଯେଉଁ ପରୀକ୍ଷା ପ୍ରଶ୍ନ ପତ୍ରରେ ଏଭଳି ଓଡ଼ିଆ ଦେଖି ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ । ଓଡ଼ିଶାରେ ଏମିତି ଅପାରଗ କର୍ମଚାରୀ ରହିଛନ୍ତି ଯାହାକି କି ଶୁଦ୍ଧ ଓଡ଼ିଆ ବି ଲେଖି ଜାଣି ନାହାନ୍ତି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଟାଣି ନେଉଛନ୍ତି । ଗୁଗୁଲ୍ ଟ୍ରାନ୍ସଲେଟ କୁ ଭରସା କରି ଏବେ ଆମ ରାଜ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଛି। ତାହା ପୁଣି OSSC ଭଳି ଗରିମାମୟ ପରୀକ୍ଷା ଲାଗି ବୋଲି ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଗତକାଲି OSSC ପରୀକ୍ଷା ପ୍ରଶ୍ନପତ୍ରରେ ତୃଟି ଦେଖିବାକୁ ମିଳିଥିବା ବେଳେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ସଂସ୍ଥା କିଭଳି ଭାବରେ ଗୁଗଲ ଟ୍ରାନ୍ସଲେଟର ବ୍ୟବହାର କରି ଓଡ଼ିଆ ଭାଷାକୁ ଅତି କଦର୍ଯ୍ୟ କରାଯାଇଛି। ତେବେ ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ OSSC ର କୌଣସି ଅଧିକାରୀ ଏହାକୁ ତଦାରଖ ବି କରିନାହାନ୍ତି। ଯାହା ଫଳରେ ସମସ୍ତ ପ୍ରଶ୍ନରେ ସବୁ ଲେଖା ଭୁଲ୍ ରହିଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଏହା ମଧ୍ୟ ପଢନ୍ତୁ-Lakhimpur Kheri Violence: ବଢ଼ିଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧି
ଏପଟେ ଜଣେ ଆଶାୟୀ କହିଛନ୍ତି ଯେ ,ଵିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନେ ପ୍ରଶ୍ନପତ୍ରରେ ତାଳମେଳ ନ ଥିବା ଏବଂ ଓଡ଼ିଆ ଭାଷା ସଠିକ ଭାବରେ ପଢି ହେଉ ନ ଥିବା ଅଭିଯୋଗ ହୋଇଛି। ଏହା ସହ ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇ ନ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ପରୀକ୍ଷା ପ୍ରଶ୍ନପତ୍ର କୁ ଦେଖି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।
ଇଟିଭି ଭାରତ, ଭୁବନେଶ୍ବର