ଖୋର୍ଦ୍ଧା: ଜିଲ୍ଲା ପୌର କାର୍ଯ୍ୟାଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କୋରୋନାରେ ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜଣେ କୋରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବାବେଳେ ସେ କିଛିଦିନ ଧରି ଜ୍ବରରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସେପଟେ ଆକ୍ରାନ୍ତ ଜଣଙ୍କ କାହା ସମ୍ପର୍କରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ ଚାଲିଛି । ଆଜି ପୌରକାର୍ଯ୍ୟାଳୟ ସାନିଟାଇଜ କରାଯିବ ଏବଂ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏଠାରେ ସୂଚନା ଥାଉ ଯେ, ଏବେ ସୁଦ୍ଧା ଖୋର୍ଦ୍ଧାରୁ 847 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 642 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ 198 ଆକ୍ଟିଭ ମାମାଲା ରହିଥିବାବେଳେ ମୋଟ 5 ଜଣଙ୍କର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ