ଖୋର୍ଦ୍ଧା: ଜିଲ୍ଲା ଜଟଣୀଥାନା ମାଲଗୋଦାମ ରାସ୍ତାରେ ଜଣେ ସାଇକେଲ ଆରୋହୀଙ୍କ ଉପରେ ଏକ ଟ୍ରକ ମାଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ କନ୍ତିଆ ଗ୍ରାମର ନବକିଶୋର ସ୍ବାଇଁ ବୋଲି ଜଣାପଡିଛି ।

ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର ଖବର ପାଇ ଜଟଣୀ ପୋଲିସ ପହଞ୍ଚି ଟ୍ରକ ଚାଳକୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ