ETV Bharat / state

ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ

author img

By ETV Bharat Odisha Team

Published : Oct 2, 2023, 5:42 PM IST

Updated : Oct 2, 2023, 5:48 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଜନ ବିରୋଧୀ କହିବା ପରେ ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କଠୁ ଅଧିକ ଜନ ବିରୋଧୀ କିଏ ? ଅଧିକ ପଢନ୍ତୁ

Jayanarayan mishra reacts on Anti public statement
Jayanarayan mishra reacts on Anti public statement
ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ

ଭୁବନେଶ୍ବର: ରାଜ୍ୟରେ ନବୀନ ପଟ୍ଟନାୟକଙ୍କଠୁ ଅଧିକ ଜନ ବିରୋଧୀ କିଏ ? ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ । ବିଗତ ୨୩ ବର୍ଷ ର ଶାସନ କାଳରେ ଓଡ଼ିଶାକୁ ଗୋଟେ ପଛୁଆ ରାଜ୍ୟରେ ପରିଣତ କରିଛନ୍ତି । ଆମେ ଭିତ୍ତିଭୂମିରେ ପଛୁଆ, ଦାରିଦ୍ର୍ୟତା, ନାରୀ ନିର୍ଯାତନାରେ ପ୍ରଥମ । ନବୀନ ବାବୁ ଆମକୁ ଜନ ବିରୋଧୀ କହିବା ପୂର୍ବରୁ ନିଜ ସମ୍ପର୍କରେ ଭାବିବା କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଜନ ବିରୋଧୀ କହିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କହିଥିଲେ, ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି । ସେମାନେ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ । ଏହାପରେ ଆରମ୍ଭ ହୋଇଯାଇଛି ରାଜନୀତି ।

ଏହା ବି ପଢନ୍ତୁ- ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଏହାକୁ କାଉଣ୍ଟର କରି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି,"ରାଜ୍ୟରେ ନବୀନ ପଟ୍ଟନାୟକଙ୍କଠୁ ଅଧିକ ଜନ ବିରୋଧୀ କିଏ ? ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ । ବିଗତ ୨୩ ବର୍ଷର ଶାସନ କାଳରେ ଓଡିଶା ଭିତ୍ତିଭୂମିରେ ପଛୁଆ, ଦାରିଦ୍ର୍ୟତା, ନାରୀ ନିର୍ଯାତନାରେ ପ୍ରଥମ । ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ରାଜ୍ୟରେ । ପ୍ରାଥମିକ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ନବୀନ ବାବୁ ଜନ ବିରୋଧୀ ନ ହୋଇଥିଲେ ଜଣେ IAS ଅଫିସରକୁ ଲିଜ୍‌ରେ ସରକାର ଚଳାଇବାକୁ ଦେଇଥାନ୍ତେ କି ? ଗୋଟେ ଆଇଏଏସ ଅଫିସରକୁ ଲିଜରେ ଦେଇ ସରକାର ଚଳାଇଛନ୍ତି ନବୀନ ପଟ୍ଟନାୟକ ।"

ଜୟନାରାୟଣ ଆହୁରି କହିଛନ୍ତି, "ଗୁଜୁରାଟ ଭଳି ମରୁଭୂମି ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚିଥିବା ବେଳେ ଆମେ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ସହ ତୁଳନୀୟ ହେଉଛୁ । ମୁଖ୍ୟମନ୍ତ୍ରୀ ଯଦି ବିରୋଧୀ ଦଳକୁ ଜନ ବିରୋଧୀ କହୁଛନ୍ତି ତ ଜନ ବିରୋଧୀମାନେ କିପରି ବିଧାନସଭାରେ ବସିବେ ସେଇଟା ଭାବିବା କଥା । ଗୋଟେ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ନବୀନ । ଆମେ କେଉଁ ଅପପ୍ରଚାର କଲୁ ତାହାର ପ୍ରମାଣ ଦେବେ କି ? ଆମେ ତ ତାଙ୍କୁ ଭଲ କହୁଛୁ । ଖାଲି ଓଡ଼ିଶା ପାଇଁ ସେ କଳଙ୍କ ହୋଇଛନ୍ତି । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ । ନବୀନ ବାବୁ ଚିନ୍ତିତ ଅଛନ୍ତି । ନ ହେଲେ ଏତେ ଦିନ ହେବ କହୁ ନଥିଲେ ଆଜି କାହିଁ କହୁଛନ୍ତି । ତାଙ୍କର କର୍ମ ଯୋଗୁଁ ସେ ଚିନ୍ତିତ ଅଛନ୍ତି । ସେଥିପାଇଁ ସେ ଧୈର୍ଯ୍ୟହରା ହୋଇ ଏପଟ ସେପଟ କଥା କହୁଛନ୍ତି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.