ETV Bharat / state

୪ ଦଫା ଦାବି ନେଇ ଧାରଣାରେ ତାଲିମ ପ୍ରାପ୍ତ ବେକାରୀ ଚକ୍ଷୁ ସହାୟକ ସଂଘ

author img

By

Published : Nov 29, 2022, 7:14 PM IST

୪ ଦଫା ଦାବି ନେଇ ଧାରଣାରେ ତାଲିମ ପ୍ରାପ୍ତ ବେକାରୀ ଚକ୍ଷୁ ସହାୟକ ସଂଘ ( Ophthalmological Association protest ) । ସ୍ଥାୟୀ ନିଯୁକ୍ତି, ଖାଲି ପଦବୀ ପୂରଣ, ତାଲିମ ନେଇଥିବା ପିଲାଙ୍କ ପାଇଁ ନୂତନ ପଦବୀ ସୃଷ୍ଟି କରିବାକୁ ଦାବି କରିଛି ସଂଘ । ଅଧିକ ପଢ଼ନ୍ତୁ

୪ ଦଫା ଦାବି ନେଇ ଧାରଣାରେ ତାଲିମ ପ୍ରାପ୍ତ ବେକାରୀ ଚକ୍ଷୁ ସହାୟକ ସଂଘ
୪ ଦଫା ଦାବି ନେଇ ଧାରଣାରେ ତାଲିମ ପ୍ରାପ୍ତ ବେକାରୀ ଚକ୍ଷୁ ସହାୟକ ସଂଘ

ଭୁବନେଶ୍ବର : ୪ ଦଫା ଦାବି ନେଇ ଧାରଣାରେ ତାଲିମ ପ୍ରାପ୍ତ ବେକାରୀ ଚକ୍ଷୁ ସହାୟକ ସଂଘ (Ophthalmological Association protest)। ସ୍ଥାୟୀ ନିଯୁକ୍ତି, ଖାଲି ପଦବୀ ପୂରଣ, ତାଲିମ ନେଇଥିବା ପିଲାଙ୍କ ପାଇଁ ନୂତନ ପଦବୀ ସୃଷ୍ଟି କରିବା, ଚକ୍ଷୁ ସହାୟକମାନଙ୍କୁ କ୍ୟାଡର ରୁଲରେ ସାମିଲ, ଆଉଟ ସୋର୍ସିଙ୍ଗ ଜରିଆରେ ନିଯୁକ୍ତିକୁ ବନ୍ଦ କରିବାକୁ ଦାବି କରିଛି ସଂଘ ।

ଆନ୍ଦୋଳନକାରୀ କହିଛନ୍ତି, "ଗତ ୪୦ ବର୍ଷ ଧରି ଏହି ବିଭାଗ ଚକ୍ଷୁ ରୋଗ ନିରୂପଣ କରିବା ସହ ରୋଗ ସମ୍ପର୍କିତ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଛି । ଏପରିକି କୋରୋନା ସମୟରେ ବି ଆମେମାନେ କାର୍ଯ୍ୟ କରିଛୁ । ହେଲେ ଆମମାନକ ଚାକିରିରେ କୌଣସି ସ୍ଥାୟିତ୍ୱ ନାହିଁ । ଅନ୍ୟପଟେ ଦୀର୍ଘ ୩୦ ବର୍ଷ ପରେ ସ୍ୱାସ୍ଥ୍ୟ ବିଭାଗ ଦୁଇ ବର୍ଷରେ ୧୮୦ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ଚିକିତ୍ସାର ତାଲିମ ଦେଲେ । ହେଲେ ଓଡ଼ିଶାରେ ଏହି ବିଭାଗରେ ଅନେକ ପଦବୀ ଖାଲି ଥାଇ ମଧ୍ୟ ଦୁଇ ବର୍ଷ ହେବ ଆମେ ତାଲିମ ପାଇ ସୁଦ୍ଧା ସରକାର ଆମକୁ ନିଯୁକ୍ତି ଦେଉନାହାଁନ୍ତି ।

ଏନେଇ ଆମେ ଦୁଇ ବର୍ଷ ହେବ ବେକାର ହୋଇ ବସିଛୁ । ତେଣୁ ଆମମାନକୁ ଚାକିରି ଦିଅନ୍ତୁ ବୋଲି ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି ଛାତ୍ରଛାତ୍ରୀ । ଆଉ କ୍ଷୋଭର ସହ କହିଛନ୍ତି ଯେ ଚକ୍ଷୁ ଚିକତ୍ସା ଏକ ମହତ ଚିକତ୍ସା । ହେଲେ ସେହି ବିଭାଗର ପିଲାଙ୍କୁ ନିଯୁକ୍ତି ନଦେଇ ସରକାର ଆମକୁ ହତାଶ କରୁଛନ୍ତି । ଆମ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଉଛନ୍ତି । ତେଣୁ ଆମେ ଅନୁରୋଧ କରୁଛୁ ସରକାର ଆମ ଦାବି ତୁରନ୍ତ ପୂରଣ କରନ୍ତୁ ।

ଏ ସମ୍ପର୍କରେ ଚକ୍ଷୁ ସହାୟକ ସଂଘର ସଭାପତି ସୁବ୍ରତ ବେହେରା କହିଛନ୍ତି ''ଆମର କ୍ୟାଡର ରୁଲ ନାହିଁ । ତେଣୁ ଆମର ନିଯୁକ୍ତି ହୋଇପାରୁନି । ତେଣୁ ପ୍ରଥମତଃ କ୍ୟାଡର ରୁଲ କରାଯାଉ । ସେହିପରି ସ୍ଥାୟୀ ନିଯୁକ୍ତି ଦିଆଯାଉ । ଖାଲିଥିବା ପଦବୀକୁ ପୂରଣ କରାଯାଉ । ଏହାସହ ଓଡ଼ିଶାରେ ଯେତିକି ପଦବୀ ସୃଷ୍ଟି କରାଯାଇ ପାରିବ ସେତିକି ନୂତନ ପଦବୀ ସୃଷ୍ଟି କରି ଆମକୁ ନିଯୁକ୍ତି ଦିଆଯାଉ । ସେହିପରି ଆଉଟସୋର୍ସିଂ ଜରିଆରେ ସରକାର ଯେଉଁ ପଦବୀ ଆଣୁଛନ୍ତି ତାକୁ ବନ୍ଦ କରି ରେଗୁଲାର ରିକ୍ୟୁରମେଣ୍ଟ କରାଯାଉ। କାରଣ ଚକ୍ଷୁ ସେବା ଏକ ମହତ ସେବା । ଏହାକୁ ସରକାର ବୁଝିବେ ବୋଲି ଆମର ଆଶା ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.