ଖୋର୍ଦ୍ଧା : ଭାଇ ମୋତେ ଏଠାରୁ ନେଇ ଯାଅ ! ମୋତେ ବଞ୍ଚାଅ ! ମୁଁ ଏଠି ରହିପାରିବିନି ! ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି ! ଏହା ହେଉଛି ଜଣେ ନାବାଳିକା ଝିଅର ଆକୁଳ ନିବେଦନ । ଅପହରଣକାରୀ ମାନେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିର୍ଯାତନା ଦେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସ୍ପର୍ଶକାତର ଭିଡିଓ ।
ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଆସିଛି । ନାବାଳିକାକୁ ରଖାଯାଇଥିବା ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳର ଝିଅ ଗତ ଫେବୃଆରୀ ୪ ତାରିଖରେ ଟ୍ୟୁସନ ଯାଇ ଆଉ ଫେରି ନଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ