ETV Bharat / state

5G Service: କେବଳ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏହାର ଫାଇଦା ନେବେ କହିଲେ ସୁର - ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ଫାଇଦା ନେବେ କହିଲେ ସୁର

ରାଜ୍ୟରେ ଆଜି 5G ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରାଥମିକ ପର୍ଯ୍ୟାୟରେ କେବଳ ଟ୍ବିନ୍‌ ସିଟିରେ ଏହି ଅତ୍ୟାଧୁନିକ ମୋବାଇଲ ନେଟୱର୍କ ସେବା ଯୋଗାଇ ଦିଆଯାଇଛି । ପ୍ରତିକ୍ରିୟା ରଖିଲେ ସୁରେଶ ରାଉତରାୟ । ଅଧିକ ପଢ଼ନ୍ତୁ

congress leader Sura Routray
ପ୍ରତିକ୍ରିୟା ରଖିଲେ ସୁରେଶ ରାଉତରାୟ
author img

By

Published : Jan 5, 2023, 9:41 PM IST

Updated : Jan 5, 2023, 9:51 PM IST

ରାଜ୍ୟରେ 5G ସେବାର ଶୁଭାରମ୍ଭ

ଭୁବନେଶ୍ବର: "5G ସେବା ଭଲ, ହେଲେ ସବୁ ବର୍ଗର ଲୋକଙ୍କ ପାଇଁ ଏହା ଉପାଦେୟ ନୁହେଁ କେବଳ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏହାର ଫାଇଦା ନେବେ ।" ରାଜ୍ୟରେ 5G ସେବା ଆରମ୍ଭ ହେବା ପରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଟ୍ବିନ୍‌ ସିଟିରେ ଆରମ୍ଭ କରାଯାଇଛି ।

ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ 5G ସେବାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "୨୦୨୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରା ରାଜ୍ୟରେ 5G ସେବା ଉପଲବ୍ଧ ହେବ । ସେହିଭଳି ଡିସେମ୍ବର ୩୧ ୨୦୨୩ ସୁଦ୍ଧା ସାରା ରାଜ୍ୟରେ ୮ଟି ସଫ୍ଟୱେୟାର ପାର୍କ ସ୍ଥାପନ ହେବ । ୨୦୨୪ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ 5g ଟାୱାର ସ୍ଥାପନ ହେବ ।"

ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ଏହି ସେବା ଗୁଡିକ କେବଳ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ସହାୟକ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ଠିକ ନାହିଁ ଲୋକେ ସୁବିଧା କେମିତି ପାଇବେ ? ଏକ ଶସ୍ତା ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । କାମ କମ ପ୍ରଚାର ଅଧିକ । ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ପାଇଁ ଏହା ସୁବିଧାଜନକ ହେବ । ଖଟିଖିଆ, ମୂଲିଆମାନଙ୍କ ପାଇଁ ଏହି ସେବା କଣ ହେବ । ଭିତ୍ତିଭୂମି ନାହିଁ । ବହୁ ଅଞ୍ଚଳରେ ନେଟୱାର୍କ ନାହିଁ । ଖାଲି ବଡ଼ବଡ଼ିଆଙ୍କ ପାଇଁ ସେବା ବ୍ୟବସ୍ଥା କରାଯାଉଛି । ସବୁବର୍ଗର ଲୋକଙ୍କ ପାଇଁ କିଛି କଲେ ସମସ୍ତେ ସୁବିଧା ପାଇବେ ।"

୫ ହଜାର ଟାୱାର ଦ୍ବାରା ୭ ହଜାର ଗ୍ରାମବାସୀ 5G ସେବାର ଲାଭ ପାଇ ପାରିବେ । ପ୍ରାଥମିକ ପର୍ଯ୍ୟାୟରେ କେବଳ ୧୦୦ଟି ଟାୱାର ଉଦଘାଟନ ହୋଇଛି । ଓଡ଼ିଶାରେ 5G ସେବା ଉପଲବ୍ଧ ହେବା ପାଇଁ 2 ବର୍ଷ ଲାଗିବ । ଅଗଷ୍ଟ ୧୫ ୨୦୨୪ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର କନେକ୍ଟିଭିଟି କାର୍ଯ୍ୟ ଶେଷ ହେବ । ଓଡ଼ିଶାର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବ ।

5G ସେବାରେ 4G ସେବାଠାରୁ ଇଣ୍ଟରନେଟ ସ୍ପିଡ୍‌ ୧୦ ଗୁଣା ଅଧିକ ସ୍ପିଡ ରହିବ । ଅଧିକରୁ ଅଧିକ ଏହା ୧୦GBPS ପର୍ଯ୍ୟନ୍ତ ଇଣ୍ଟରନେଟ ଚାଲିବ । 4G ନେଟୱର୍କରେ ଅଧିକରୁ ଅଧିକ ୧୦୦ MBPS ଇଣ୍ଟରେନେଟ ସ୍ପିଡ୍‌ ରହିଥାଏ । ତେବେ ମୋବାଇଲ ସବସ୍କ୍ରାଇବରଙ୍କୁ 5G ନେଟୱର୍କରେ ପ୍ରତି ସେକେଣ୍ଡ ୬୦୦ MBPS ସ୍ପିଡ୍‌ ମିଳିବ । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସ୍ପିଡ୍‌ ୨୦୦ରୁ ୩୦୦ MBPS ସ୍ପିଡ୍‌ ରହିବ ।

ଏଣିକି ସବୁ କାମ ହେବ ସହଜ । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ହେବ ଉନ୍ନତି । ଶିକ୍ଷାର ମାନ ବଢାଇବ 5ଜି ସେବା । ଗ୍ରାମାଞ୍ଚଳରେ ବଢିବ ଶିକ୍ଷାର ମାନ । ଘରେ ବସି ଡାକ୍ତରଙ୍କଠୁ ପରାମର୍ଶ ନେଇପାରିବେ ରୋଗୀ । କୃଷିକ୍ଷେତ୍ର ସ୍ମାର୍ଟ ହେବ ପାଣିପାଗ ନେଇ ଆଗୁଆ ସୂଚନା ପାଇବେ ଚାଷୀ । ଡିଜିଟାଲ ଇଣ୍ଡିଆକୁ ଅଧିକ ମଜବୁତ କରିବ 5ଜି ସେବା । 2025 ସୁଦ୍ଧା ଡିଜିଟାଲ ଅଭିବୃଦ୍ଧି ଏ ଟ୍ରିଲିୟନ ଛୁଇଁବ ବୋଲି ଆଶା କରାଯାଉଛି ।

Last Updated : Jan 5, 2023, 9:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.