ETV Bharat / state

ବର୍ଷା ଦିନେ ଦେଖାଦେଇଛି ଜଳର ଉତ୍କଟ ସମସ୍ୟା, ନିରବଦ୍ରଷ୍ଟା ପ୍ରଶାସନ

author img

By

Published : Jul 25, 2021, 3:46 PM IST

ଏବେବି ଟୋପାଏ ଜଳ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢନ୍ତୁ...

ବର୍ଷା ଦିନେ ଦେଖାଦେଇଛି ଜଳର ଉତ୍କଟ ସମସ୍ୟା, ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ନିରବଦ୍ରଷ୍ଟା ପ୍ରଶାସନ

ଖୋର୍ଦ୍ଧା: ଦୂର ହେବ ପାନୀୟ ଜଳ ସମସ୍ୟା । ଦୂଆର ମୁହଁରେ ପହଞ୍ଚିବ ବିଶୁଦ୍ଧ ପାଣି । ଏପରି କିଛି ପ୍ରତିଶ୍ରୁତି ଗ୍ରାମବାସୀଙ୍କୁ ଦେଇଛନ୍ତି ସରକାର । ପ୍ରକଳ୍ପ ନିର୍ମାଣ ହେଲା ଷ୍ଟାଣ୍ଡପୋଷ୍ଟ ମଧ୍ୟ ଲାଗିଲା କିନ୍ତୁ ପାଣି ଆସିଲାନି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବଡ଼ବେରଣା ଗ୍ରାମ ପଞ୍ଚାୟତର ବଡ଼ବେରଣା ଏବଂ ଗୋବିନ୍ଦପୁର ଗ୍ରାମରେ । ସରକାରଙ୍କ ସ୍ଵଜଳଧାରା ଯୋଜନାରେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟ ପାଇଁ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଛି ।

ବଡ଼ବେରଣା ଗ୍ରାମରେ ପ୍ରାୟ ଦଶବର୍ଷ ତଳେ ହୋଇଥିବା ଏହି ପାନୀୟଜଳ ପ୍ରକଳ୍ପ ଲୋକଙ୍କୁ ଆରମ୍ଭରୁ ହିଁ ଜଳ ଯୋଗାଇବାରେ ବିଫଳ ହୋଇଛି । ବର୍ଷାଦିନରେ ବିଶୁଦ୍ଧ ପାନୀୟଜଳ ପାଇଁ ଉଭୟ ଗ୍ରାମର ଲୋକେ ଏବେ କୂଅ ,ପୋଖରୀ ଏବଂ ନଳକୂପ ଉପରେ ନିର୍ଭର କରୁଛନ୍ତି । ଯାହାର ପାଣି ପିଇ ଲୋକେ ନାନା ରୋଗର ଶିକାର ହେଉଥିବା କହିଛନ୍ତି । ସେପଟେ ନଳକୂପରୁ ଲୁହା ଗୁଣ୍ଡ ପାଣି ବାହାରୁଥିବାବେଳେ କୂଅର ଦୂଷିତ ତଥା ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଲକ୍ଷାଧିକ ଟଙ୍କା ବ୍ୟୟରେ ବଡ଼ବେରଣା ଏବଂ ଗୋବିନ୍ଦପୁର ଗ୍ରାମରେ ନିର୍ମାଣ ହୋଇଥିବା ପମ୍ପ ହାଉସ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି ।

ଏନେଇ ସରପଞ୍ଚ ବାରମ୍ବାର ଜଳଯୋଗାଣ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ସେପଟେ ବେଗୁନିଆ ଜଳଯୋଗାଣ ସହକାରୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ ଗୋବିନ୍ଦପୁର ଗ୍ରାମରେ ଦୁଇ ବର୍ଷ ଧରି ପମ୍ପ ଚାଳକ ନଥିବା କହିଥିବାବେଳେ ବଡ଼ବେରଣା ଗ୍ରାମରେ ଥିବା ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି କହିଛନ୍ତି ।

ଯଦି ବର୍ଷା ଦିନେ ଏଭଳି ଜଳ ସମସ୍ୟା ଦେଖାଦେଉଛି ତେବେ ଖରା ଦିନେ ପାଣି ଟୋପେ ପାଇଁ କିଭଳି ସମସ୍ୟାର ସମ୍ମୁଖିନ ହେଉଥିବେ ସ୍ଥାନୀୟ ଲୋକେ ତାହା ଏହି ଘଟଣାରୁ ଅନୁମେୟ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.