ଭୁବନେଶ୍ବର: 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ନେଇ ଜାରି ରହିଛି ରାଜନୀତି । ବଢିଚାଲିଛି ଅଭିଯୋଗ ପ୍ରତିଅଭିଯୋଗ । ସରକାର ମଧ୍ୟ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେଇ ତାଙ୍କୁ ଆହୁରି ଶକ୍ତିଶାଳୀ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା କଣ ରାଜନୀତିକୁ ଆସିବେ କି ପାଣ୍ଡିଆନ? ନା 5ଟି ଅଧ୍ୟକ୍ଷ ରହି ପରୋକ୍ଷରେ ସରକାର ଓ ବିଜେଡିକୁ କରିବେ ପରିଚାଳନା । ଏନେଇ ଏକାଧିକ ପ୍ରଶ୍ନ ଉଠୁଥିବା ବେଳେ ପୁଣି ଥରେ 5ଟି ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଅଧିକ ପଢନ୍ତୁ- ବିଜେଡି-ବିଜେପିର ପଲିଟିକାଲ ଏଜେଣ୍ଟ ହେଉଛନ୍ତି ମିଷ୍ଟର ପାଣ୍ଡିଆନ: PCC ସଭାପତି
ଶରତ କହିଛନ୍ତି ‘‘ବିଜେଡିର ଯେଉଁ ନେତାମାନେ ମନ୍ତବ୍ୟ ରଖିଛନ୍ତି ସେ ତାଙ୍କ ଦଳର କଥା। ହେଲେ ଓଡ଼ିଶାବାସୀ କେବେ ହେଲେ ଏହାକୁ ଗ୍ରହଣ କରିବେ ନାହିଁ। 5ଟି ଦାୟିତ୍ବ ନେଇ କିଛି କରିପାରିଲେ ନାହିଁ । ଆଉ ଏବେ କଣ ସେବା କରିବେ। ଏତେ ଦିନ ପଦବୀରେ ରହି 16 ଲକ୍ଷ ଲୋକ ଖାଇବାକୁ ପାଉନାହାଁନ୍ତି। ଓଡ଼ିଶାର ଦରିଦ୍ର ସ୍ଥିତିରେ ଉନ୍ନତି ଆସିନାହିଁ । ସେ କେମିତି ଜଣେ ଭଲ ପ୍ରଶାସକ ହେଲେ ? ସବୁ ପ୍ରଚାର ପ୍ରସାର କରୁଛନ୍ତି । ଛାତ୍ର, ଯୁବକଙ୍କୁ ଡରି ସେ କଲେଜ ନିର୍ବାଚନ କରିବାକୁ ଭୟ କରୁଛନ୍ତି । ସେ କଣ କରିବେ । ଓଡ଼ିଶା ଜନସାଧାରଣ କେବେ ହେଲେ ତାଙ୍କୁ ଗ୍ରହଣ କରିବେ ନାହିଁ । କାରଣ ଓଡିଶା ହେଉଛି ସ୍ବାଭିମାନ ବୀର ମାଟି । ଏହାର ପରମ୍ପରା ହେଉଛି ମହାନ। ଓଡ଼ିଆ ଲୋକେ କେବେ ପାଣ୍ଡିଆନଙ୍କୁ ନେତା ଭାବେ ଗ୍ରହଣ କରିବେ ନାହିଁ । ଓଡିଶାର ବୁଦ୍ଧିଜୀବୀ ମହଲ ଗ୍ରହଣ କରିବେ ନାହିଁ । ରାଜନୀତିରେ ବହୁ ରଥୀ ମହାରଥୀ ଟଳି ପଡ଼ିଛନ୍ତି । ବିଜେଡିର କିଛି ନେତା ଗ୍ରହଣ କରୁଥିବେ। ଓଡିଶାବାସୀ ନୁହେଁ । ’’
ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି ସ୍ବେଚ୍ଛାକୃତ ଅବସର ନେଇ ପାଣ୍ଡିଆନ ନିଜେ ଡ୍ୟାମେଜ ହୋଇଗଲେ। ପତିଆରା କମିଗଲା । ଆଉ ତାଙ୍କୁ କେହି ଖାତିର କରିବେ ନାହିଁ । ମୋଦି ଅମିତ ଶାହା ସମର୍ଥନ ନେଇ ସେ ଅବସର ନେଇଛନ୍ତି । କିଛି ଫରକ ପଡିବ ନାହିଁ ।
ସୂଚନାଯୋଗ୍ୟଯେ ଗତ 23 ତାରିଖରେ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଅବସର ନେବାର 24 ଘଣ୍ଟା ନପୁରୁଣୁ ତାଙ୍କୁ 5ଟି ଅଧ୍ୟକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର