ETV Bharat / state

OPSC RESULT: ଓଡିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ଫଳ ପ୍ରକାଶିତ - OPSC prelim 2021

ଆଜି ଓଡିଶା ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଜାଣନ୍ତୁ କେବେ ହେବ ମୁଖ୍ୟ ପରୀକ୍ଷା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

OPSC RESULT: ଓଡିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ଫଳ ପ୍ରକାଶିତ

author img

By

Published : Dec 8, 2022, 9:04 PM IST

Updated : Dec 8, 2022, 9:35 PM IST

କଟକ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ୨୦୨୧ର ଫଳ (Odisha Civil service Prelims Exam 2021) । ପ୍ରିଲିମନାରୀ ପରୀକ୍ଷାରେ ୫,୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଏଥି ମଧ୍ୟରେ ରହିଛନ୍ତି ୧୭୪୯ ଯୁବତୀ । ଓପିଏସ୍‌ସି ପକ୍ଷରୁ ଆଜି ଏହି ଫଳ ପ୍ରକାଶିତ ହୋଇଛି । ପ୍ରିଲିମିନାରୀ ପରୀକ୍ଷାର କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଆସନ୍ତା ୨୦୨୩ ଫେବୃଆରୀ ମାସରେ ହେବ ମୁଖ୍ୟ ପରୀକ୍ଷା ଦେବେ ।

ଗତ ଅକ୍ଟୋବର ୧୬ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା । ଆସନ୍ତା ୨୦୨୩ ଫେବୃଆରୀ ମାସରେ ଏହାର ମୁଖ୍ୟ ପରୀକ୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ପରୀକ୍ଷାସୂଚୀକୁ ନେଇ ଆଉ ଏକ ନୋଟିସ ପ୍ରକାଶ ପାଇବ । ଓପିଏସ୍‌ସିର ଗାଇଡଲାଇନ ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୩ଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ପ୍ରିଲିମିନାରୀ, ଦ୍ବିତୀୟ ପର୍ଯ୍ୟାୟ ମେନ୍‌ ଓ ତୃତୀୟ ପର୍ଯ୍ୟାୟ ପର୍ସନାଲିଟି ଟେଷ୍ଟ ଅର୍ଥାତ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ହୋଇଥାଏ । ତେବେ ଓପିଏସ୍‌ସି ୨୦୨୧ ପରୀକ୍ଷା ଲାଗି ମୋଟ ୫୮ ହଜାର ୨୪୧ ଜଣ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ- ନକଲି ଟେଲମା ମେଡିସିନ ଜବତ, ବିହାରରୁ ଧରାପଡିଥିବା ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ

ସେଥିମଧ୍ୟରୁ ୨୯ ହଜାର ୨୯୫ ଜଣ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ଯେଉଁଥିରେ ୧୦ ହଜାର ୨୪୮ ଜଣ ମହିଳା ପରୀକ୍ଷାର୍ଥୀ ରହିଥିଲେ । ଓଡ଼ିଶା ଲୋକସେବା ଆୟୋଗ ଏହି ପରୀକ୍ଷା ମାଧ୍ୟମରେ ଖାଲିଥିବା ୪୩୩ ପଦବୀ ପୂରଣ କରିବାକୁ ଯାଉଛି । ଯେଉଁଥିରେ ୧୪୨ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ରୋଲ୍‌ ନମ୍ବର ଓପିଏସସି ୱେବସାଇଟରେ ଉପଲବ୍ଧ ରହିଛି।

ଇଟିଭି ଭାରତ, କଟକ

Last Updated : Dec 8, 2022, 9:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.