ଭୁବନେଶ୍ବର: ଆହୁରି ଗୋଟିଏ ଦିନ ଧରି ବର୍ଷା ହେବାର ପୂର୍ବାନୁମାନ କଲା ଭୁବନେଶ୍ୱର ପାଣିପାଗ ବିଭାଗ। ଉତ୍ତର ଓଡିଶା ଏବଂ ଦକ୍ଷିଣ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ମଙ୍ଗଳବାର ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ହୋଇଥିବାବେକେ ଭଦ୍ରକର ବାସୁଦେବପୁରରେ 30.0 ମିଲିମିଟର ବର୍ଷା, ଯାଜପୁର ଜିଲ୍ଲାରେ 28.0 ମିଲିମିଟର ବର୍ଷା ଓ ବାଲେଶ୍ଵରର ସୋର ବ୍ଲକରେ 26.0 ମିଲିମିଟର, ରାଜଧାନୀରେ 1.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏହାସହ ଗୁରୁବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବୁଧବାର ମାଲକାନଗିରିରେ ସର୍ବାଧିକ 23 ଡିଗ୍ରୀ ତାପମାତ୍ରା ରେକର୍ଡ ମଧ୍ୟ କରାଯାଇଛି।
ଏଠି ସୂଚନାଯୋଗ୍ୟ ଯେ ପୂର୍ବ ବର୍ଷ ଭଳି ଏହି ବର୍ଷ ଅଧିକ ଓ ଲମ୍ବା ଶୀତ ଅନୁଭୂତ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନାଦେଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ