ETV Bharat / state

ଚାରିଟି ଟ୍ରଷ୍ଟ ଆଳରେ କଳାରୁ ଧଳା ହେଉଥିଲା ଠକେଇ ଟଙ୍କା, ଅନଲାଇନ ପଞ୍ଜି ସ୍କାମରେ ଆଉ ଜଣେ ଗିରଫ

ଅନଲାଇନ ପଞ୍ଜି ସ୍କାମର ଗୁମର ଖୋଲିଛି ଇଓଡବ୍ଲୁ । କେରଳର ପି ଦିଲ୍ଲୀପ କୁମାରକୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ

author img

By

Published : Apr 18, 2023, 12:22 PM IST

Kerala man held for links with betting racket

ଭୁବନେଶ୍ବର: ଖୋଲୁଛି 500 କୋଟିର ଅନଲାଇନ ପଞ୍ଜି ସ୍କାମର ଗୁମର । 18football.comରେ କରାଯାଉଥିଲା ଆର୍ଥିକ କାରବାର । ଠକେଇ ଟଙ୍କାକୁ ଚଳୁ ପାଇଁ ଚାରିଟେବୁଲ ଟ୍ରଷ୍ଟ ସାଜିଥିଲା ମାଧ୍ୟମ । ପଞ୍ଜି ସ୍କାମରେ ଆସୁଥିବା ଟଙ୍କାକୁ ଟ୍ରଷ୍ଟ ଆକାଉଣ୍ଟରେ କରାଯାଉଥିଲା କଳାରୁ ଧଳା । କିଛି ଦଲାଲ ଖୋଲିଥିଲେ ଚାରିଟେବଲ ଟ୍ରଷ୍ଟ ଆଳରେ କମିଶନିର ଧନ୍ଦା । ଏଭଳି ଧନ୍ଦା ଚଲାଇ ଏବେ ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡିଛି ଅଭିଯୁକ୍ତ । କେରଳର ଥିମୁସୁରର ପି ଦିଲ୍ଲୀପ କୁମାରକୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । 6 ଦିନିଆ ଟ୍ରାନଜିଟ ରିମାଣ୍ଡରେ ଆଣି ବ୍ରହ୍ମପୁର ଓପିଆଇଡି କୋର୍ଟରେ କରାଯାଇଛି ହାଜର । ତେବେ କିଭଳି ଠକେଇ ଟଙ୍କାକୁ କମିଶନି ଜରିଆରେ ଚାରିଟେବଲ ଟ୍ରଷ୍ଟର ଆକାଉଣ୍ଟରେ କଳାରୁ ଧଳା କରୁଥିଲେ ଛକ ଦଲାଲା ସେନେଇ ସୂଚନା ଦେଇଛନ୍ତି EOW ଏସପି ।

18football.com ଆଳରେ ବିଭିନ୍ନ ଗ୍ରୁପ ଜରିଆରେ ବେଟିଂ ଆଳରେ ଅନ୍‌ଲାଇନ୍‌ ପୁଞ୍ଜି ସ୍କାମ୍‌ କରାଯାଉଥିଲା । ଆଉ ୩ପ୍ରତିଶତ ରିଟର୍ଣ୍ଣିଂ ଲୋଭ ଦେଖାଇ ଲୋକଙ୍କଠୁ କୋଟି କୋଟି ଠକେଇ କରାଯାଉଥିଲା । ଏହାପରେ ଠକେଇ ଟଙ୍କାକୁ କଳାରୁ ଧଳା କରିବା ପାଇଁ ଚାରିଟେବଲ ଟ୍ରଷ୍ଟର ସାହାରା ନିଆଯାଇଥିଲା । ଏଥିପାଇଁ ଗିରଫ ହୋଇଥିବା ପି. ଦିଲ୍ଲୀପ କୁମାର 1କୋଟି ଟଙ୍କାର 10ହଜାର କମିଶନ ହିସାବରେ ଚାରିଟେବଲ ଟ୍ରଷ୍ଟ ଜରିଆରେ ଏପରି ଠକାମିର ଟଙ୍କାକୁ କଳାରୁ ଧଳା କରୁଥିଲା । 18football.comଜରିଅରେ ହୋଇଥିବା ଠକେଇ ଟଙ୍କାର ଆର୍ଥିକ କାରବାର ଚେର ଖୋଜିବା ବେଳେ ଏଭଳି କିଛି ସୁରାକ ପାଇଥିଲା ଅର୍ଥନୈତିକ ଅପରାଧା ଶାଖା EOW ଟିମ୍ ।

ଏନେଇ ଫ୍ରି ଓ୍ବେଷ୍ଟ ଗ୍ଲୋବାଲ ସଲୁସ୍ୟନ ପ୍ରାଇଭେଟ୍ ଲିମିଟେଡ ଓ ଓମନା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ୍‌ ଜରିଆରେ 19 କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ଠାବ କରି ଏହାର ମ୍ୟାନେଜର ଟ୍ରଷ୍ଟି ଥିବା ପି. ଦିଲ୍ଲୀପ କୁମାରକୁ ଗିରଫ କରିଛି EOW ଟିମ୍ । ଏପରିକି ପୁର୍ବରୁ ଏହି ଠକେଇ ମାଷ୍ଟରମାଇଣ୍ଡ ତଥା ଦୁବାଇରେ ବସିଥିବା ଠକ ଏମ.ବି ସୈଫ୍‌ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ । କଲିକତା ଅବସ୍ଥାପିତ ଦୁଇଟି ଠକେଇ ଟଙ୍କାରେ ଚାଲୁଥିବା କମ୍ପାନୀକୁ ଠାବସହ ଦୁଇ ଜଣ ଡାଇରେକ୍ଟରକୁ ମଧ୍ୟ ଗିରଫ କରିସାରିଛି ଇଓଡବ୍ଲୁ ଟିମ୍ । ଏହି ଠକେଇରେ ବ୍ରହ୍ମପୁର ଗଞ୍ଜାମରୁ 800ରୁ ଊର୍ଦ୍ଧ୍ବ ଲୋକ ନିବେଶକରି ଠକେଇର ଶିକାର‌ ହୋଇଥାନ୍ତା । ତେବେ କମ୍ପାନୀର ଆର୍ଥିକ କାରବାରରୁ 1000 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହେବ ବୋଲି ଅନୁମାନ କରାଯାଉଛି ।

କେବଳ 525 କୋଟି ଟଙ୍କାର କାରବାରର ସୁରାକ ଇଓଡବ୍ଲୁ ହାତରେ ‌ଲାଗିଲାଣି । ଏହା ପଛରେ‌ ଚାଇନା ଠକ ଲିଙ୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି । କିଛି ପ୍ରମାଣ ଇଓଡବ୍ଲୁ ହାତରେ ଲାଗିଛି । ତେବେ ପୂର୍ବରୁ ଚିଟଫଣ୍ଡ ପରି ଏବେ ଅନଲାଇନ ଜରିଆରେ ଠକ ଲୋକଙ୍କୁ ବିଭିନ୍ନ ପଞ୍ଜି ସ୍କାମରେ ରିଟର୍ଣ୍ଣର ଲୋଭ ଦେଇ ନିବେଶକାରୀଙ୍କୁ ଆକୃଷ୍ଟ କରୁଛନ୍ତି । ପରେ କୋଟି କୋଟି ଟଙ୍କା ଠକେଇ କରି ଚୁନ ଲଗାଉଛନ୍ତି । ତେବେ ଟଙ୍କା ନିବେଶ ପୂର୍ବରୁ ନିବେଶକାରୀ ସମସ୍ତ ଦୃଷ୍ଟିକୁ ଧ୍ୟାନ ଦେଇ ଟଙ୍କା ନିବେଶ କରିବା ଜରୁରୀ । ନଚେତ ଠକାମିର ଶିକାର ହେବା ନିଶ୍ଚିତ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.