ETV Bharat / state

OPCC President Press meet: ‘ପାନୀୟ ଜଳ ପ୍ରକଳ୍ପ ଆଳରେ ଲୁଟ ହେଉଛି ରାଜକୋଷ’ - ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରେସମିଟ

ପିସିସି ସଭାପତି ଅଭିଯୋଗ କରିଛନ୍ତି 34806 କୋଟି ଟଙ୍କାର କାମ ଏହାର 96 ପ୍ରତିଶତ କେତେକ ମୁଷ୍ଟିମେୟ କଣ୍ଟ୍ରାକ୍ଟରକୁ ବାଛି ଦିଆଯାଇଛି । 207ଟି ମଧ୍ୟରୁ କେବଳ 16ଟି କାମ ସରିଛି ହେଲେ ତାହା ସମ୍ପୂର୍ଣ୍ଣ କାମ ସରିନାହିଁ । 16ଟି ପ୍ରକଳ୍ପର କାମ ରାଜ୍ୟ ବାହାର କଣ୍ଟ୍ରାକ୍ଟର କାମ କରିଛନ୍ତି ଯେପରି ଓଡିଶାରେ କଣ୍ଟ୍ରାକ୍ଟର ନାହାଁନ୍ତି । ଅଧିକ ପଢନ୍ତୁ

OPCC President  Press meet: ‘ପାନୀୟ ଜଳ ପ୍ରକଳ୍ପ ଆଳରେ ଲୁଟ ହେଉଛି ରାଜକୋଷ’

author img

By ETV Bharat Odisha Team

Published : Oct 17, 2023, 10:41 PM IST

ଭୁବନେଶ୍ବର: ଖରା ଦିନେ ପାଣି ପାଇଁ ହାହାକାର ହେବ ରାଜ୍ୟରେ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରକୁ ନେଇ ରାଜ୍ୟ ସରକରଙ୍କ ଉପରେ ବର୍ଷିଲା କଂଗ୍ରେସ । ପାନୀୟ ଜଳ ପ୍ରକଳ୍ପ ଏକ ମେଗା ସ୍କାମ ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ।

ପିସିସି ସଭାପତି ଅଭିଯୋଗ କରିଛନ୍ତି 34806 କୋଟି ଟଙ୍କାର କାମ ଏହାର 96 ପ୍ରତିଶତ କେତେକ ମୁଷ୍ଟିମେୟ କଣ୍ଟ୍ରାକ୍ଟରକୁ ବାଛି ଦିଆଯାଇଛି । 207ଟି ମଧ୍ୟରୁ କେବଳ 16ଟି କାମ ସରିଛି ହେଲେ ତାହା ସମ୍ପୂର୍ଣ୍ଣ କାମ ସରିନାହିଁ । 16ଟି ପ୍ରକଳ୍ପର କାମ ରାଜ୍ୟ ବାହାର କଣ୍ଟ୍ରାକ୍ଟର କାମ କରିଛନ୍ତି ଯେପରି ଓଡିଶାରେ କଣ୍ଟ୍ରାକ୍ଟର ନାହାଁନ୍ତି । 189 ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ 21ଟି କେବଳ ଓଡିଶା କଣ୍ଟ୍ରାକ୍ଟର ପାଇଛନ୍ତି । ସମସ୍ତ ପ୍ରକଳ୍ପ ନିର୍ମାଣର ଆଉ ଏକ୍ସଟେନସନ ନକରି ଶୀଘ୍ର ପ୍ରକଳ୍ପ କାମ ସାରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।

ସେହିପରି କେନ୍ଦୁଝରରେ 115ଟି ଗାଁର ପ୍ରକଳ୍ପକୁ ମିଶାଇ ଗୋଟିଏ କାମ କରି ବାହାର କଣ୍ଟ୍ରାକ୍ଟରକୁ ଦିଆଯାଇଛି । ଅନୁଗୋଳରେ 214ଟି ଗାଁର ପ୍ରକଳ୍ପକୁ ମିଶାଇ ଗୋଟିଏ କାମ ଦିଆଯାଇଛି । ଓଡ଼ିଶା ସରକାରଙ୍କ ବାହାର ଠିକାଦାର ପ୍ରୀତି ଏତେ କାହିଁକି ବୋଲି ଦଳ ପ୍ରଶ୍ନ ଉଠାଇଛି ଦଳ ।

ଅଧିକ ପଢନ୍ତୁ- Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’

କଂଗ୍ରେସ ଅଭିଯୋଗ କରିଛି ଓଡ଼ିଶା ସରକାରଙ୍କ ଯେତେ ଗୁଡ଼ିଏ ପାନୀୟଜଳ ବିଭାଗର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏ ସବୁ ପ୍ରକଳ୍ପରେ ଓଡ଼ିଶାର ଜଣେ ହେଲେ ବି ଠିକାଦାରଙ୍କୁ ଠିକା କାମ ମିଳୁନାହିଁ । ରାଜ୍ୟର ସମସ୍ତ ପାନୀୟଜଳ ପ୍ରକଳ୍ପ ଆଜି ରାଜ୍ୟ ବାହାରେ ଥିବା ବଡ଼ ବଡ଼ ଠିକାଦାରଙ୍କ ହାତରେ ଟେକି ଦିଆଯାଇଛି । କିନ୍ତୁ ରାଜ୍ୟର ଠିକାଦାରଙ୍କୁ ଖୋଦ ନିଜ ରାଜ୍ୟର ସରକାର ସାବତପୁଅ ଠାରୁ ହୀନ ଦୃଷ୍ଟିରେ ଦେଖୁଛନ୍ତି ।

ରାଜ୍ୟର ଶହ ଶହ କୋଟି ଟଙ୍କାଙ୍କୁ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଷଡ଼ଯନ୍ତ୍ରରେ ରାଜ୍ୟ ରାଜ କୋଷରୁ ଲୁଟ କରାଯାଉଛି । ମାଳ ମାଳ ପ୍ରତିଶ୍ରୁତି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପାଳନ ହେଉନାହିଁ । ସମସ୍ତଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି କୌଣସି ଗୋଟିଏ ଗାଁରେ ସମସ୍ତଙ୍କୁ ଘରକୁ ପାନୀୟଜଳ ଯୋଗାଇ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.