ETV Bharat / state

ହକି ବିଶ୍ବକପ ପୂର୍ବରୁ ସରକାରଙ୍କୁ ଘେରିଲେ ବିରୋଧି, ଜବାବ ରଖିଲା ବିଜେଡି - ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ହକି ବିଶ୍ବକପ ପୂର୍ବରୁ କଟକ, ଭୁବନେଶ୍ବର ଓ ରାଉରକେଲାରେ ଚାଲିଛି ସୌନ୍ଦର୍ଯ୍ୟକରଣ । କିନ୍ତୁ ସରକାର ରାଜ୍ୟରେ ଲୋକଙ୍କ ବିନାଶ କରି ହକି ନାଁରେ ଦବଦବା ଦେଖାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏପଟେ ବିରୋଧିଙ୍କୁ ଜବାବ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

ହକି ବିଶ୍ବକପ ପୂର୍ବରୁ ସରକାରଙ୍କୁ ଘେରିଲେ ବିରୋଧି

author img

By

Published : Dec 30, 2022, 10:18 PM IST

ହକି ବିଶ୍ବକପ ପୂର୍ବରୁ ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ହକି ବିଶ୍ବକପ ନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚାଲିଛି କଟକ, ଭୁବନେଶ୍ୱର ଓ ରାଉରକେଲାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ବିଭିନ୍ନ ଲୋକଙ୍କୁ ଉଚ୍ଛେଦ କରାଯାଇ ହେଉଛି ଏହି କାର୍ଯ୍ୟ । ସେପଟେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ରାଜ୍ୟ ସରକାର । ସରକାର ରାଜ୍ୟରେ ବିନାଶ କରି ହକି ନାଁରେ ଦବଦବା ଦେଖାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ବିରୋଧିଙ୍କୁ ଜବାବ ରଖିଛି ବିଜେଡି ।

ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଏହା ପୂର୍ବରୁ ଜାନୁଆରୀ 11ରେ କଟକରେ ହେବ ଉଦ୍‌ଘାଟନୀ ଉତ୍ସବ । ଏନେଇ ରାଜ୍ୟର 3 ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ରାଉଲକେଲାରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଜବରଦଖଲ ଉଚ୍ଛେଦ ସହ ହେଉଛି ବିକାଶ କାର୍ଯ୍ୟ । ବିକଳ୍ପ ବ୍ୟବସ୍ଥା ନକରି ଲୋକଙ୍କୁ ଉଚ୍ଛେଦ କରି ସେମାନଙ୍କ ପେଟକୁ ସରକାର ଲାତ ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ହକି ବିଶ୍ୱକପ ଲାଗି 4 ହଜାର ଲୋକଙ୍କ ଦୋକାନ ଭାଙ୍ଗିଛନ୍ତି ସରକାର । 5 ହଜାର ଲୋକ ବେଘର ହୋଇଛନ୍ତି । ବେସାହାରା ଲୋକଙ୍କ ଲାଗି କିଛି ନକରି ସରକାର ହକି ପଛରେ ମାତିଛନ୍ତି । ସୁନ୍ଦରଗଡରେ ଷ୍ଟାଡିୟମ ହୋଇଛି, ଭଲ ହୋଇଛି । ଦେଶରେ ନବୀନ ବାବୁ ଦବଦବା ଦେଖାଇବାକୁ ଏହି ଯୋଜନା ହୋଇଛି । ଲୋକ ଖାଇବାକୁ ପାଉନାହାନ୍ତି, ନବୀନ ବାବୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରୁଛନ୍ତି । ହକି ନାଁରେ ରାଜ୍ୟ ସରକାର ଟଙ୍କା ବର୍ବାଦ କରୁଛନ୍ତି ।" ତେବେ ଲୋକଙ୍କୁ ହଇରାଣ କରି ହକିରୁ କଣ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ସୌଜନ୍ୟତା ଦୃଷ୍ଟିରୁ ରାଜ୍ୟ ସରକାର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏଥିରେ କିଛି ଅସୁବିଧା ନାହିଁ । ଏହା ସହିତ ଅନ୍ୟ ରାଜ୍ୟରେ ଥିବା ବିକାଶର ମଡେଲ ସରକାର ଦେଖନ୍ତୁ । ରାଜ୍ୟରେ ଲାଗୁ କରିବାକୁ ଚେଷ୍ଟା କରନ୍ତୁ । ଯାହା ଫଳରେ ଓଡ଼ିଶାର ଲୋକଙ୍କର ଲାଭ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରି ନିଜର ବଡ଼ପଣ ଦେଖାଇବାକୁ ଚେଷ୍ଟା ହେଉଛି, ତାହାର ମୂଲ୍ୟ ଓଡ଼ିଶାକୁ ମିଳିବ ନାହିଁ । CWG ଖେଳ ହେଲା, କଂଗ୍ରେସ ସଫା ହୋଇଗଲା । ହକି ନାଁରେ ସରକାର ଏଠାରେ ବ୍ୟାପକ ଦୁର୍ନୀତି କରୁଛନ୍ତି । ବିଭିନ୍ନ ଜାଗାରେ ବିନା ଟେଣ୍ଡରରେ କାମ ଦିଆଯାଉଛି । ଛବି ମଳିନ କମ ହୋଇଛି, ଆଗକୁ ଆହୁରି ଅଧିକ ହେବ ।"

ସେପଟେ ବିରୋଧିଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି, "ବିରୋଧୀ କଣ ଜାଣିନାହାନ୍ତି, ନବୀନ ବାବୁ ଛବି ଭାରତ ବର୍ଷରେ ଅମଳିନ ଅଛି । ସମସ୍ତେ ନବୀନଙ୍କୁ ଆଦର କରିଛନ୍ତି ଓ କରୁଛନ୍ତି । ଅନ୍ୟ ରାଜ୍ୟରେ ବି ନବୀନ ପ୍ରଶଂସିତ ହେଉଛନ୍ତି । 5 ବର୍ଷ ଭିତରେ 2 ଥର ହକି ବିଶ୍ୱକପ କରିବା ପ୍ରତ୍ୟେକ ଓଡ଼ିଆଙ୍କ ଲାଗି ଗର୍ବର କଥା । ନବୀନ ବାବୁଙ୍କ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି । ସର୍ବଦଳୀୟ ବୈଠକରେ ରାଜ୍ୟର ସବୁ ଦଳ ମଧ୍ୟ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.