ETV Bharat / state

ତେଲେଙ୍ଗାନାରେ ଫସିଛନ୍ତି ଓଡ଼ିଆ ଯୁବକ: ଫେରିଆସିବା ପାଇଁ ନିବେଦନ

author img

By

Published : Mar 26, 2020, 10:49 PM IST

ଓଡ଼ିଶାର ୩୦ରୁ ୪୦ଜଣ ପିଲା ଲକଡାଉନ୍ ଯୋଗୁଁ ତେଲେଙ୍ଗାନା ରାଜ୍ୟର ମେଦକ ଜିଲ୍ଲାର ବନ୍ଥପଲି ଗ୍ରାମରେ ଫସି ରହିଛନ୍ତି । ଏହି ଯୁବକ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଓଡିଶାକୁ ଫେରି ପାରୁନଥିବା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନରେ ଫସିଛନ୍ତି ଓଡ଼ିଆ ଯୁବକ: ଫେରିଆସିବା ପାଇଁ ନିବେଦନ

ଖୋର୍ଦ୍ଧା: ଓଡ଼ିଶାର ୩୦ରୁ ୪୦ଜଣ ପିଲା ଲକଡାଉନ୍ ଯୋଗୁଁ ତେଲେଙ୍ଗାନା ରାଜ୍ୟର ମେଦକ ଜିଲ୍ଲାର ବନ୍ଥପଲି ଗ୍ରାମରେ ଫସି ରହିଛନ୍ତି । ଦୁଇ ଦିନ ହେଲା ନଖାଇ ଭୋକ ଉପାସରେ ରହିଥିବା କହିଛନ୍ତି ଯୁବକମାନେ ।

ତେବେ ରୋଜଗାର ଆଶାରେ ରାଜ୍ୟ ଛାଡି ଯାଇଥିବା ଏହି ଯୁବକ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଓଡିଶାକୁ ଫେରି ପାରୁନଥିବା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି ।

ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସରକାର ପାଖରେ ନିବେଦନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଓ ଚିଲିକା ଅଞ୍ଚଳର ଯୁବକମାନେ ଫସି ରହିଥିବା ବେଳେ ଯାଜପୁର, ବଲାଙ୍ଗୀର, ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାର ଯୁବକ ମଧ୍ୟ ସେମାନଙ୍କ ସହ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.