ଖୋର୍ଦ୍ଧା: ପୁଣି ବଜ୍ରାଘାତ ନେଲା ଜୀବନ । ଚିଲିକାରେ ମାଛ ମାରୁଥିବା ବେଳେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ଚିଲିକା ବ୍ଲକ ସାନ ନଈରୀ ଗାଁର ପ୍ରତାପ ଘଡାଇ(45) ।
ସୂଚନା ଅନୁଯାୟୀ, ମୃତ ପ୍ରତାପ ତାଙ୍କ ସାନଭାଇ ପ୍ରକାଶ ଘଡାଇ ଏବଂ ସେହି ଗ୍ରାମର ଟୁକୁନା ଘଡାଇ ଓ ସାଗର ଘଡେଇ ସହ ମାଛ ମାରିବାକୁ ଚିଲିକାକୁ ଯାଇଥିଲେ । ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଅଚେତ ହୋଇପଡିଥିଲେ ପ୍ରତାପ । ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ