ETV Bharat / state

କେରଳ ଷ୍ଟୋରୀକୁ ନେଇ ହଙ୍ଗାମା, ଭୁବନେଶ୍ୱରରୁ ଜଣେ ଗିରଫ

author img

By

Published : May 14, 2023, 1:01 PM IST

ଏସପ୍ଲାନେଡ ମଲରେ 'ଦ କେରଳ ଷ୍ଟୋରୀ' ଫିଲ୍ମ ସ୍କ୍ରିନିଂ ବେଳେ ଗଣ୍ଡଗୋଳ ଘଟଣା । ଭୁବନେଶ୍ୱରରୁ ଜଣେ ଗିରଫ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: 'ଦ କେରଳ ଷ୍ଟୋରୀ' ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ବର ଏସପ୍ଲାନେଡ ମଲରେ ଗଣ୍ଡଗୋଳ ଘଟଣା । ହଲ୍ ମ୍ୟାନେଜରଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର କହି ଅଶାଳୀନ ବ୍ୟବହାର କରିବା ଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ଭୁବନେଶ୍ବରରୁ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ତାଙ୍କର ନାମ ରାଜେଶ ପଟ୍ଟନାୟକ । ଗିରଫ ପରେ ପୋଲିସ ବିଭିନ୍ନ ଦଫାରେ ତାଙ୍କୁ କୋର୍ଟ ଚାଲାଣ କରିଛି । ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ହୋଇଥିବା ପୋଲିସର ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ମୁତାବକ, ରାଜେଶ ଗତ ୫ ତାରିଖରେ 'ଦ କେରଳ ଷ୍ଟୋରୀ' ଫିଲ୍ମ ଦେଖିବାକୁ ଭୁବନେଶ୍ବର ଏସପ୍ଲାନେଡ ମଲ ଯାଇଥିଲେ । ସେଠାରେ ନିଜର କିଛି ସାଙ୍ଗସାଥିଙ୍କ ସହ ଫିଲ୍ମ ଦେଖୁଥିଲେ । ହେଲେ ଫିଲ୍ମ ମଧ୍ୟାନ୍ତରରେ ଏସିକୁ ନେଇ ହଠାତ୍ ହଲ ଭିତରେ ଗଣ୍ଡଗୋଳ ହୋଇଥିଲା । ରାଜେଶ ସମେତ କିଛି ସହଯୋଗୀ ଫିଲ୍ମ ଚାଲିବା ପୂର୍ବରୁ କାହିଁକି ଜାତୀୟ ସଂଗୀତ ପରିବେଷଣ କରାଗଲାନି ଓ କାହିଁକି ଏସି ଅଧାରୁ ବନ୍ଦ କରିଦିଆଗଲା ସେନେଇ ପାଟିତୁଣ୍ଡ କରିଥିଲେ । ଟଙ୍କା ଦେଇ ଲୋକମାନେ କାହିଁକି ହଇରାଣ ହେବେ ବୋଲି କହି ହଲ୍ ମ୍ୟାନେଜରକୁ ଘେରି ଯାଇଥିଲେ । ଯାହାଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ଏହି ଘଟଣା ସମୟର ଭିଡିଓ ଉତ୍ତୋଳନ କରି ରାଜେଶ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସେ ଅଭିଯୋଗ ଆଣିଥିଲେ ଯେ, ସିନେମାର ପ୍ରଥମ ଅନ୍ତରାଳ ପର୍ଯ୍ୟନ୍ତ ବିନା ଏସିରେ ଦେଖିଲେ । ଏପରିକି ହଲ କର୍ତ୍ତୃପକ୍ଷଙ୍କୁ ଯେତେ ଖବର ଦେଇଥିଲେ ବି ଏସି ଚଲାଇ ନଥିଲେ । ମଲ ମ୍ୟାନେଜର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି । ହଲରେ ସିନେମା ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରୀୟ ଗାନ ପରିବେଷଣ ହେବା କଥା କିନ୍ତୁ କରାଯାଇନଥିଲା । ତେଣୁ ଏସବୁ ପାଇଁ ମଲ ମ୍ୟାନେଜରଙ୍କୁ ଦାୟୀ କରି ରାଜେଶ ଓ କିଛି ବ୍ୟକ୍ତି ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ । ଏନେଇ ହଲ୍ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ମାମଲାର ତଦନ୍ତ କରିଥିଲା । ସୋସିଆଲ ମିଡିଆରୁ ବ୍ୟକ୍ତିଙ୍କୁ ଚିହ୍ନଟ ସହ ନୋ ଟଲେରାନ୍ସ ପଲିସି ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଆକ୍ସନ ନେଇଥିଲା । ଅନ୍ୟପଟେ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଏପରି ଆତଙ୍କରାଜ ସମ୍ପର୍କରେ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା ।

ଏହି ଘଟଣାର ଛାନଭିନ ପରେ ପୋଲିସ ରାଜେଶ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ରାଜେଶ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ଯାଇଥିବା ସୂଚନା ମିଳିଛି । ତେବେ ଏପରି ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଘଟଣାରେ ଭୁବନେଶ୍ବରରେ ଜିରୋ ଟଲେରାନ୍ସ ପଲିସି ଆପଣାଇଛି ପୋଲିସ । ଏପରି କାଣ୍ଡ ଘଟାଇଥିବା ଲୋକକୁ କ୍ଷମା କରାଯିବ ନାହିଁ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.