ETV Bharat / state

24ରେ ହେବ ଜୋରଦାର ଲଢ଼େଇ, ବିଦାୟ ନେବେ ନବୀନ: ଜୟନାରାୟଣ ମିଶ୍ର

author img

By ETV Bharat Odisha Team

Published : Dec 19, 2023, 4:03 PM IST

Updated : Dec 19, 2023, 4:53 PM IST

Opposition leader Jayanarayan Mishra: 2024 ନିର୍ବାଚନରେ ଓଡ଼ିଶାରେ ଜୋରଦାର ଲଢ଼େଇ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର ବିଦାୟ ନେବେ । ରାଜ୍ୟରେ ସରକାର ପରିବର୍ତ୍ତନ ଘଟିବ । ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବା ପୂର୍ବରୁ ଆଉ ସବୁ କଣ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଆସନ୍ତୁ ଜାଣିବା ।

'24ରେ ହେବ ଜେରଦାର ଲଢ଼େଇ, ବିଦାୟ ନେବେ ନବୀନ': ଜୟନାରାୟଣ ମିଶ୍ର

24ରେ ହେବ ଜୋରଦାର ଲଢ଼େଇ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ଆକ୍ଟିଭ ମୋଡକୁ ଆସିଛି ରାଜ୍ୟ ବିଜେପି । ଦଳ କେମିତି ଲଢ଼ିବ ଆଗାମୀ ନିର୍ବାଚନ ? କଣ ରହିବ ରଣନୀତି ? ଶାସକ ବିଜେଡିକୁ କିପରି କରିବେ ମୁକାବିଲା ? ଓଡ଼ିଶାରେ ୨୪ ନିର୍ବାଚନରେ ରୋଡ୍ ମ୍ୟାପ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଗସ୍ତରେ ବିଜେପିର ସମସ୍ତ ବିଧାୟକ। ବିଜେପି ବିଧାୟକମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡେପି ନଜ୍ଜାଙ୍କୁ ଭେଟି ଓଡ଼ିଶା ପାଇଁ ରଣନୀତି ଚୂଡ଼ାନ୍ତ କରିବେ । ଦିଲ୍ଲୀ ଗସ୍ତ ପୂର୍ବରୁ ରାଜ୍ୟରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୧୨ରେ ରାଜ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ ।

ଜୟନାରାୟଣ କହିଛନ୍ତି ଯେ, ବିଜେପି ବିଧାୟକମାନେ ଆଜି ରାତିରେ ଦିଲ୍ଲୀ ଯାତ୍ରା କରୁଛନ୍ତି । ବିଜେପିର ସମସ୍ତ ବିଧାୟକ ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ । ଓଡ଼ିଶା, ଓଡ଼ିଶାରେ ଦଳୀୟ ସଂଗଠନ ଏବଂ ଓଡ଼ିଶାରେ ନିର୍ବାଚନକୁ ନେଇ ହାଇକମାଣ୍ଡଙ୍କ ଆଲୋଚନା କରିବେ । ୨୦୨୪ରେ ଓଡ଼ିଶାରେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନାରାୟଣ । ସେ କହିଛନ୍ତି ଯେ, ଏଥର ରାଜ୍ୟରେ ସରକାରର ପରିବର୍ତ୍ତନ ଘଟିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାୟ ନେବେ । କେନ୍ଦ୍ରୀୟ ନେତୃତ୍ବଙ୍କ ମାର୍ଗଦର୍ଶନ ଅନୁସାରେ ରାଜ୍ୟ ବିଜେପି ଆଗାମୀ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ଜୟନାରାୟଣ ।

ଏହା ମଧ୍ୟ ପଢ଼ନ୍ତୁ: ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟିବେ, ଦିଲ୍ଲୀରେ ହେବ ଓଡିଶା ଦଖଲ ଷ୍ଟ୍ରାଟେଜି

ଗତକାଲି ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଆମେ ଏକାଠି ଅଛୁ। ଏକାଠି ହୋଇ କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରିବୁ । 2024 ଲଢ଼େଇ ନେଇ କୌଣସି ବିଳମ୍ବ ହୋଇନାହିଁ । ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ଶୀର୍ଷ ନେତୃତ୍ବଙ୍କୁ ଭେଟି ଓଡ଼ିଶା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବୁ । ବିଶେଷ କରି କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ବିଜେଡି କିପରି ନିଜ ନାଁ ଲଗେଇ ପ୍ରଚାର କରୁଛି ? 2024ରେ ରାଜ୍ୟରେ ବିଜେପି କିପରି ସରକାର ଗଠନ କରିବ ? ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଧର୍ମେନ୍ଦ୍ର ପ୍ରଧାନ ଯେଉଁ 15 ସାଂସଦ ଜିତିବାର ଆକଳନ କରିଛନ୍ତି, ତାହା ମଧ୍ୟ ସତ ହୋଇ ପାରେ ବୋଲି କହିଛନ୍ତି ପ୍ରଦୀପ୍ତ।

ଏହା ମଧ୍ୟ ପଢ଼ନ୍ତୁ: ଲୋକସଭାରୁ 49 ସାଂସଦ ସସପେଣ୍ଡ, ଦୁଇ ଦିନରେ ନିଲମ୍ବିତ ହେଲେଣି 141

ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଏବେଠୁ ବିଗୁଲ୍ ବଜାଇ ସାରିଲାଣି ଶାସକ ବିଜେଡି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ, ଗ୍ରାଉଣ୍ଡକୁ ପଠାଇ ସାରିଲେଣି ମୁଖିଆ ନବୀନ ପଟ୍ଟନାୟକ। ଅନ୍ୟପକ୍ଷରେ ଏବେ ଅଣ୍ଟା ଭିଡ଼ୁଛି ବିଜେପି । କେନ୍ଦ୍ରୀୟ ନେତାଙ୍କୁ ଭେଟି ରଣନୀତି ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ, ଓଡ଼ିଶାରେ ବିଜେପିର ଉଜ୍ଜ୍ବଳ ଭବିଷ୍ୟତ ନେଇ ଆଶା ବନ୍ଧିଛନ୍ତି ଦଳୀୟ ନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.