ETV Bharat / state

ବ୍ରେନଡେଡ୍ ଅବସ୍ଥାରେ ଅଙ୍ଗଦାନ ବର୍ତ୍ତମାନ ବଡ ଆହ୍ୱାନ: ସ୍ୱାସ୍ଥ୍ୟ ବିଶେଷଜ୍ଞ

author img

By

Published : Nov 26, 2022, 9:29 PM IST

ବ୍ରେନଡେଡ୍ ଅବସ୍ଥାରେ ଅଙ୍ଗଦାନ ବର୍ତ୍ତମାନ ଏକ ବଡ଼ ଆହ୍ବାନ । ଭୁବନେଶ୍ବର ଏମ୍ସରେ ଆୟୋଜିତ 'ଅଙ୍ଗଦାନ ସଚେତନତା' କାର୍ଯ୍ୟକ୍ରମରେ ଏପରି ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

ବ୍ରେନଡେଡ୍ ଅବସ୍ଥାରେ ଅଙ୍ଗଦାନ ବର୍ତ୍ତମାନ ବଡ଼ ଆହ୍ବାନ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ପ୍ରତ୍ୟେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ଜଣଙ୍କର ମୃତ୍ୟୁ ଘଟିଥାଏ । ପ୍ରତି ୧୦ ମିନିଟରେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ତାଲିକାରେ ଆଉ ଜଣେ ବ୍ୟକ୍ତି ମିଶିଥାଆନ୍ତି । ଜଣେ ଅଙ୍ଗଦାତା ୮ ଟି ମୂଲ୍ୟବାନ ଜୀବନ ବଞ୍ଚାଇଥାଆନ୍ତି । ତେଣୁ ବ୍ରେନଡେଡ୍ ଅବସ୍ଥାରେ ଅଙ୍ଗଦାନ ବର୍ତ୍ତମାନ ସମୟର ବଡ଼ ଆହ୍ବାନ ବୋଲି ଆଜି ଏମ୍ସ ଭୁବନେଶ୍ବରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ 'ଅଙ୍ଗ ଦାନ ସଚେତନତା' କର୍ମଶାଳା ଏବଂ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବର ଏମ୍ସରେ ଆୟୋଜିତ 'ଅଙ୍ଗଦାନ ସଚେତନତା' କାର୍ଯ୍ୟକ୍ରମ

ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଉପଯୁକ୍ତ ଦାତା ତଥା ପ୍ରାପ୍ତକର୍ତ୍ତା ବାଛିବା, ଅଙ୍ଗ ଆବଣ୍ଟନ, ଦୁଃଖରେ ଥିବା ପରିବାରକୁ ପରାମର୍ଶ ଏବଂ ବ୍ୟାପକ ଗୁଣାତ୍ମକ କ୍ଲିନିକାଲ ଯତ୍ନ ଉପରେ ଦେଶର ଜଣାଶୁଣା ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରର ବିଶିଷ୍ଟ ବକ୍ତାମାନେ ମତ ରଖିଥିଲେ। ଏହି ବ୍ୟବସ୍ଥା ଦେଶ ତଥା ରାଜ୍ୟରେ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବତ କରିପାରିବ। ଆଇସିୟୁରୁ ବ୍ୟକ୍ତିକୁ ବ୍ରେନ୍ ଡେଡ(ମସ୍ତିଷ୍କ ମୃତ୍ୟୁ) ଘୋଷଣା କରିବାରେ ନ୍ୟୁରୋ ଚିକିତ୍ସକ ଏବଂ କ୍ରିଟିକାଲ୍ କେୟାର ସେବାପ୍ରଦାନକାରୀ ଚିକିତ୍ସକଙ୍କ ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ବରର ସଭାପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ।

ଏହା ବି ପଢନ୍ତୁ- ବିଶ୍ବରେ ବଢୁଛି ଶିଶୁ ନିର୍ଯାତନା, ରୋକିବାକୁ ଜରୁରୀ ସାମୁହିକ ପ୍ରଚେଷ୍ଟା: NACG ଅଧ୍ୟକ୍ଷ

ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ)ର ମିଳିତ ସହଯୋଗରେ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ PGIMER ଚଣ୍ଡିଗଡର ପୂର୍ବତନ ନିର୍ଦ୍ଦଶକ ପ୍ରଫେସର ୱାଇ କେ ଚାୱଲା, ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ନୋଟୋ ନିର୍ଦ୍ଦେଶକ ଡ. କ୍ରିସନ୍ କୁମାର, ପ୍ରଫେସର ବିପିନ କୌଶଲ୍, ନୂଆଦିଲ୍ଲୀ ଆଇଏଲବିଏସ୍ ଲିଭର ଟ୍ରାନ୍ସପ୍ଲାଣ୍ଟେସନର ହେଡ ପ୍ରଫେସର ଭିନିଏନ୍ଦ୍ର ପାମେଚା ସାମିଲ ହୋଇଥିଲେ ।

ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଦିଲ୍ଲୀ ପ୍ରଫେସର ଦୀପକ କୁମାର ଗୁପ୍ତା, ଏମ୍ସ ନୂଆଦିଲ୍ଲୀ ଡ. ଆଶିଷ କୁମାର ସାହୁ, ଡ. ସୁନୀଲ ଶ୍ରଫ, ଶ୍ରୀମତୀ ପଲ୍ଲଭି କୁମାରୀ, ଡ. ଅର୍ଚ୍ଚନା କୁମାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏମ୍ସ ଭୁବନେଶ୍ବରରେ ବିଭିନ୍ନ ଟ୍ରାନ୍ସପ୍ଲାଣ୍ଟ ସେବା ଆରମ୍ଭ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ପ୍ରୟାସ ଜାରି ରହିଥିବା ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.