ETV Bharat / state

Cabinet Reshuffle: ରାଜ୍ୟ ସରକାରଙ୍କ ଏଇଟା ପୁରୁଣା ଡ୍ରାମା କହିଲେ ବିରୋଧୀ

author img

By

Published : May 13, 2023, 10:06 PM IST

ଶୁକ୍ରବାର ଉପବାଚସ୍ପତିଙ୍କ ପରେ ୨ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ନିର୍ବାଚନ ଆସିଲେ ସରକାର ନିଜର ଇମେଜ ବଢାଇବା ଲାଗି ଏପରି କରନ୍ତି ବୋଲି କହିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜ୍ୟ ସରକାରଙ୍କ ଏଇଟା ପୁରୁଣା ଡ୍ରାମା କହିଲେ ବିରୋଧୀ

ଭୁବନେଶ୍ବର: ଉପବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ପରେ ଗତକାଲି ରାଜ୍ୟ ସରକାରଙ୍କ ୨ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରେ ଏକ ଛୋଟ ଅଦଳବଦଳ କରିବାକୁ ଯାଉଛନ୍ତି । ତେବେ ନିର୍ବାଚନ ଆସିଲେ ନିଜର ଇମେଜ ବଢ଼ାଇବା ପାଇଁ ମନ୍ତ୍ରୀଙ୍କୁ ବଦଳାଯାଏ । ଏଇଟା ରାଜ୍ୟ ସରକାରଙ୍କର ପୁରୁଣା ଡ୍ରାମା ବୋଲି କହିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଗଞ୍ଜାମ ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ଲାଗି ଉପବାଚସ୍ପତିଙ୍କୁ ଗୁରୁ ଦାୟିତ୍ବ ମିଳିପାରେ । ଏଣୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେହିପରି ଇସ୍ତଫା ଦେଇଥିବା ଅନ୍ୟ ୨ ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିବାଦରେ ଛନ୍ଦି ହୋଇଥିବା ବେଳେ ସେମାନଙ୍କୁ ଇସ୍ତଫା ଦେବା ଲାଗି ଦଳର ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ଏହି ୨ ମନ୍ତ୍ରୀଙ୍କ ଲାଗି ଦଳ ବଦନାମ ହୋଇଥିଲା । ଏଣୁ ଏହି ବିବାଦୀୟ ମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରାଯାଇଛି । ତେବେ ଏହା ୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି ବୋଲି କହିଛି କଂଗ୍ରେସ ।

ଏହା ବି ପଢନ୍ତୁ- କେନ୍ଦ୍ରକୁ ନବୀନ ବାଣ: ଡବଲ ଇଞ୍ଜିନ ନୁହେଁ, ଲୋକାଭିମୁଖୀ ସରକାର ଗୁରୁତ୍ବପୂର୍ଣ୍ଣ

ସେପଟେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, " ଏଇଟା ରାଜ୍ୟ ସରକାରଙ୍କର ପୁରୁଣା ଡ୍ରାମା । ନିର୍ବାଚନ ଆସିଲେ ନିଜର ଇମେଜ ବଢ଼ାଇବା ପାଇଁ ମନ୍ତ୍ରୀଙ୍କୁ ବଦଳାଇ ଦିଅନ୍ତି । ମନ୍ତ୍ରୀ କଣ ନବୀନ ବାବୁଙ୍କୁ ୧୪ ବର୍ଷ ହେଲା ଭେଟି ପାରୁଛନ୍ତି ? ପଲିଟିକାଲ ସିଷ୍ଟମ ନାହିଁ ତାଙ୍କ ଦଳରେ । ଖାଲି ନାମକୁ ମାତ୍ର ମନ୍ତ୍ରୀ କରୁଛନ୍ତି । ତେଣୁ ମନ୍ତ୍ରୀ ବଦଳାଇ ବା ତାଙ୍କର ରେଗୁଲାର ଅଭ୍ୟାସ । ଯେଉଁ ରାଜ୍ୟ ଦରିଦ୍ରତାର ଶେଷରେ ରହିବ, ଦୁର୍ନୀତିର ଚରମ ସୀମାରେ ପହଞ୍ଚିବ ସେଠାରେ କ୍ଲିନ ଇମେଜ୍‌ର ମାନେ କଣ? ମୁଁ କେବଳ ବଢିବି ମୋ ରାଜ୍ୟ ବଢିବ ନାହିଁ କଣ ଲାଭ ଅଛି ସେଥିରେ ?"

ଖୁବଶୀଘ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରି ତରବରିଆ ଭାବେ ବାଚସ୍ପତିଙ୍କ ଇସ୍ତଫା ଅନେକ ଦିଗକୁ ଇଙ୍ଗିତ କରୁଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିକ୍ରମ ଆରୁଖ ଇସ୍ତଫା ଦେଇଥାଇପାରନ୍ତି । ସେପଟେ ଆଜି ଝାରସୁଗୁଡ଼ା ଫଳାଫଳ ବାହାରି ସାରିଛି । ବିଜେଡିର ଜୟ ହୋଇଛି । ଏଥିରୁ ଜଣାପଡ଼ୁଛି ରାଜ୍ୟ ରାଜନୀତିରେ ବଡ଼ ଧରଣର ହଲଚଲ ହେବାକୁ ଯାଉଛି ।

ସେପଟେ ଆଜି ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ପରେ ଶଙ୍ଖ ଭବନରେ ବିଜେଡିର ସଭାପତିଙ୍କ ସମେତ ବହୁ ନେତା ମନ୍ତ୍ରୀମାନେ ଯୋଗ ଦେଇଥିଲେ । ଶଙ୍ଖ ଭବନରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତା' ସହିତ ବିଜେଡିର ବରିଷ୍ଠ ନେତାମାନେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କେମିତି ପ୍ରସ୍ତୁତ ହେବ ସେ ପାଇଁ କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ବିଜେଡିର ବିପୁଳ ବିଜୟ ପରେ ରାଜ୍ୟ ରାଜନୀତିରେ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.