ETV Bharat / state

ନିର୍ବାଚନୀ ମାହୋଲ ବନାଇବାକୁ ପ୍ରୟାସ କରୁଛନ୍ତି ବିରୋଧୀ: ବିଜେଡି - ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର

ଦେବୀ କହିଛନ୍ତି ଯେ, ବିଜେପି ଚାର୍ଜସିଟ କରୁ । ସର୍ବ ଭାରତୀୟ ସ୍ତରରେ ଚାର୍ଜସିଟ ଦାଖଲ ହେଉଛି । ରାହୁଲ ଗାନ୍ଧୀ ଆଦାନୀ ଓ ମୋଦୀଙ୍କ ସମ୍ପର୍କକୁ ନେଇ ଜାରି କରୁଛନ୍ତି । ଇଣ୍ଡିଆ ମେଣ୍ଟ ମଧ୍ୟ ବିଭିନ୍ନ କଥାରେ ଅଭିଯୋଗ କରୁଛନ୍ତି । ସରକାର ଓ ବିଜେପିକୁ କାଠଗଡାରେ ଛିଡା କରୁଛନ୍ତି । ସେହିପରି ଏଠି ବିଜେପି ଅଭିଯୋଗ କରିବ ସତ୍ୟତା ଥାଉ କି ନଥାଉ । ନିର୍ବାଚନ ବର୍ଷ ବୋଲି କରିବେ । ନିର୍ବାଚନ ବର୍ଷ ବୋଲି କରୁଛନ୍ତି, ଆଗରୁ ତ କରିନାହାନ୍ତି । ଅଧିକ ପଢନ୍ତୁ

ନିର୍ବାଚନୀ ମାହୋଲ ବନାଇବାକୁ ପ୍ରୟାସ କରୁଛନ୍ତି ବିରୋଧୀ : ବିଜେଡି

author img

By ETV Bharat Odisha Team

Published : Sep 4, 2023, 5:27 PM IST

ନିର୍ବାଚନୀ ମାହୋଲ ବନାଇବାକୁ ପ୍ରୟାସ କରୁଛନ୍ତି ବିରୋଧୀ : ବିଜେଡି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ ଦାଖଲ କରିବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର । ନିର୍ବାଚନୀ ବର୍ଷ ଅଛି ବିରୋଧୀ ଦଳ ଏଭଳି ଅଭିଯୋଗ କରିବେ । ବିଜେଡି ଲୋକଙ୍କ ସହ ଥିବାବେଳେ ନିର୍ବାଚନ ଆଗରୁ ଯେଉଁ ମାନେ ଲୋକ ମାନଙ୍କ ପାଖକୁ ଯାଉନଥିଲେ ସେମାନେ ତ କିଛି ପ୍ରସଙ୍ଗ ନେଇଯିବେ । ତେଣୁ ଏଇ ଚାର୍ଜସିଟକୁ ଆଳ କରି ଯିବାକୁ ଯୋଜନା କରିଛନ୍ତି ବିରୋଧୀ । କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ପ୍ରୟାସ କରୁଛନ୍ତି । ଓଡ଼ିଶାରେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନିତୃତ୍ବରେ ଜନ ସାଧାରଣଙ୍କ ମନରେ ଦୃଢ଼ ମନବଳ ସୃଷ୍ଟି କରିଛି ।

ଏହାବି ପଢନ୍ତୁ- Odisha Assembly Elections: ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନେଲା ଏହି ପଦକ୍ଷେପ...

ଦେବୀ କହିଛନ୍ତି ଯେ, ବିଜେପି ଚାର୍ଜସିଟ କରୁ । ସର୍ବ ଭାରତୀୟ ସ୍ତରରେ ଚାର୍ଜସିଟ ଦାଖଲ ହେଉଛି । ରାହୁଲ ଗାନ୍ଧୀ ଆଦାନୀ ଓ ମୋଦୀଙ୍କ ସମ୍ପର୍କକୁ ନେଇ ଜାରି କରୁଛନ୍ତି । ଇଣ୍ଡିଆ ମେଣ୍ଟ ମଧ୍ୟ ବିଭିନ୍ନ କଥାରେ ଅଭିଯୋଗ କରୁଛନ୍ତି । ସରକାର ଓ ବିଜେପିକୁ କାଠଗଡାରେ ଛିଡା କରୁଛନ୍ତି । ସେହିପରି ଏଠି ବିଜେପି ଅଭିଯୋଗ କରିବ ସତ୍ୟତା ଥାଉ କି ନଥାଉ । ନିର୍ବାଚନ ବର୍ଷ ବୋଲି କରିବେ । ନିର୍ବାଚନ ବର୍ଷ ବୋଲି କରୁଛନ୍ତି, ଆଗରୁ ତ କରିନାହାନ୍ତି । ନିର୍ବାଚନ ବର୍ଷରେ ବିରୋଧୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ । ହେଲେ ଆମେ ଲୋକଙ୍କ ପାଖରେ ଅଛୁ । ସୁଖ ଦୁଃଖରେ ସାଥି ହୋଇଛୁ । ଯେଉଁମାନେ ନିର୍ବାଚନ ଆଗରୁ ଲୋକଙ୍କ ପାଖକୁ ଯାଉନଥିଲେ, ସେମାନେ ଏବେ ତ କୌଣସି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ । କିମ୍ବା କହିକି ଲୋକଙ୍କ ପାଖକୁ ଯିବେ । ମୁଁ ତ ତାଙ୍କୁ ଉପଦେଶ ଦେଇପାରିବି ନାହିଁ । ତାଙ୍କର ନିଷ୍ପତ୍ତି ହୋଇଛି ।

ସବୁ ଦଳ ନିର୍ବାଚନ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ । ବିଜେପି କାହିଁକି କଂଗ୍ରେସ ବି ତାଙ୍କ କାର୍ଯ୍ୟକ୍ରମ କରିବେ । ସେହିପରି ଜେଏମଏମ ଆସନ୍ତାକାଲି ମୟୁରଭଞ୍ଜରେ କାର୍ଯ୍ୟକ୍ରମ କରିବ । ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି । ସତ୍ୟାସତ୍ୟ ଯାହା ଥିଲେ ମଧ୍ୟ ପ୍ରସଙ୍ଗ ଜରିଆରେ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରିବେ । ଏଇଟା ସ୍ୱାଭାବିକ କଥା । କିନ୍ତୁ ବିଜୁ ଜନତା ଦଳ ନବୀନ ବାବୁଙ୍କ ନେତୃତ୍ୱରେ ଜନସାଧାରଣଙ୍କ ମନରେ ଦୃଢ଼ ଭାବେ ବାନ୍ଧି ହୋଇ ରହିଛି । କାରଣ ଆମେ କେବଳ କହୁନା, ଲୋକଙ୍କ କାମ କରିଛୁ । ଲୋକଙ୍କ ସହିତ ରହିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.