ETV Bharat / state

ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଖି ବୁଜିଲେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ଭବ

author img

By ETV Bharat Odisha Team

Published : Sep 2, 2023, 10:30 PM IST

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରିବାକୁ ହେଲେ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଏବଂ ୩୫୬ରେ ସଂଶୋଧନର ଆବଶ୍ୟକତା ରହିଛି । ୨୦୧୮ ଅଗଷ୍ଟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଲ କମିସନ ରିପୋର୍ଟ ଆସିଥିଲା । ସେହି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା ଯେ ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଅଧିକ ପଢନ୍ତୁ

ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଖି ବୁଜିଲେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ଭବ

ଭୁବନେଶ୍ବର: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ଏବେ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତା ଏଥିପାଇଁ ଯୁକ୍ତି ରଖି ସାରିଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ଏହା କେମିତି ସମ୍ଭବ ହେବ ? ଆସନ୍ତା ନିର୍ବାଚନରେ ଏହା ଲାଗୁ ହୋଇପାରିବ କି ? ତେବେ ଦେଶରେ ଏକା ସାଙ୍ଗରେ ନିର୍ବାଚନ କରିବା ପାଇଁ ସମ୍ବିଧାନର ସଂଶୋଧନର ଆବଶ୍ୟକତା ରହିଛି । ହେଲେ ଆସନ୍ତା ନିର୍ବାଚନରେ ଏହାକୁ ଲାଗୁ କରିବା ଜଟିଳ ବୋଲି କୁହାଯାଉଛି । ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଖି ବୁଜି ଦେଲେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ଭବ ବୋଲି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସହମତିରେ ଏହା କଲେ ସମ୍ଭବ ବୋଲି ବିଜେଡି ଓ ବିଜେପି ବିଧାୟକ ମତ ରଖିଛନ୍ତି ।

ଏହାବି ପଢନ୍ତୁ- ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ପ୍ରସ୍ତୁତି ଚାଲିଛି କହିଲେ ରାଜୀବ କୁମାର

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରିବାକୁ ହେଲେ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଏବଂ ୩୫୬ରେ ସଂଶୋଧନର ଆବଶ୍ୟକତା ରହିଛି । ୨୦୧୮ ଅଗଷ୍ଟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଲ କମିସନ ରିପୋର୍ଟ ଆସିଥିଲା । ସେହି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା ଯେ ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହେବ । କିନ୍ତୁ ଏଥିପାଇଁ କିଛି ବିଧାନସଭାର କାର୍ଯ୍ୟକାଳ ବଢ଼ାଇବାକୁ ହେବ । କିଛି ବିଧାନସଭାକୁ କାର୍ଯ୍ୟକାଳ ନସରିବା ପୂର୍ବରୁ ଭାଙ୍ଗିବାକୁ ହେବ । ତେବେ ସମ୍ବିଧାନ ସଂଶୋଧନ ବିନା ଏହା ସମ୍ଭବ ନୁହେଁ ।

ଧାରା ୮୩ ଅନୁଯାୟୀ, ଲୋକସଭା କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ରହିବ । ଲୋକସଭାର କାର୍ଯ୍ୟକାଳ ଥରକେ ୧ ବର୍ଷ ପାଇଁ ବୃଦ୍ଧି କରାଯାଇ ପାରିବ ବୋଲି ଧାରା ୮୩(୨)ରେ ବ୍ୟବସ୍ଥା ରହିଛି । ଲୋକସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାହାକୁ ଭାଙ୍ଗିବା ପାଇଁ ଧାରା ୮୫ରେ ରାଷ୍ଟ୍ରପତିଙ୍କୁ ଅଧିକାର ପ୍ରଦାନ କରାଯାଇଛି । ଧାରା ୧୭୨ ଅନୁଯାୟୀ ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ ଧାରା ୮୩(୨) ଅନୁସାରେ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ୧ ବର୍ଷ ପାଇଁ ବଢ଼ାଯାଇ ପାରିବ । ଧାରା ୧୭୪ ଅନୁସାରେ ରାଷ୍ଟ୍ରପତିଙ୍କ ପାଖରେ ଯେଭଳି ଲୋକସଭା ଭଙ୍ଗ କରିବାର ଅଧିକାର ରହିଛି । ସେହିଭଳି ଧାରା ୧୭୪ରେ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି । ଧାରା ୩୫୬ରେ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ବ୍ୟବସ୍ଥା ରହିଛି । ରାଜ୍ୟପାଳଙ୍କ ସୁପାରିସ ଆଧାରରେ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବ ।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରାଜନୈତିକ ବୟାନ ବାଜି ଜାରୀ ରହିଛି । ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ସମ୍ବିଧାନ ଅନୁଯାୟୀ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ଭବ ନୁହେଁ । ସମ୍ବିଧାନକୁ ଯଦି ସଂଶୋଧନ କରାଯାଏ, ଆଇନକୁ ଯଦି ପରିବର୍ତ୍ତନ କରାଯାଏ ତାହାଲେ ଏହା ସମ୍ଭବ । ରାଜ୍ୟରେ ଓ କେନ୍ଦ୍ରରେ ଯେଉଁ ଭଳି ସରକାର ମାନ ଅଛନ୍ତି ଏମାନେ ସମ୍ବିଧାନକୁ ସମ୍ମାନ ଦେଉନାହାନ୍ତି । ସମ୍ବିଧାନ, ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଦେଉନାହାନ୍ତି । ଏକଛାତ୍ରବାଦ ପ୍ରତିଷ୍ଠା କରି ଯାହା ଇଚ୍ଛା ତାହା ଶାସନ କରି ଚାଲିଛନ୍ତି । ଅତଏବ ଯଦି ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଖି ବୁଜି ଦେବେ, ତେବେ ଯାହା ଇଚ୍ଛା ତାହା କରିପାରିବେ । କିନ୍ତୁ ସମ୍ବିଧାନର ବିଧିବ୍ୟବସ୍ଥା ଅନୁସାରେ ଯଦି କରିବାକୁ ଚାହିଁବେ ତେବେ ଗୋଟେ ଦେଶ, ଗୋଟିଏ ନିର୍ବାଚନ ଏତେ ଚଞ୍ଚଳ ସମ୍ଭବ ନୁହେଁ ।

ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସହମତି ଆଧାରରେ ଏହା ହେବାର ଆବଶ୍ୟକତା ଅଛି । ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ କହିପାରିବା ନାହିଁ । ଯଦି ଆଗୁଆ ନିର୍ବାଚନ ହୁଏ, ତେବେ ଶୀତୁଆ ପାଗରେ ହେଲେ ବହୁତ ଭଲ । କେନ୍ଦ୍ର ଓ ରାଜ୍ୟ ଗୋଟିଏ ଖର୍ଚ୍ଚ ଆଧାରରେ ନିର୍ବାଚନ ହେଲେ ରାଜକୋଷ ଆମର ବଞ୍ଚିଯିବ । ସରକାର ମାନେ ଚାହିଁଲେ ସଂଶୋଧିତ ପ୍ରସ୍ତାବ ଆଣି ଆଗୁଆ ନିର୍ବାଚନ କରିପାରିବେ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ଯେ, ଗୋଟିଏ ଦେଶ, ଗୋଟାଏ ନିର୍ବାଚନ ନେଇ ଆଲୋଚନା ଚାଲିଛି । ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଯାହା ନିଷ୍ପତ୍ତି ସେ କରିବେ ତାହା ଓଡ଼ିଶା ସରକାର ମାନିବେ । ବିଜେଡିର ସେଥିରେ କିଛି ଅସୁବିଧା ନାହିଁ । ନିର୍ବାଚନ ପାଇଁ ବିଜେଡି ଓ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରସ୍ତୁତ ହୋଇ ଅଛନ୍ତି । ଓଡିଶା ପାଇଁ ଏହାର କିଛି ଅସୁବିଧା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.