ETV Bharat / state

SRC PC: ସଶକ୍ତ ହେବ ଅଗ୍ନିଶମ-ଓଡ୍ରାଫ, ଅଗ୍ନିକାଣ୍ଡ ଓ ସର୍ପାଘାତ ରୋକିବା ଲକ୍ଷ୍ୟ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ପୁନର୍ବାର ଜାତୀୟ ସ୍ବୀକୃତି ମିଳିଛି । ତେବେ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ ଅଗ୍ନିଶମ ଓ ଓଡ୍ରାଫକୁ ସଶକ୍ତ କରିବା ଲାଗି ଉଦ୍ୟମ କରାଯାଉଛି । ଏହାସହ ଅଗ୍ନିକାଣ୍ଡ ସର୍ପାଘାତ ରୋକିବା ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

author img

By

Published : Jan 24, 2023, 9:03 PM IST

SRC Pradeep Jena
SRC Pradeep Jena
SRC PC: ସଶକ୍ତ ହେବ ଅଗ୍ନିଶମ ଓ ଓଡ୍ରାଫ, ଅଗ୍ନିକାଣ୍ଡ ସର୍ପାଘାତ ରୋକିବା ଲକ୍ଷ୍ୟ

ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି । ରାଜ୍ୟର ବିପର୍ଯ୍ୟୟ ପରିଚାଳନାକୁ ବିଶ୍ବସ୍ତରରେ ପ୍ରଶଂସା ମିଳିଛି । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ପୁନର୍ବାର ଜାତୀୟ ସ୍ବୀକୃତି ମିଳିଛି । ବିପର୍ଯ୍ୟୟ ପରିଚାଳନା ଲାଗି କେନ୍ଦ୍ର ସରକାର ପ୍ରଥମଥର ଲାଗି ପୁରସ୍କାର ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଆଗକୁ ଆହୁରି ଅଧିକ କାର୍ଯ୍ୟ କରିବା ଲାଗି ପୁରସ୍କାର ପ୍ରୋତ୍ସାହନ ଯୋଗାଇବ । ଏହା କହିଛନ୍ତି ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ କୁମାର ଜେନା । ଅଗ୍ନିଶମ ଓ ଓଡ୍ରାଫକୁ ସଶକ୍ତ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଏସଆରସି କହିଛନ୍ତି, " ୨୦୨୩ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍‌ଡମା)କୁ ମିଳିବ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର । ୧୯୯୯ ମହାବାତ୍ୟା ପରେ ଓସଡମା ଗଠିତ ହୋଇଛି । ସେବେଠାରୁ ଏହା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁଚାରୁରୂପେ ଦାୟିତ୍ବ ନିର୍ବାହ କରିଆସୁଛି । ଗତ ୩ ବର୍ଷରେ ହୋଇଥିବା ୭ଟି ବାତ୍ୟାରେ ରାଜ୍ୟ ଜୀବନ ହାନି ଶୂନ୍ୟ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ଗୁରୁତ୍ବପୂର୍ଣ୍ଣ ନୀତିକୁ ସଫଳ କରିବା ଲାଗି ସମସ୍ତ ବ୍ୟବସ୍ଥା ହୋଇଛି । ଏହି ପୁରସ୍କାରର ଶ୍ରେୟ ଗ୍ରାମରୁ ଆରମ୍ଭ କରି ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଯିବ । ପୁରସ୍କାର ମିଳିବା ପରେ ଦାୟିତ୍ବ ଆହୁରି ଅଧିକ ବଢ଼ିଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ମୁକାବିଲାରେ ରାଜ୍ୟ ମଡେଲ ସୃଷ୍ଟି କରିପାରିଥିବା ବେଳେ ବିଜୁଳି ଅଘଟଣ କ୍ଷେତ୍ରରେ ଅନେକ ସଫଳତା ମିଳିଛି । ଅନ୍ୟ ବିପର୍ଯ୍ୟୟ ମୁକାବିଲା କରିବାରେ ପୁରସ୍କାର ପ୍ରୋତ୍ସାହିତ କରିବ । ଅଗ୍ନି ଜନିତ କ୍ଷୟକ୍ଷତି କମାଇବା ବର୍ତ୍ତମାନ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଗ୍ନିକାଣ୍ଡ ଜନିତ ମୃତାହତ ଓ କ୍ଷୟକ୍ଷତି କମାଇବା ଲାଗି ଆମେ କାର୍ଯ୍ୟ ଆରମ୍ଭ କରିଛୁ । ଅଗ୍ନି ଦୁର୍ଘଟଣା ସହ ସର୍ପ ଆଘାତ ମୃତ୍ୟୁ, ପାଣି ବୁଡି କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବାକୁ ଗୁରୁଦାୟିତ୍ବ ରହିଛି । ସଡ଼କ ଦୁର୍ଘଟଣାକୁ ଛାଡି ଦେଲେ ବର୍ଷକୁ ଏଥିରେ ମୃତ୍ୟୁହାର ଅଧିକ ରହୁଛି । ଅଗ୍ନି ଦୁର୍ଘଟଣା ଓ ସର୍ପ ଆଘାତ ମୃତ୍ୟୁକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଆସନ୍ତା ୨ରୁ ୩ବର୍ଷ ମଧ୍ୟରେ ଏହାର ସୁଫଳତା ମଧ୍ୟ ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ-ପୀଡିତା‌ଙ୍କ କ୍ଷତିପୂରଣ ବାଟମାରଣା କରୁଛନ୍ତି ଅସାଧୁ ପୋଲିସ-ଆଇନଜୀବୀ: ଗୃହ ରାଷ୍ଟ୍ରମନ୍ତ୍ରୀ

ପାଣି ବୁଡି ମୃତ୍ୟୁ ସଂଖ୍ୟା ହ୍ରାସ ଲାଗି ମଧ୍ୟ ବିଚାରବିମର୍ଷ ଚାଲିଛି । ୮ମ କ୍ଲାସରୁ ଦ୍ବାଦଶ ଶେଷ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଜାରି ରହିଛି । ଏହି କ୍ରମରେ କିଛି ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇସାରିଛି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ସହାୟତାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ମାଧ୍ୟମରେ ମଧ୍ୟ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ ହେଉଛି । ପିଅନଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ୱାର୍ଡ ମେମ୍ଵରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ବତନ୍ତ୍ର ଭାବେ ପ୍ରାକୃତିକ ପରିଚାଳନା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଖୁବଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଅଙ୍ଗନବାଡି କର୍ମୀ, ପୋଲିସ କନେଷ୍ଟବଳ, ଜଙ୍ଗଲ ବିଭାଗର ଅଧିକାରୀ, ପଞ୍ଚାୟତରାଜ ବିଭାଗର ଅଧିକାରୀ ତଥା ମିଶନ ଶକ୍ତିର ମହିଳା ଗୋଷ୍ଠୀର ପ୍ରତିନିଧିଙ୍କୁ ଆବଶ୍ୟକୀୟ ଟ୍ରେନିଂ ଦିଆଯିବ । ୩ରୁ ୫ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ସାରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏ ନେଇ ବିଭିନ୍ନ ବିଭାଗ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇସାରିଛି । ବିଭାଗମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେମାନେ କାର୍ଯ୍ୟକ୍ରମ ଆୟୋଜନ କରିବେ । ଅଗ୍ନିଶମ ଓ ଓଡ୍ରାଫକୁ ସମୃଦ୍ଧ କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଲାଗି ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଯନ୍ତ୍ରପାତି ସହ ଟ୍ରେନିଂ ମଧ୍ୟ ଯୋଗାଇ ଦିଆଯିବ । କମ୍ପ୍ୟୁଟର ମନିଟର ରିମୋର୍ଟ କ୍ୟାମେରା ବ୍ୟବସ୍ଥା କରାଯିବ । ସାମ୍ବାଦିକ ସମ୍ମିଳନୀରେ ଓସ୍‌ଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.